Rajya Sabha / ରାଜ୍ୟସଭା ଆସନକୁ ନେଇ ବିଜେଡିରେ ଛକାପଞ୍ଝା, ଆସନ ଏକକୁ ଆଶାୟୀ ଏକାଧିକ
·5 months ago·2 min read

Key Points
ରାଜ୍ୟସଭା ଆସନ ନେଇ ବିଜେଡିରେ ଛକାପଞ୍ଝା
କିଏ ଯିବେ ରାଜ୍ୟସଭା, କାହାକୁ ବାଛିବେ ନବୀନ
ପାୱାର କରିଡରରେ ଜୋରଦାର ଲବି
କିଏ ଯିବେ ରାଜ୍ୟସଭା, କାହାକୁ ବାଛିବେ ନବୀନ
ପାୱାର କରିଡରରେ ଜୋରଦାର ଲବି
ରାଜ୍ୟସଭା ରେସକୁ ନେଇ ବିଜେଡି ଭିତରେ ଟଣା ଓଟରା । କିଏ ଯିବ ରାଜ୍ୟସଭା, ଆଉ କାହାକୁ ବାଛିବେ ଦଳର ସୁପ୍ରିମୋ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରେସରେ ଦେବୀ ମିଶ୍ର, ବବି ଦାସ, ସଂତୃପ୍ତ, ସୁଜାତା, ଲେନିନଙ୍କ ଭଳି ନେତା ରହିଥିବା ବେଳେ ଲବି ମଧ୍ୟ ଆରମ୍ଭ ହେଲାଣି । ଏ ଭିତରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ପୁରୁଖା ନେତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କହି ଗୁଗଲି ମାରିଛନ୍ତି ।
ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାନ । ବିଜେପିର ୨ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ବିଜେଡିର ବି ଦୁଇ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମାତ୍ର ସଂଖ୍ୟା ଦୃଷ୍ଟିରୁ ବିଜେପି ଖାତକୁ ଯାଉଛି ୨ଟି ଆସନ, ଆଉ ବିଜେଡି ଖାତାକୁ ଯାଉଛି ଗୋଟିଏ ଆସନ । ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହା ଭିତରେ କିନ୍ତୁ ବିଜେଡି ଖାତାକୁ ଯାଉଥିବା ଗୋଟିଏ ଆସନ ପାଇଁ ଦଳ ଭିତରେ ବଢିବାରେ ଲାଗିଛି କଳି । ଆସନ ଗୋଟିଏକୁ ଏକାଧିକ ଆଶାୟୀ ଅଛନ୍ତି ରେସରେ । ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ଓ ଲେନିନି ମହାନ୍ତିଙ୍କ ନାଁକୁ ନେଇ ବିଜେଡି ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା । ତେବେ ଏ ସବୁ ଭିତରେ ଗୁଗୁଲି ଛାଡି ସୁପ୍ରିମୋଙ୍କ ଟେନସନ ବଢାଇଛନ୍ତି ଅଶୋକ ପଣ୍ଡା । ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ ବୋଲି କହିଛନ୍ତି ଅଶୋକ ।
ସେପଟେ ଅଣଦେଖା ଅଭିଯୋଗ ଆଣି ରାଜ୍ୟସଭା ନିଆଁରେ ଅଧିକ ଘିଅ ଢ଼ାଳିଛନ୍ତି ଦଳର ସାଂସଦ ଦେବାଶିଷ ସାମନ୍ତରାୟ । କହିଛନ୍ତି କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି । ସେମାନଙ୍କୁ ସାଙ୍ଗରେ ନେଇ କାମ କଲେ ଦଳ ଆଗକୁ ବଢିବ ଏବଂ ପଞ୍ଚାୟତ ନିର୍ବାଚନରେ ଭଲ କରିବ । ସମସ୍ତଙ୍କୁ ଏକାଠି ନେଇ କାମ ନ କଲେ ଦଳ ପାଇଁ କ୍ଷତି ହେବ । ଆହୁରି କଳିକେଶଙ୍କୁ ବିଜେଡି ନେତୃତ୍ୱ ଦେବା ସମର୍ଥନରେ ବି ବାହାରିଛନ୍ତି ଦେବାଶିଷ ।
ଏପ୍ରିଲରେ ଓଡ଼ିଶାରୁ ୪ ଆସନ ଖାଲି ହେବାକୁ ଯାଉଥିବାରୁ ଫେବ୍ରୁଆରୀ ଶେଷ ଆଡ଼କୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମାର୍ଚ୍ଚରେ ନିର୍ବାଚନ ହେବାର ରହିଛି । ତେବେ ଦେଖିବାର କଥା ଏବେଠୁ ବିଜେଡି ଭିତରେ ଆରମ୍ଭ ହୋଇଥିବା କଳି ଆଗକୁ କେଉଁ ରୂପ ଧାରଣ କରୁଛି । ନା ଅସନ୍ତୁଷ୍ଟ ନେତାଙ୍କୁ ମ୍ୟାନେଜ କରିବାରେ ସଫଳ ହେଉଛନ୍ତି ବିଜେଡି ସୁପ୍ରିମୋ ।
ଏଥିସହ ପଢ଼ନ୍ତୁ: 'ଯିଏ ଦଳରେ ରହି ଲୋକଙ୍କୁ ହଇରାଣ କରେ ମୁଁ ତାକୁ ବାହାର କରିଦିଏ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories