BJD Odisha Bandh Stand / ଇଣ୍ଡି ମେଣ୍ଟ ସହ ସମ୍ପର୍କକୁ ନେଇ ଅକଳରେ ଶଙ୍ଖ ଦଳ ! ପ୍ରଥମେ ସମର୍ଥନ ପରେ ୟୁ-ଟର୍ଣ୍ଣ
·55 mins ago·2 min read

Key Points
ଭୀଷଣ ଦ୍ଵନ୍ଦରେ ବିଜେଡି
ପ୍ରଥମେ ସମର୍ଥନ ପରେ ୟୁ-ଟର୍ଣ୍ଣ
କଂଗ୍ରେସ କହିଲା- ଦିଗହରା ହେଲାଣି ବିଜେଡି
ପ୍ରଥମେ ସମର୍ଥନ ପରେ ୟୁ-ଟର୍ଣ୍ଣ
କଂଗ୍ରେସ କହିଲା- ଦିଗହରା ହେଲାଣି ବିଜେଡି
ଇଣ୍ଡି ମେଣ୍ଟକୁ ସମର୍ଥନ ନା ସମଦୂରତା ? ଓଡ଼ିଶା ବନ୍ଦ ସପକ୍ଷରେ ବିଜେଡି ନା ବିପକ୍ଷରେ ? ନବୀନ ନିବାସରୁ ବାହାରିବା ପରେ ଗୋଟିଏ ବୟାନ... ଆଉ ମାତ୍ର କିଛି ସମୟ ପରେ ସମ୍ପୂର୍ଣ୍ଣ ୟୁ-ଟର୍ଣ୍ଣ । ପ୍ରଥମେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ- ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇବ ବିଜେଡି । ହେଲେ ଅଧଘଣ୍ଟା ପରେ ସାମ୍ବାଦିକ ସମ୍ମିଳନୀ କରି ପୁଣି କହିଲେ- ଦଳ ସମଦୂରତା ରକ୍ଷା କରୁଛି, କୌଣସି ବନ୍ଦକୁ ସମର୍ଥନ କରିବନି । ଦିଲ୍ଲୀରେ ଇଣ୍ଡି ମେଣ୍ଟ ସହ ଏକାଠି ହେବା ଏବଂ ଓଡ଼ିଶାରେ ଆଭିମୁଖ୍ୟ ବଦଳାଇବାକୁ ନେଇ ଶଙ୍ଖ ଦଳକୁ ଘେରିଛନ୍ତି କଂଗ୍ରେସ ଓ ବିଜେପି ।
ନବୀନ ନିବାସରୁ ବାହାରିବା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଖୋଲାଖୋଲି କହିଥିଲେ ଆସନ୍ତାକାଲି ଇଣ୍ଡି ମେଣ୍ଟ କରିବାକୁ ଥିବା ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇବ ବିଜେଡି । ହେଲେ ହଠାତ କିଛି ସମୟ ପରେ ୟୁ- ଟର୍ଣ୍ଣ ନେଲେ ପ୍ରମିଳା । ସାମ୍ବାଦିକ ସମ୍ମିଳନୀ କରି କହିଲେ କହିଲେ କୌଣସି ମେଣ୍ଟ ସହ ନାହିଁ ବିଜେଡି । ଦଳ ଏବେ ବି ସମଦୂରତା ରକ୍ଷା କରୁଥିବା ବେଳେ ଇଣ୍ଡି ମେଣ୍ଟ ବନ୍ଦକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ବିଜେଡିର ବଦଳୁଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳ ଦିଗହରା ଓ ଚାପରେ ଥିବା କହିଛି କଂଗ୍ରେସ । ସେପଟେ ବିଜେଡିର ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛି ବିଜେପି ।
ରାଜ୍ୟସଭା ନିର୍ବାଚନରେ ଏକାଠି ପ୍ରାର୍ଥୀ ଦେବା ହେଉ ବା ବିଧାନସଭାରେ ସମାନ ପ୍ରସଙ୍ଗକୁ ନେଇ ଉଭୟ ହରତାଳ ପରେ ଚର୍ଚ୍ଚାରେ ରହିଛି କଂଗ୍ରେସ-ବିଜେଡି ସମ୍ପର୍କ । ଗତକାଲି ଦିଲ୍ଲୀରେ ଇଣ୍ଡି ମେଣ୍ଟ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉକୁ ସମର୍ଥନ ଜଣାଇଥିଲା ଦଳ । ଦୁଇ ରାଜ୍ୟସଭା ସାଂସଦଙ୍କ ସହ ଜଣେ ପୂର୍ବତନ ସାଂସଦ ବି ପ୍ରତିବାଦରେ ସାମିଲ ହୋଇଥିଲେ । ହେଲେ ୨୪ ଘଣ୍ଟା ଭିତରେ ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନକୁ ନେଇ ମୁଁହାମୁହିଁ ହୋଇଛନ୍ତି ଦୁଇ ଦଳ ।
MMDR ବିଲ୍ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ସହ ବିଭିନ୍ନ ଦାବିରେ କାଲି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ଇଣ୍ଡି ମେଣ୍ଟ । ହେଲେ ଦିଲ୍ଲୀରେ ସମର୍ଥନ କରି ଓଡ଼ିଶାରେ ବିଜେଡି ଆଭିମୁଖ୍ୟ ବଦଳାଇ ଦେଉଥିବାରୁ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଛି.. ତେଣୁ ଦଳ ତା'ର ଆଭିମୁଖ୍ୟ ସ୍ପଷ୍ଟ ନକଲେ ନିଜ କର୍ମୀ ଯେ, ଦଳଠୁ ଦୂରେଇ ନ ଯିବେ ସେକଥା କିଏ କହିବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories