Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD Rajya Sabha issue / ନୂଆବର୍ଷରୁ ନୂଆ ଅବତାରରେ ବିଜେଡି ନେତା, ରାଜ୍ୟସଭା କାର୍ଡ ଖେଳିଲେ ଭୂପିନ୍ଦର ସିଂ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ନୂଆବର୍ଷରୁ ନୂଆ ଅବତାରରେ ବିଜେଡି ନେତା, ରାଜ୍ୟସଭା କାର୍ଡ ଖେଳିଲେ ଭୂପିନ୍ଦର ସିଂ
BJD

Key Points

ବିଜେଡିରେ ରାଜ୍ୟସଭା ଟେନସନ୍‌ । ରାଜ୍ୟସଭା କାର୍ଡ ଖେଳିଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ନବୀନଙ୍କୁ ମନେ ପକାଇଦେଲେ ରାଜ୍ୟସଭା ପ୍ରତିଶ୍ରୁତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ମାରିବେ ରାଜ୍ୟସଭା ଟିକା । ଶଙ୍ଖ ଦଳରୁ କିଏ ସଂସଦର ଉଚ୍ଚ ସଦନକୁ ଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆଉ ୟାକୁ ନେଇ ଦଳ ଭିତରେ ବଢ଼ିବାରେ ଲାଗିଛି ଟେନସନ । ଏତିକି ବେଳେ ନବୀନଙ୍କୁ ତାଙ୍କର ପୁରୁଣା ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ୟା ଭିତରେ ବିଜେଡିର ବଡ଼ ବଡ଼ ନେତା ନୂଆବର୍ଷ ପାଇଁ ଛପାଇଥିବା ଶୁଭେଚ୍ଛା ବ୍ୟାନରରୁ ନବୀନ ଓ ଶଙ୍ଖ ଚିହ୍ନ ଗାଏବ ହୋଇଯିବା ଦଳ ଭିତରର ଅସନ୍ତୋଷ ପଦାରେ ପକାଇଛି ।

ବିଜେଡିରେ ରାଜ୍ୟସଭା ଟେନସନ୍‌ । ରାଜ୍ୟସଭା କାର୍ଡ ଖେଳିଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ନବୀନଙ୍କୁ ମନେ ପକାଇଦେଲେ ରାଜ୍ୟସଭା ପ୍ରତିଶ୍ରୁତି । ନିଜ ଆଡୁ ନବୀନ କହିଥିଲେ, ଭୂପିନ୍ଦର ଯିବେ ରାଜ୍ୟସଭା । ନୂଆବର୍ଷରୁ ନୂଆ ଅବତାରରେ ବିଜେଡି ନେତା । ବ୍ୟାନରରେ ରହୁନି ଦଳୀୟ ଚିହ୍ନ କି ନବୀନଙ୍କ ଫୋଟ ।

ନୂଆ ବର୍ଷ ବିଜେଡି ପାଇଁ ଆଣିଛି ନୂଆ ଟେନସନ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ଏବେ ଠୁ ନବୀନଙ୍କୁ ପ୍ରତିଶ୍ରୁତି ମନେ ପକେଇ ଦେଲେଣି ନେତା । ବିଜେଡିରୁ କିଏ ଯିବ ରାଜ୍ୟସଭା । କାହାକୁ ବାଛିବେ ବିଜେଡି ସୁପ୍ରିମୋ । ୟାକୁ ନେଇ ବିଜେଡିର ପାୱାର କରିଡରରେ ଜୋରଦାର ଲବି ଆରମ୍ଭ ହୋଇଯାଇଛି । ଆଉ ଠିକ ଏହି ସମୟରେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଖେଳିଛନ୍ତି ରାଜ୍ୟସଭା କାର୍ଡ । ସେ କହିଛନ୍ତି ମୁଁ ବିଧାନସଭା ପାଇଁ ନୁହେଁ ଲୋକସଭା ପାଇଁ ଇଛୁକ ଥିଲି । କିନ୍ତୁ ମୋତେ ରାଜ୍ୟସଭା ପାଇଁ ନିଜ ଆଡୁ କହିଥିଲେ ନବୀନ ।

ଅନ୍ୟପଟେ ନୂଆ ବର୍ଷରୁ ନୂଆ ଅବତାରରେ ନଜର ଆସୁଛନ୍ତି ବିଜେଡି ନେତା । ପ୍ରଥମେ ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରେ ସନା ମହାକୁଡ ଆଉ ଏବେ ରବୀନ୍ଦ୍ର ଜେନା, ମୁକ୍ତିକାନ୍ତ ମଣ୍ଡଳ ଓ ସଂଯୁକ୍ତା ମଣ୍ଡଳ । ଏମାନଙ୍କ ବ୍ୟାନରରେ ନା ଅଛି ନବୀନଙ୍କ ଫୋଟ ନା ଅଛି ଦଳୀୟ ଚିହ୍ନ । ଯାହାକୁ ନେଇ ଏହି ନେତାମାନେ ବିଜେଡିରେ ଏକ ପ୍ରକାର ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି ।

ପୂର୍ବରୁ ପ୍ରସନ୍ନ ପାଟ୍ଟସାଣି କହିଥିଲେ ତାଙ୍କୁ ନବୀନ ରାଜ୍ୟସଭା ପଠାଇବେ କହି ଭଣ୍ଡାଇ ଦେଇଥିବାରୁ ସେ ଦଳ ଛାଡିଥିଲେ । ଆଉ ଏବେ ଭୂପିନ୍ଦରଙ୍କୁ ଦେଇଥିବା ପ୍ରତିଶ୍ରୁତି ନବୀନ ପାଳନ କରିବେ କି ନାହିଁ ତାହା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Leaders in New Avatar, Bhupinder Singh Plays Rajya Sabha Card Ahead of Elections | Argus News