|
logo
Live
Argus News App
GET APP

Argus News - ବିଜେଡିରେ ସୁରକ୍ଷିତ କି ନାରୀନେତ୍ରୀ ? ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ

Politics

Manmath Routray / ବିଜେଡିରେ ସୁରକ୍ଷିତ କି ନାରୀନେତ୍ରୀ ? ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବିଜେଡିରେ ସୁରକ୍ଷିତ କି ନାରୀନେତ୍ରୀ ? ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ

Key Points

ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ ରାଉତରାୟ। ମନ୍ମଥଙ୍କ ବିରୋଧରେ ହେବ ତ ଆକସନ୍ ? ଆକ୍ସନ୍ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ଦଳର ବରିଷ୍ଠ ନେତ୍ରୀ ?

ବାରମ୍ବାର ଦଳୀୟ ନେତ୍ରୀଙ୍କୁ ଅପମାନ ଅପଶବ୍ଦ ହେଲେ ମୁଖିଆ ନବୀନ ଚୁପ୍ । ମାଆକୁ ସମ୍ନାନର କଥା କହୁଥିବା ଦଳରେ ମହିଳାଙ୍କୁ ଅସମ୍ମାନ । ମନ୍ନଥ ରାଉତରାୟଙ୍କ ବିରୋଧରେ କାହିଁକି ହେଉନାହିଁ ଆକସନ୍ ତାକୁ ନେଇ ପ୍ରଶ୍ନ । ଆକ୍ସନକୁ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ଦଳର ବରିଷ୍ଠ ନେତ୍ରୀ । ଆଜି ନାରୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିବା ଦଳରେ ନାରୀନେତ୍ରୀ ସୁରକ୍ଷିତ କି ?


ଗତକାଲି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରି ମନ୍ମଥ ରାଉତରାୟ ତାଙ୍କୁ ମନ୍ଥରା କହିଥିଲେ । ଖାଲି ସେତିକି ନୁହେଁ ଭିଡିଓ ଭାଇରାଲର ଧମକ ବି ଦେଇଥିଲେ । ଆଜି ଏନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି, ସିଧାସଳଖ କିଛି କହିନଥିଲେ ବି କହିଛନ୍ତି ଏଭଳି ବୟାନବାଜି ଉଚିତ୍ ନୁହେଁ । ଏନେଇ ସେ ମନ୍ମଥଙ୍କ ସହ କଥା ହେବେ ।


ସେପଟେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଆମ ଦଳର କଥା, ଦଳ ମୁଖିଆ ନିଷ୍ପତ୍ତି ନେବେ । ଆଗରୁ ମନ୍ମଥ ବି ବାରମ୍ବାର ଶ୍ରୀମୟୀଙ୍କୁ ଅପମାନିତ କରିଥିବାର ଅଭିଯୋଗ ହୋଇଛି । ଶ୍ରୀମୟୀ ନିଜେ ଏନେଇ ମୁଖିଆଙ୍କୁ ଜଣାଇଥିବା ଖବର ପ୍ରକାଶ ପାଇଥିଲା । ହେଲେ ମନ୍ମଥଙ୍କ ବିରୋଧରେ ଆକ୍ସନ ହେଲାନାହିଁ । ବରଂ ସେ ଆହୁରି ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଦୁଇ ଦିନ ତଳେ ଶ୍ରୀମୟୀ ସୋସିଆଲ ମିଡିଆରେ ଲେଖିଥିଲେ ଦ୍ରୌପଦୀଙ୍କ ଅପମାନ ବେଳେ ଧୃତରାଷ୍ଟ୍ରଙ୍କ ପୁତ୍ରମୋହ ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା । ଏଇ ଲେଖାରେ ପରୋକ୍ଷରେ ନବୀନ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ଶ୍ରୀମୟୀ । ତେବେ ଶୃଙ୍ଖଳା କମିଟି ନିଜ ଦଳର ନେତ୍ରୀଙ୍କୁ ଅପମାନ ଘଟଣାରେ ମନ୍ମଥଙ୍କ ବିରୋଧରେ ନେବ ତ ଆକ୍ସନ୍, ନା ପାଣ୍ଡି୍ଆନଙ୍କ ଲୋକ ବୋଲି ସବୁ ମାଫ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Manmath Routray: ବିଜେଡିରେ ସୁରକ୍ଷିତ କି ନାରୀନେତ୍ରୀ ? ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ | Argus News