Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ନୂଆପଡ଼ା ପାଇଁ ବିଜେଡିରୁ କିଏ ? ଛିଣ୍ଡୁନି ଅଙ୍କ...ଟେନ୍‌ସନ୍‌ରେ ନବୀନ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ନୂଆପଡ଼ା ପାଇଁ ବିଜେଡିରୁ କିଏ ? ଛିଣ୍ଡୁନି ଅଙ୍କ...ଟେନ୍‌ସନ୍‌ରେ ନବୀନ

Key Points

ନବୀନ ନିବାସରେ ନୂଆପଡ଼ା କସରତ । ବିଜେଡିରେ ଛିଣ୍ଡୁନି ନୂଆପଡ଼ା ଅଙ୍କ । କାହାକୁ ଟିକେଟ ଦେବେ ନିଷ୍ପତ୍ତି ନେଇପାରୁନାହାନ୍ତି ନବୀନ !

ନବୀନ ନିବାସରେ ନୂଆପଡ଼ା କସରତ । ବିଜେଡିରେ ଛିଣ୍ଡୁନି ନୂଆପଡ଼ା ଅଙ୍କ । କାହାକୁ ଟିକେଟ ଦେବେ ନିଷ୍ପତ୍ତି ନେଇପାରୁନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ! ନବୀନ ନିବାସରେ ପହଞ୍ଚିଲେ ବିଜେଡିର ବରିଷ୍ଠ ନେତା । ବବି ଦାସ, ଟୁକୁନି ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନ ନିବାସରେ ପହଞ୍ଚିଛନ୍ତି ।


ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ବଢୁଛି ବିବାଦ । କମିଟି ଭିତରେ ଫାଟକୁ ନେଇ ଗତକାଲି ବୈଠକରେ ନିଷ୍କର୍ଷ ବାହାରି ପାରିନଥିଲା । ନବୀନଙ୍କ ନିକଟରେ ଅଟକିଛି ନିଷ୍ପତ୍ତି । ଟିକେଟ ଆଶାରେ ଭୁବନେଶ୍ୱର ଡେରା ପକାଇଛନ୍ତି ନୂଆପଡ଼ା ବିଜେଡିର ତିନି ନେତା । ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର, ଖରିଆର ବ୍ଲକ ଅଧକ୍ଷା ତାରେଶ୍ଵରୀ ସାହୁ, ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଚର୍ଚ୍ଚା ହେଉଛି ଦୁଇ ଗୋଷ୍ଠୀ ଦେଇଥିବା ନାଁ ମଧ୍ୟରୁ ଗୋଟିଏ ନାଁରେ ଉପରେ ଆଜି ମୋହର ମାରିପାରନ୍ତି ନବୀନ । ଆଜି ସନ୍ଧ୍ୟା ସୁଦ୍ଧା ନବୀନ ପଟ୍ଟନାୟକ ବିଜେଡିର ନୂଆପଡ଼ା ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ସେପଟେ ଗୋଟିଏ ପଟେ ବିଜେଡି ପ୍ରାର୍ଥୀ ଚୁଡ଼ାନ୍ତ କରିପାରୁନଥିବା ବେଳେ ଅନ୍ୟପଟେ ନୂଆପଡ଼ାରେ ପୁଣି ବିଜେଡିକୁ ଝଟକା ଲାଗିଛି । ନୂଆପଡାରେ ଭାଙ୍ଗୁଛି ବିଜେଡି, ଜିଲ୍ଲା ବିଜେଡି ସମ୍ପାଦକ ପଦରୁ ଇସ୍ତଫା ଦେଲେ ରବି ବାଗ । କେବଳ ସମ୍ପାଦକ ପଦ ନୁହେଁ ବରଂ ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆକୁ ସମର୍ଥନ କରି ସେ ଇସ୍ତପା ଦେଇଛନ୍ତି । ସେହପରି ଗତକାଲି ବିଜେଡି ଛାଡ଼ିଥିଲେ ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଓ ନୂଆପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାଳିଆ ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଜୟ ଢୋଲକିଆ ହେବେ ନୂଆପଡ଼ା ଲାଗି ବିଜେପି ପ୍ରାର୍ଥୀ । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଜୟ ଢୋଲକିଆଙ୍କ ନା ଘୋଷଣା କରିଛି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ । କିଛି ଦିନ ତଳେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଜୟ ଢୋଲକିଆ ।

Related Topics

Explore more stories

Sponsored
BJD Yet to Pick Nuapada Candidate; Naveen Patnaik in Dilemma | Argus News