Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Pratap Jena statement / ମାହାଙ୍ଗାରେ କାହିଁକି ହାରିଲା ବିଜେଡି ? ୧୭ ମାସ ପରେ କାରଣ କହିଲେ ପ୍ରତାପ ଜେନା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମାହାଙ୍ଗାରେ କାହିଁକି ହାରିଲା ବିଜେଡି ? ୧୭ ମାସ ପରେ କାରଣ କହିଲେ ପ୍ରତାପ ଜେନା
Pratap Jena

Key Points

୨୦୨୪ରେ ମାହାଙ୍ଗାରେ କାହିଁକି ହାରିଲା ବିଜେଡି ?
ନିଜ ଦଳ ପରାଜୟର କାରଣ କହିଲେ ବିଜେଡି ନେତା ପ୍ରତାପ ଜେନା
କିଛି ଲୋକ ଏବେ ବି ଛଦ୍ମବେଶରେ ଆମ ଦଳରେ ଅଛନ୍ତି

୨୦୨୪ ସାଧାରଣ ନିର୍ବାଚନରେ ମାହାଙ୍ଗାରେ କାହିଁକି ହାରିଲା ବିଜୁ ଜନତା ଦଳ ? ନିଜ ଦଳର ପରାଜୟର କାରଣ କହିଲେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ପ୍ରତାପ କହିଛନ୍ତି । ସେ କହିଛନ୍ତି, ପ୍ରଥମ ଭୁଲ୍‌ ହେଉଛି ମୋ ନିଜର । କ୍ଷମତାରେ ଥିବାବେଳେ ଅନ୍ଧ ଭାବେ କିଛି ଲୋକଙ୍କୁ ବିଶ୍ବାସ କରୁଥିଲି । କିନ୍ତୁ ସେହି ଲୋକମାନେ ମୋ ସହ ବିଶ୍ବାସଘାତକତା କଲେ । ମୋତେ ନୁହେଁ ବିଜୁ ଜନତା ଦଳ ସହ ବିଶ୍ବାସଘାତକତା କଲେ । ନିର୍ବାଚନ ୩-୪ ଦିନ ଅଛି ସେମାନେ ଟଙ୍କା ନେଇ ବିକ୍ରି ହୋଇଗଲେ । ଆଜି ସେପରି କିଛି ଲୋକ ଆମ ସହ ନାହାନ୍ତି । ସେହିପରି କିଛି ଲୋକ ଏବେ ବି ଛଦ୍ମବେଶରେ ଆମ ଦଳରେ ଅଛନ୍ତି । ଲୋକ ଅତିଷ୍ଟ ହୋଇ ସେମାନଙ୍କ ଉପରେ ରାଗ ସୁଝାଇବା ପାଇଁ ତାଙ୍କୁ ହରାଇଦେଲେ ବୋଲି ପ୍ରତାପ ଜେନା କହିଛନ୍ତି ।

ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ଆସନରେ ବିଜେଡି ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ୍‌ ଦେଇଥିଲା । କିନ୍ତୁ ସେ ନିର୍ବାଚନ ଜିତିପାରି ନଥିଲେ । ବିଜେଡି ପ୍ରାର୍ଥୀ ଅଙ୍କିତଙ୍କୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ହରାଇଥିଲେ । ୨୦୨୪ ନିର୍ବାଚନରେ ସାରଦା ପ୍ରଧାନ ୮୮ ହଜାର ୬୩୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅଙ୍କିତ ଜେନା ୮୧ ହଜାର ୨୦୯ ଖଣ୍ଡ ଭୋଟ୍‌ ପାଇଥିଲେ । ଯାହାଫଳରେ ଏହି ନିର୍ବାଚନରେ ସାରଦା ପ୍ରଧାନ ୭ ହଜାର ୪୩୨ ଖଣ୍ଡ ଭୋଟ୍‌ ବିଜୟୀ ହୋଇଥିଲେ ।

ସେପଟେ ଭଦ୍ରକ ଜିଲ୍ଲାରେ ଭୁଶୁଡ଼ିଲା ବିଜେଡି । ଶଙ୍ଖ ଦଳକୁ ଜବରଦସ୍ତ ଝଟକା । ଗୋଟିଏ ଦିନରେ ବିଜେଡିକୁ ବାଏ ବାଏ କଲେ ତିନି ବ୍ଲକ୍ ଅଧ୍ୟକ୍ଷ । ଶନିବାର ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରୋଚକ କଥା ହେଲା ସମସ୍ତେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋଟିଏ ଦିନରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ପ୍ରଥମେ ବନ୍ତ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ପରେ ପରେ ଉର୍ମିଳା ନାୟକ ଓ ସୁମତୀ ସେଠୀ ଦଳ ଛାଡ଼ିଥିଲେ। ଗୋଟିଏ ଦିନରେ ତିନି ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପରେ ଭଦ୍ରକ ରାଜନୀତି ସରଗରମ ହୋଇଛି । ଖୁବଶୀଘ୍ର ତିନି ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why BJD Lost in Mahanga? Pratap Jena Reveals the Reasons After 17 Months | Argus News