Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / ସମ୍ବଲପୁରରେ ବିଜେଡି ଦୁଇ ଫାଳ ! ଦଳରେ ଥାଇ ନୂଆ ସଂଗଠନ କଲେଣି ସିଦ୍ଧାର୍ଥ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ସମ୍ବଲପୁରରେ ବିଜେଡି ଦୁଇ ଫାଳ ! ଦଳରେ ଥାଇ ନୂଆ ସଂଗଠନ କଲେଣି ସିଦ୍ଧାର୍ଥ

Key Points

ସିଦ୍ଧାର୍ଥ କହିଛନ୍ତି ବିରୋଧୀ ଦଳରେ ଥାଇ ସରକାରୀ ଦଳ ସହ ସାଲିସ କରୁଛନ୍ତି ନେତା ।

ସରକାରଙ୍କୁ ପ୍ରଶ୍ନ କରିବାରେ ମଧ୍ୟ ପଛ ଘୁଞ୍ଚା ଦେଉଛନ୍ତି ।

ଜନସାଧାରଣ ଯାହା ବିଜେଡିଠୁ ଆଶା କରୁଛନ୍ତି ତାହା ପାଇପାରୁ ନାହାନ୍ତି ।

ଗଳି କନ୍ଦିରେ ବିଜେଡି କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ନେତାଙ୍କ ଅସନ୍ତୋଷ । କହିବାକୁ ଗଲେ ଏବେ ରାଜଧାନୀରୁ ଯାଇ ସମ୍ଵଲପୁରରେ ପହଞ୍ଚିଲାଣି କନ୍ଦଳ । ସାଂଘାତିକ ହେଲାଣି ଗ୍ରାଉଣ୍ଡ ସ୍ଥିତି । ଶାସନରୁ ଯିବା ପରେ କେହି କାହାକୁ ମାନିବାକୁ ନାରାଜ । ପ୍ରବଳ ଗୋଷ୍ଠୀ କନ୍ଦଳ ଓ ପରସ୍ପର ମଧ୍ୟରେ ଜୋରଦାର ଲଢ଼େଇ ।

ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁରରେ । ଏଠି ବିରୋଧୀ ଦଳ ନିଜ ଭୂମିକା ସ୍ପଷ୍ଟ କରିପାରୁନଥିବା ବେଳେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି କଲେଣି ନୂଆ ସଂଗଠନ । କାରଣ ପୂର୍ବତନ ଓ ବର୍ତ୍ତମାନର ଜିଲ୍ଲାସଭାପତିଙ୍କ ମଧ୍ୟରେ ଚାଲିଛି ଛକ୍କାପଞ୍ଝା ।


ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !


ସମ୍ବଲପୁର ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲାସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ ବିଜେଡି ଦଳରେ ରହି ମଧ୍ୟ ନିଜସ୍ବ ସଂଗଠନ ଆରମ୍ଭ କରିଛନ୍ତି । "ସମ୍ବଲପୁର ସଂଗ୍ରାମ ସମିତି" ନାଁରେ ସଂଗଠନ ଆରମ୍ଭ କରୁଛନ୍ତି । ତାଙ୍କର ଅଭିଯୋଗ ହେଉଛି... ଦଳରେ ତାଙ୍କୁ କରାଗଲା ଅଣଦେଖା । ମିଳିଲାନି କୌଣସି ଦାୟିତ୍ୱ । ଜିଲ୍ଲାରେ ମଙ୍ଗ ଧରିଥିବା ନେତା ତାଙ୍କୁ ପଚାରିଲେନି ।

ଖାଲି ସେତିକି ନୁହେଁ... ସିଦ୍ଧାର୍ଥ କହିଛନ୍ତି ବିରୋଧୀ ଦଳରେ ଥାଇ ସରକାରୀ ଦଳ ସହ ସାଲିସ କରୁଛନ୍ତି ନେତା । ସରକାରଙ୍କୁ ପ୍ରଶ୍ନ କରିବାରେ ମଧ୍ୟ ପଛ ଘୁଞ୍ଚା ଦେଉଛନ୍ତି । ଜନସାଧାରଣ ଯାହା ବିଜେଡିଠୁ ଆଶା କରୁଛନ୍ତି ତାହା ପାଇପାରୁ ନାହାନ୍ତି । ବିଜେଡି ବିରୋଧୀ ଭୁମିକାରେ ରହି ଶାସକ ଦଳର ସହମତିରେ କାମ କରୁଥିବାରୁ ସେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସିଦ୍ଧାର୍ଥଙ୍କ ଏହି ସଂଗଠନରେ ସମ୍ବଲପୁର ବିଜେଡିର ବହୁ ପୁରୁଖା କର୍ମୀ ଓ ଦଳରେ କଣଠେସା ହୋଇଥିବା ସଦସ୍ୟ ସାମିଲ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'


ସେପଟେ ଏହି ନୂତନ ସଂଗଠନ ପରେ ଜିଲ୍ଲାସଭାପତି ରୋହିତ ପୁଝାରୀ ଦଳର କର୍ମୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ସେ କହିଛନ୍ତି ଦଳରେ ଥାଇ ନୂଆ ସଂଗଠନ କରି ବିରୋଧି ଦଳକୁ ସାଟିଫିକେଟ ଦିଅନ୍ତୁ ନାହିଁ । ଜନତା ହିଁ ଆଗାମୀ ଦିନରେ ନେବେ ନିଷ୍ପତ୍ତି । ରାଜନୀତି ବିଶେଷଜ୍ଞଙ୍କ କହିବା କଥା ବିଜେଡିରେ ଯଦି ଏମିତି ଚାଲେ, ତାହାଲେ ଦଳ ଆଗକୁ ସାଂଘାତିକ ପରିସ୍ଥିତିର ସମ୍ମୁଖୀନ ହେବ ।

Related Topics

Explore more stories

Sponsored
Odisha Politics | BJD loses two seats in Sambalpur ! Siddhartha forms new organization within party | Argus News