Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - TMCର ବିଦ୍ରୋହୀ ବିଧାୟକଙ୍କ ବଡ଼ ନିଷ୍ପତ୍ତି; ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା...

Politics

Big Blow to Mamata / TMCର ବିଦ୍ରୋହୀ ବିଧାୟକଙ୍କ ବଡ଼ ନିଷ୍ପତ୍ତି; ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା...

Sushanta Sahoo
Browse all articles by Sushanta Sahoo
·2 hours ago·3 min read
TMCର ବିଦ୍ରୋହୀ ବିଧାୟକଙ୍କ ବଡ଼ ନିଷ୍ପତ୍ତି; ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା...
Rebel TMC Faction Makes Big Move

Key Points

ପଶ୍ଚିମବଙ୍ଗରେ କ୍ଷମତା ଯିବା ପରେ ମମତା, ଅଭିଷେକଙ୍କୁ ଆଉ ଏକ ବଡ଼ ରାଜନୈତିକ ଝଟ୍‌କା ଲାଗିଛି । ଋତବ୍ରତ ବାନାର୍ଜୀଙ୍କ ନେତୃତ୍ଵାଧିନ ଗୋଷ୍ଠୀ ଅଭିଷେକ ବାନାର୍ଜୀଙ୍କୁ ଦଳରୁ ନିଳମ୍ବିତ କରିଛି । ଏଥିସହ ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି ।
କୋଲକାତା: ଘନେଇଲା ଟିଏମ୍‌ସି ସଂକଟ । ପିଉସୀ, ପୁତୁରଙ୍କା ପଡ଼ିଲା ଭାଳେଣୀ । ବିଦ୍ରୋହୀ ବିଧାୟକ ନେଲେ ବଡ଼ ନିଷ୍ପତ୍ତି । ସୋମବାର ଟିଏମ୍‌ସିର ବିଦ୍ରୋହୀ ବିଧାୟକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ପଶ୍ଚିମବଙ୍ଗରେ କ୍ଷମତା ଯିବା ପରେ ମମତା, ଅଭିଷେକଙ୍କୁ ଆଉ ଏକ ବଡ଼ ରାଜନୈତିକ ଝଟ୍‌କା ଦେଇଛି ।

ଉଲୁବେରିଆ ପୂର୍ବ ଆସନର ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ଵାଧିନ ଗୋଷ୍ଠୀ ଅଭିଷେକ ବାନାର୍ଜୀଙ୍କୁ ଦଳରୁ ନିଲମ୍ବିତ କରିଛି । ଏଥିସହ ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ଘୋଷଣା କରିଛନ୍ତି ।

ଯାହା ଟିଏମସିରେ ବଡ଼ ରାଜନୈତିକ ଭୂମିକମ୍ପ ଆଣି ଦେଇଛି । ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ଟିଏମ୍‌ସିର ଜାତୀୟ ସାଧାରଣ ସମ୍ପାଦକ ଥିବାବେଳେ ବିଦ୍ରୋହୀ ଗୋଷ୍ଠୀ ତାଙ୍କୁ ଦଳରୁ ନିଲମ୍ବିତ ଘୋଷଣା କରିଛି ।

ଏଥିସହ ପଢ଼ନ୍ତୁ: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ଠାକରେ ଗୋଷ୍ଠୀର ୬ ସାଂସଦ 

ବିଦ୍ରୋହୀ ବିଧାୟକ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ନିଜକୁ ପ୍ରକୃତ ତୃଣମୂଳ କଂଗ୍ରେସ ବୋଲି ବିଦ୍ରୋହୀ ବିଧାୟକ ଦାବି କରିଛନ୍ତି । ଏଥିସହ ସେମାନେ ନୂଆ ସଂଗଠନ କମିଟି ଗଠନ କରିଛନ୍ତି ।

ନୂଆ ସଂଗଠନ କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଧାୟକ ଅରୂପ ରୟଙ୍କୁ ନିଯୁକ୍ତି କରାଯାଇଛି । ନିଉ ଟାଉନ୍ ହଲ୍‌ର ଏକ ହୋଟେଲରେ ଋତବ୍ରତଙ୍କ ଗୋଷ୍ଠୀର ବିଧାୟକ ଓ କୋଲକାତା ମହାନଗର ନିଗମ ସହ ୩ ଜିଲ୍ଲାର ୭୦ କାଉନସିଲର୍ ଭାଗ ନେଇଥିଲେ । ଏହି ବୈଠକରେ ମମତାଙ୍କ ସ୍ଥାନରେ ହାୱଡ଼ା ମଧ୍ୟ ବିଧାୟକ ଅରୂପ ରୟଙ୍କୁ ଦଳର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ବିଦ୍ରୋହୀ ଗୋଷ୍ଠୀର ଦାବି ହେଉଛି, ଦଳ ଭିତରେ ସାମ୍ବିଧାନିକ ସଂକଟକୁ ନେଇ ଏହି ବୈଠକ ବସିଥିଲା । ଋତବ୍ରତ ବାନାର୍ଜୀ କହିଛନ୍ତି, "ଦଳର ସମ୍ବିଧାନ ଅନୁସାରେ, ପ୍ରତି ୩ ବର୍ଷରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ଗଠନ ହେବା କଥା । ଶେଷ ଥର ପାଇଁ ଏହି କମିଟିର ବୈଠକ ୨୦୨୨ ଫେବ୍ରୁଆରୀରେ ବସିଥିଲା ।"

ଦଳୀୟ ପଦାଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଟିଏମ୍‌ସି ସଂଗଠନର ପୁର୍ନଗଠନ କରି ନଥିଲା । ତେଣୁ ଦଳର ରାଷ୍ଟ୍ରୀୟ ନେତୃତ୍ଵ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକତା ଥିବା ବୋଲି କହିଛନ୍ତି ଋତବ୍ରତ ବାନାର୍ଜୀ ।

ଟିଏମ୍‌ସିରେ ୩ ଗୋଷ୍ଠୀ

ପଶ୍ଚିମବଙ୍ଗରେ ମମତା ସରକାରରୁ ହଟିବା ପରେ ଟିଏମ୍‌ସି ୩ଟି ଗୋଷ୍ଠୀରେ ବିଭକ୍ତ ହୋଇଛି । ପ୍ରଥମ ଗୋଷ୍ଠୀ ହେଉଛି ମମତାଙ୍କ ନେତୃତ୍ଵାଧିନ ତୃଣମୂଳ କଂଗ୍ରେସ । ଦ୍ଵିତୀୟ ଗୋଷ୍ଠୀର ନେତୃତ୍ଵ ଋତବ୍ରତ ବାନାର୍ଜୀ ନେଉଛନ୍ତି, ଯିଏ କି ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି ।

ତୃତୀୟ ଗୋଷ୍ଠୀ ହେଉଛି କାକୋଳି ଘୋଷ ଓ ତାଙ୍କ ସହ ଥିବା ଲୋକସଭା ସାଂସଦ । ନିକଟରେ ଏମାନେ ନ୍ୟାସନାଲ୍ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)ରେ ବିଳୟ ହୋଇ ସଂସଦରେ NDAକୁ ସମର୍ଥନ ନିଷ୍ପତ୍ତି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: କୋର୍ଟରୁ ଦିଦିଙ୍କୁ ବଡ଼ ରାଜନୈତିକ ଝଟକା; ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ରାୟ 

କାହାର ହେବ TMC ?

ବିଦ୍ରୋହୀ ଗୋଷ୍ଠୀ ଦଳରୁ ଅଭିଷେକଙ୍କୁ ନଲମ୍ବିତ କରିବା ପରେ ପ୍ରଶ୍ନ ଉଠୁଛି କାହାର ହେବ ତୃଣମୂଳ କଂଗ୍ରେସ । TMCର ପ୍ରକୃତ ନେତୃତ୍ଵ କାହା ପାଖରେ ରହିବ ? ବିଦ୍ରୋହୀ ସାଂସଦଙ୍କ ସଂକେତ ଦଳୀୟ ଚିହ୍ନ ହାତେଇବା ପାଇଁ ସେମାନ ସୁପ୍ରିମକୋର୍ଟ ଯିବେ । ଅନ୍ୟପଟେ ବିଦ୍ରୋହୀ ବିଧାୟକ ମଧ୍ୟ TMCର ଚିହ୍ନ ସହ ନାଁ ଉପରେ ସେମାନଙ୍କ ଦାବି କରିଛନ୍ତି ।

ଦଳ ପାଖରେ ପ୍ରାୟ ୧୧୦୦ କୋଟିର ପାଣ୍ଠି ରହିଛି । ଏହା ଉପରେ କାହାର ହେବ ଅଧିକାର । ତେବେ ନିକଟରେ ବିଦ୍ରୋହୀ ବିଧାୟକଙ୍କ ଅଭିଯୋଗ ପରେ TMCର ୩ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୪୪୦ କୋଟିର ଜମା ଉପରେ ଡେବିଟ୍ ଫ୍ରିଜ୍ ଲାଗୁ କରାଯାଇଛି । ଫଳରେ ଏଥିରୁ ଉଠାଣ ହୋଇ ପାରିବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored