ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରକ ବୟାନ, ବିଜେଡି ସଠିକ୍ ଭାବେ ନିର୍ବାହ କରୁନାହିଁ ବିରୋଧୀଦଳ ଭୂମିକା

Key Points
ବିଜେଡିକୁ ନେଇ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା। ଦଳର ବର୍ତ୍ତମାନ ସ୍ଥିତିକୁ ଦେଖି ଦୁଃଖ ଲାଗୁଛି। ଦଳ ଯଦି ଏମିତି ଢଙ୍ଗରେ ଚାଲେ, ଆଗକୁ ଦଳଠୁ ଦୂରେଇ ଯିବି ।
ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସିଧା ନିଶାନା । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ଭୂପିନ୍ଦର ସିଂଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ମଲ୍ଲିକ । ଠିକ୍ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି । ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ଦୀର୍ଘଦିନ ପରେ ମୁଁହ ଖୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି । ଆଗକୁ ଯଦି ଦଳ ଠିକ୍ ନ ଚାଲେ ଦଳଠୁ ଦୂରେଇ ଯିବି ।
ସେହିପରି ସେ ଆହୁରି କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । PAC, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ୍ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ ।