Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର, ଦୁଇ ପ୍ରଭାତଙ୍କୁ ନେଇ କଟକ ବିଜେଡି ଅସ୍ଥିର

Politics

BJD Internal Rift / ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର, ଦୁଇ ପ୍ରଭାତଙ୍କୁ ନେଇ କଟକ ବିଜେଡି ଅସ୍ଥିର

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର, ଦୁଇ ପ୍ରଭାତଙ୍କୁ ନେଇ କଟକ ବିଜେଡି ଅସ୍ଥିର
Naveen Patnaik

Key Points

ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର
ପ୍ରଭାତ, ସୌଭିକ ଓ ପ୍ରଭାତ ତ୍ରିପାଠୀଙ୍କୁ ନେଇ କଟକ ବିଜେଡି ଅସ୍ଥିର
ପ୍ରଭାତ ଓ ସୌଭିକଙ୍କ ସମର୍ଥନରେ ଦଳ ଛାଡ଼ିବେ କର୍ପୋରେଟର
ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର । ପ୍ରଭାତ, ସୌଭିକ ଓ ପ୍ରଭାତ ତ୍ରିପାଠୀଙ୍କୁ ନେଇ କଟକ ବିଜେଡି ଅସ୍ଥିର । ପ୍ରଭାତ ଓ ସୌଭିକଙ୍କ ସମର୍ଥନରେ ଦଳ ଛାଡ଼ିବେ କର୍ପୋରେଟର । ଟ୍ରଷ୍ଟରୁ ନେଇ ସଂଗଠନ ସବୁକୁ ନେଇ ବଢୁଛି ନବୀନଙ୍କ ଟେନସନ ।

୨୦୨୪ ସାଧାରଣ ନିର୍ବାଚନ, ୨୦୨୫ ନୂଆପଡ଼ା ଉପନିର୍ବାଚନ, ୨୦୨୬ ରାଜ୍ୟସଭା ନିର୍ବାଚନ । ଗୋଟିଏ ପରେ ଗୋଟିଏ ପଲିଟିକାଲ୍ ଝଟକା ପରେ ଏବେ ନବୀନଙ୍କ ନିଦ ହଜାଇ ଦେଇଛି ତାଙ୍କରି ନାଁରେ ଖୋଲାଯାଇଥିବା ଟ୍ରଷ୍ଟ ଆଉ ନିଜ ଦଳର ଅନ୍ତଃକନ୍ଦଳ । ସ୍ଥିତି କଣ୍ଟ୍ରୋଲ୍ ବାହାରେ ଯାହାକୁ ବିଜେଡି ସୁପ୍ରିମୋଙ୍କ ମନରେ ଛନକା ।
ଏ ସବୁ ଭିତରେ ନବୀନଙ୍କ ଟେନସନ୍‌ ବଢ଼ାଇ ଦେଇଛି ପୋଷ୍ଟର ଆଉ ବ୍ୟାନର । ଯାହା ରାଜଧାନୀ ଭୁବନେଶ୍ବରର ଛକ ଛକରେ ଛାଇଯାଇଛି । ଫଟୋରେ ନବୀନଙ୍କ ସହ ଅଛି ପାଣ୍ଡିଆନ ଓ ସତୃପ୍ତ ମିଶ୍ରଙ୍କ ଫଟୋ । ଦିଲ୍ଲୀରେ ବିଜୁ ନବୀନ ଟ୍ରଷ୍ଟକୁ ନେଇ ଟାର୍ଗେଟ୍ କରାଯାଇଛି, କାହା ସ୍ବାର୍ଥ୍ବରେ ଟ୍ରଷ୍ଟ ବୋଲି ବିଜେଡି ସୁପ୍ରିମୋଙ୍କୁ ଜବାବ ମଗାଯାଇଛି ।  ଏ ବେନାମୀ ପୋଷ୍ଟରକୁ ଚକ୍ରାନ୍ତକାରୀଙ୍କ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ବିଜେଡି । ଯାହାର କଡ଼ା କାଉଣ୍ଟର କରିଛି ବିଜେପି ।

ଗୋଟିଏ ପଟେ ପୋଷ୍ଟର ଟେନସନ ଅନ୍ୟପଟେ କଟକ ବିଜେଡିରେ କନ୍ଦଳ ଆଉ ଭୁଶୁଡୁଥିବା ଦଳୀୟ ସଂଗଠନ ଏବେ ବଢ଼ାଇଛି ନବୀନଙ୍କ ମୁଣ୍ଡବିନ୍ଧା । ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇ ଚୌଦ୍ଵର କଟକର ୧୩ ବିଜେଡି କର୍ପୋରେଟର ଦଳରୁ ବହିଷ୍କାର ହୋଇଥିବା ପ୍ରଭାତ ବିଶ୍ୱାଳଙ୍କ ଘରେ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଏମାନେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ, ତେବେ ଆଜି ବୈଠକ ପରେ ପ୍ରଭାତ ବିଶ୍ବାଳଙ୍କ ଉପରେ ଛାଡ଼ିଛନ୍ତି ନିଷ୍ପତ୍ତି । ୟା ଭିତରେ ନରମି ଯାଇଛି ମେୟର ସୁବାସ ସିଂଙ୍କ ସ୍ବର। ବିବାଦ କଥାକୁ ଏଡ଼ାଇ କର୍ପୋରେଟରଙ୍କୁ କରିଛନ୍ତି ଭାଇଭଉଣୀ ସମ୍ବୋଧନ ।

ପ୍ରଭାତ ବିଶ୍ବାଳଙ୍କ ସହ ପ୍ରଭାତ ତ୍ରିପାଠୀଙ୍କୁ ପାଇଁ କଟକ ବିଜେଡି ରାଜନୀତିରେ ହଲଚଲ । ପ୍ରଭାତ ଓ ପୁଅ ଦେବୀରଞ୍ଜନଙ୍କ ଅନୁଗତମାନେ ପାଣ୍ଡିଆନଙ୍କ ବିରୋଧରେ ଆନ୍ଦୋଳନ କରି ଦଳରୁ ହୋଇଛନ୍ତି ନିଲମ୍ବିତ । ଏବେ ଦୁଇ ପ୍ରଭାତଙ୍କ ସହ ଟ୍ରଷ୍ଟ ବିବାଦକୁ କେମିତି ମ୍ୟାନେଜ୍ କରିବା ବିଜେଡି ସୁପ୍ରିମୋଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD in Trouble: Naveen Trust Row & Cuttack Internal Rift Deepens | Argus News