Sana Mahakud BJD / ବିଜେଡି ବିରୋଧରେ ବିଷ ଓଗାଳିଲେ ସନା ମହାକୁଡ଼, ମୁଖ୍ୟମନ୍ତ୍ରୀଙ୍କୁ ବି କଲେ ଭୁରି ଭୁରି ପ୍ରଶଂସା
·8 months ago·2 min read

Key Points
ବାଲେଶ୍ୱର, ଗଞ୍ଜାମ ପରେ ଏବେ ଚର୍ଚ୍ଚାରେ କେନ୍ଦୁଝର ବିଜେଡି
ବଦ୍ରିଙ୍କ ପରେ ବିଷ ଓଗାଳିଲେ ସନା ମହାକୁଡ଼
ମୁଖ୍ୟମନ୍ତ୍ରୀଙ୍କୁ ବି କଲେ ଭୁରି ଭୁରି ପ୍ରଶଂସା

ବିଜେଡିର ଆଉ ଜଣେ ଟାଣୁଆ ନେତା ଦଳ ବିରୋଧରେ କରିଛନ୍ତି ବିଷୋଦଗାର । ବାଲେଶ୍ବର, ଗଞ୍ଜାମର ଶଙ୍ଖ ଦଳିଆ ନେତାଙ୍କ ପରେ ଖୁଲମଖୁଲା ଦଳ ବିରୋଧୀ ବୟାନ ଦେଉଛନ୍ତି କେନ୍ଦୁଝରିଆ ନେତା । ବଦ୍ରି ପାତ୍ରଙ୍କ ପରେ ଏବେ ସନାତନ ମହାକୁଡ଼ । ସନା ଖାଲି ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ତାହା ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ଖୁବ୍ ପ୍ରଶଂସା କରିଛନ୍ତି ।
ବାଲେଶ୍ୱର, ଗଞ୍ଜାମ ପରେ ଏବେ ଚର୍ଚ୍ଚାରେ କେନ୍ଦୁଝର ବିଜେଡି । ବଦ୍ରିଙ୍କ ପରେ ବିଷ ଓଗାଳିଲେ ସନା ମହାକୁଡ଼ । ଜିଲ୍ଲାରୁ ଜିଲ୍ଲା ଡେଉଁଛି ନେତାଙ୍କ ଅସନ୍ତୋଷ ନିଆଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି କଲେ ଭୁରି ଭୁରି ପ୍ରଶଂସା କଲେ ସନା ମହାକୁଡ଼ । ଅସନ୍ତୁଷ୍ଟ ନେତାଙ୍କ ଉପରେ ଅଛି ତ ନବୀନଙ୍କ ନଜର !
କିଛି ଦିନ ତଳେ ବିନା ନବୀନଙ୍କ ଫଟୋରେ ଗେରୁଆ ବ୍ୟାନର ମାରିଥିଲେ । ଏବେ ଖୋଲା ଖୋଲି ଅସନ୍ତୋଷ ଜାହିର କଲେ । ପୁଣି ଚର୍ଚ୍ଚା ରେ ଚମ୍ପୁଆର ଟାଣୁଆ ବିଜେଡି ବିଧାୟକ ସନା ମହାକୁଡ଼ । ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେଉଥିବା ଚର୍ଚ୍ଚା ଭିତରେ ନିଜ ଦଳ ଉପରେ ବର୍ଷିଛନ୍ତି ସନା । ବିଜେଡି ସରକାର ୨୪ ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ କହି ଅସନ୍ତୋଷ ଝାଡ଼ିଛନ୍ତି ସନା ।
କିଛି ଦିନ ତଳେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ମଞ୍ଚ ଉପରୁ ବବି ଓ ପାଣ୍ଡିଆନଙ୍କୁ ନିଶାନା କରିଥିଲେ ବିଧାୟକ ବଦ୍ରି ପାତ୍ର । ଏହା ପରେ ପରେ ଗଞ୍ଜାମର ୧୦ଟି ସିଟରେ ପ୍ରାର୍ଥୀଙ୍କୁ ଜାଣି ଶୁଣି ହରାଇ ଥିବା କହି ଦଳ ଭିତରେ ବଡ଼ ବୋମା ପକାଇଥିଲେ ଲତିକା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଜିଲ୍ଲା ସ୍ତରରୁ ନେତାଙ୍କ ଅସନ୍ତୋଷ ବଢୁଥିବା ବେଳେ ସନା ନିଜେ ନିଜକୁ ସମୀକ୍ଷା କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ।
ସରକାରରୁ ଯିବା ପରେ ବିଜେଡିରେ ରାଜ୍ୟରୁ ଜିଲ୍ଲା ସଂଗଠନ ପର୍ଯ୍ୟନ୍ତ ସବୁଠି ବିଦ୍ରୋହ ସ୍ଥିତି । ନେତାଙ୍କ ଭିତରେ ଛକାପଞ୍ଝା ଯୋଗୁଁ ବାଲେଶ୍ୱର ଓ ଖୋର୍ଦ୍ଧାରେ ଏ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଚୟନ ହୋଇ ପାରିନାହିଁ । ଯୁବ ନେତା ମେଳି କରୁଛନ୍ତି, ପାଣ୍ଡିଆନଙ୍କୁ ବି ନିଶାନା କରୁଛନ୍ତି । ନେତାଙ୍କ ଅସନ୍ତୋଷ ଭିତରେ ସୁପ୍ରିମୋଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏସବୁ ଭିତରେ ଅସନ୍ତୋଷ ଆହୁରି ବଢିଲେ ବିଜେଡି ଭାଙ୍ଗିଯିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

Related Topics
Explore more stories