Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD Internal Conflict / ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ, ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ଖୋଲା ବିରୋଧ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ, ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ଖୋଲା ବିରୋଧ
BJD

Key Points

ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ
ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ
ଗତବର୍ଷ ତୁଳନାରେ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି
ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ ଏ ବର୍ଷ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ଆଗାମୀ ଦିନରେ ମେଳି କରି ପୁଣି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଆହ୍ବାନ ।

ଗତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ । ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।
୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ଯୁବ ନେତା । ଏବେ ଆଉ ଲୁଚି ଛପି ନୁହେଁ ଖାଲା ଖୋଲି ଭୋଜି କରି ଦେଲେଣି ନେତୃତ୍ୱକୁ ଚ୍ୟାଲେଞ୍ଜ । ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷରେ ଅଲିଖିତ ବସ୍ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ ।

ସେପଟେ ଆଜି ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା ବାଲେଶ୍ଵରର ୩ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ ଓ ସ୍ୱରୂପ ଦାସଙ୍କୁ । ଗତକାଲି ଏହି ନେତା ମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ । ତେବେ ନେତାଙ୍କ ମେଳିକୁ ଖୋଲା ସମର୍ଥନ ଜଣାଇ ଅରୁଣ କହିଛନ୍ତି ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର ।

୨୦୧୨ରେ ତତ୍କାଳୀନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଚାଲିଥିଲା ମିଡ୍‌ ନାଇଟ ଅପରେସନ । ଯେଉଁଥିରେ ସାମିଲ ହୋଇଥିଲେ ଅନେକ ବିଜେଡିର ବରିଷ୍ଠ ନେତା ଓ ବିଧାୟକ । ସେତେବେଳେ କିନ୍ତୁ ନବୀନ ପ୍ୟାରୀଙ୍କୁ ଦଳରୁ ବହିଷ୍କାର କରି ବିଜେଡିକୁ ବିଭାଜନ ହେବାରୁ ବଞ୍ଚାଇ ଦେଇଥିଲେ । ଆଉ ଏବେ ବିଜେଡିରେ ବରିଷ୍ଠ ତଥା ଅଲୋଡ଼ା ନେତାଙ୍କ ମେଳି ପରେ ଯୁବ ଗୋଷ୍ଠୀଙ୍କ ମେଳି ନୂଆ ସମୀକରଣର ସଙ୍କେତ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Rebel Group Grows Stronger, Openly Opposes VK Pandian’s Role | Argus News