Bhadrak Political Crisis / ଭଦ୍ରକରେ ବିଜେଡିକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ
·8 months ago·2 min read

Key Points
ଭଦ୍ରକରେ ପୁଣି ବିଜେଡିକୁ ଝଟ୍କା
ଇସ୍ତଫା ଦେଲେ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ
ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ

ଭଦ୍ରକରେ ପୁଣି ବିଜେଡିକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି ।
ତେବେ ଏହା ପୂର୍ବରୁ ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ । ଗୋଟିଏ ଦିନରେ ବିଜେଡିକୁ ବାଏ ବାଏ କରିଥିଲେ ତିନି ବ୍ଲକ୍ ଅଧ୍ୟକ୍ଷ । ଶନିବାର ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ବିଜେଡିରୁ ଇସ୍ତଫା ଦେଇଥିଲେ । ରୋଚକ କଥା ହେଲା ସମସ୍ତେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋଟିଏ ଦିନରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପ୍ରଥମେ ବନ୍ତ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ପରେ ପରେ ଉର୍ମିଳା ନାୟକ ଓ ସୁମତୀ ସେଠୀ ଦଳ ଛାଡ଼ିଥିଲେ। ଗୋଟିଏ ଦିନରେ ତିନି ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପରେ ଭଦ୍ରକ ରାଜନୀତି ସରଗରମ ହୋଇଛି । ଖୁବଶୀଘ୍ର ତିନି ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଇସ୍ତଫା ଦେଇଥିବା ୩ ବ୍ଲକ୍ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇପାରନ୍ତି । ଏନେଇ ଇସାରା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, କିଛି ଦିନ ତଳେ ତାଙ୍କୁ ଭଦ୍ରକର ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଆସି ସାକ୍ଷାତ କରିଥିଲେ । ସେମାନେ ବିଜେଡି ଛାଡ଼ିବେ ବୋଲି କହିଥିଲେ ।
ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ନଦୀ ଆସି ସମୁଦ୍ରରେ ମିଶେ । ଲୋକଙ୍କୁ ଯୋଡ଼ି ଯୋଡ଼ି ବିଜେପି ଆଜି ଏହି ସ୍ଥାନରେ ପହଞ୍ଚିଛି । ଆମେ କାହା ଦଳ ଭାଙ୍ଗୁନୁ । ଆମ ସହ ଯୋଡ଼ି ହେବାକୁ ଚାହିଁଲେ ଦଳକୁ ଆସିପାରିବେ । ଯେଉଁମାନେ ଦଳ ପାଇଁ ଆସେଟ ହେବେ ତାଙ୍କୁ ଦଳରେ ସାମିଲ କରୁଛୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଭଦ୍ରକରେ ବିଜେଡିକୁ ଝଟକା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଭଦ୍ରକ ବିଜେଡି ନେତା । ଭଦ୍ରକର ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ନବୀନ ନିବାସକୁ ଆଲୋଚନା ପାଇଁ ଡାକରା । ଦଳରେ ଅସନ୍ତୋଷ ବଢୁଥିବାରୁ ଭଦ୍ରକ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା ପାଇଁ ଭଦ୍ରକ ଜିଲ୍ଲାର ନେତାମାନଙ୍କୁ ଡାକରା ହୋଇଛି । ପୂର୍ବତନ ସାଂସଦ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ସଞ୍ଜୟ ଦାସ, ସଞ୍ଜୀବ ମଲ୍ଲିକଙ୍କୁ ଡାକରା ହୋଇଛି ।

ଅଧିକ ପଢ଼ନ୍ତୁ: ପଦ୍ମ ଧରିପାରନ୍ତି ବିଜେଡି ଛାଡ଼ିଥିବା ୩ ବ୍ଲକ ଅଧ୍ୟକ୍ଷ, ଇସାରା ଦେଲେ ମନମୋହନ ସାମଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories