BJD internal conflict / ବବି-ପାଣ୍ଡିଆନ କଳିରେ ବକରା ବନିଗଲେ କି ଦିବ୍ୟଶଙ୍କର ? ଦିନକ ଭିତରେ ବଦଳାଇଲେ ବୟାନ
·5 months ago·2 min read

Key Points
ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ବିଜେଡି ଦୁଇଫାଳ
ଉପକୂଳିଆ ନେତା vs ପଶ୍ଚିମ ଓଡ଼ିଶା ନେତା
କଳିକେଶଙ୍କ ସପକ୍ଷରେ ଦିବ୍ୟଶଙ୍କରଙ୍କ ପରେ ଦେବେଶ, ନିରଞ୍ଜନ ଓ ପଦ୍ମନାଭ

ଗତ କିଛି ଦିନ ହେଲା ବିଜୁ ଜନତା ଦଳରେ ଜାରି ରହିଛି ଉତ୍ତରାଧିକାରୀ ଝଡ଼ । ନେତୃତ୍ୱ ପରିବର୍ତ୍ତନ ପାଇଁ ପଶ୍ଚିମ ଓଡ଼ିଶାରୁ ଦାବି ଉଠିଲାଣି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଜଣେ ପରେ ଜଣେ ନେତା ଯୁକ୍ତି ବାଢୁଛନ୍ତି । ପ୍ରଥମେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଆଉ ଏବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ନିରଞ୍ଜନ ପୂଜାରୀ ଓ ପୂର୍ବତନ ବିଧାୟକ ପଦ୍ମନାଭ ବେହେରା ବି କଳିକେଶଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ସେପଟେ ଦିନକ ଭିତରେ କ୍ୟାପଟେନ୍ ବୟାନ ବଦଳାଇ ଦେବାକୁ ନେଇ ପ୍ରଶ୍ନ ହେଉଛି, ବବି-ପାଣ୍ଡିଆନ କଳିରେ ଦିବ୍ୟଶଙ୍କର ବକରା ବନିଗଲେ କି ?
ଭରା ସଭାରେ କଳିକେଶଙ୍କ ପାଇଁ ଓକିଲାତି କଲେ । ଆଉ ଦଳରେ ବିଦ୍ରୋହ ପରେ ସାମ୍ବାଦିକ ସମ୍ମିଳନୀ ଡାକି ସଫେଇ ଦେଲେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ସଫେଇ ଦେଲେ ହେଲେ ପ୍ରଶ୍ନକୁ ସାମ୍ନା ନ କରି ଉଠି ଚାଲିଗଲେ । ଆଉ ପୁଣି ଦଳ ଭିତରେ ଛାଡ଼ିଦେଲେ ଅନେକ ପ୍ରଶ୍ନ ।
ସେପଟେ ତିନି ଦିନ ହେବ ବିଜେଡିରେ ଜାରି ରହିଛି ଉତ୍ତରାଧିକାରୀ ଝଡ଼ । ନେତୃତ୍ୱ ପରିବର୍ତ୍ତନ ପାଇଁ ପଶ୍ଚିମ ଓଡ଼ିଶାରୁ ଉଠିଲାଣି ଦାବି ।
କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଜଣେ ପରେ ଜଣେ ନେତା ବାଢୁଛନ୍ତି ଯୁକ୍ତି । ପ୍ରଥମେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଆଉ ଏବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ନିରଞ୍ଜନ ପୂଜାରୀ ଓ ପୂର୍ବତନ ବିଧାୟକ ପଦ୍ମନାଭ ବେହେରା । ଦିବ୍ୟଶଙ୍କର ପରି ଦେବେଶ, ନିରଞ୍ଜନ ଓ ପଦ୍ମନାଭ ବି କଳିକେଶଙ୍କୁ ନେତୃତ୍ୱ ଦେବା ସପକ୍ଷରେ ବାଢିଛନ୍ତି ଯୁକ୍ତି । କହିଛନ୍ତି କଳିକେଶ ନିଅନ୍ତୁ ରାଜ୍ୟର ନେତୃତ୍ୱ । ଯାହାକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ । ପଶ୍ଚିମ ଓଡ଼ିଶା ନେତାଙ୍କ ବୟାନ ଉପକୂଳିଆ ନେତା କରିଛନ୍ତି ଜୋରଦାର ବିରୋଧ । ଗଣେଶ୍ୱର ଓ ଅରୁଣଙ୍କ ପରେ ଆଜି ସାମ୍ନାକୁ ଆସିଛନ୍ତି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା । ଉଭୟ ଦିବ୍ୟଶଙ୍କର ଓ ଦେବେଶ ଆଚାର୍ଯ୍ୟଙ୍କୁ କରିଛନ୍ତି ସିଧା ସିଧା ଟାର୍ଗେଟ । କହିଛନ୍ତି ନିଦ୍ଧିଷ୍ଟ କାହାକୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ରଖିଛନ୍ତି ଏପରି ବୟାନ ।
ସେପଟେ ଉତ୍ତରାଧିକାରୀ ଚର୍ଚ୍ଚାରେ ଆଜି ଆସିଛି ନୂଆ ଟୁଇଷ୍ଟ । ଦିନକ ତଳେ କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଯୁକ୍ତି ବାଢିଥିବା ଦିବ୍ୟଶଙ୍କର ଆଜି ମତ ବଦଳାଇ ଦେଇଛନ୍ତି । ନବୀନଙ୍କୁ ଅଦିତ୍ୱୀୟ ନେତା କହି ପ୍ୟାଚ୍ ପକାଇଛନ୍ତି । ଏବେ ପ୍ରଶ୍ନ ଖୋଲା ମଞ୍ଚରେ କଳିକେଶଙ୍କୁ ନେତୃତ୍ୱ ଦେବା କଥା ନିଜ ମନରୁ କହିଥିଲେ ନା କାହା ନିର୍ଦ୍ଧେଶ ରେ କହିଥିଲେ । ଯଦି ମନରୁ କହିଥିଲେ ଏବେ କାହା ଚାପ ପଡିଲା ? କିଏ ସେହି ଅଘୋଷିତ ବସ୍ ? ବବି ପାଣ୍ଡିଆନ କଳିରେ ବକରା ବନିଗଲେ କି ଦିବ୍ୟଶଙ୍କର ?
ବିଜେଡିରେ ଉତ୍ତରାଧିକାରୀକୁ ନେଇ ବିଜେଡିରେ ନେତାଙ୍କ ବୟାନ ବାଜି ବଢିବାରେ ଲାଗିଛି । ପଶ୍ଚିମ ଓଡ଼ିଶାରୁ ନେତୃତ୍ୱ ପରିବର୍ତ୍ତନ ସ୍ୱର ତେଜୁ ଥିବାବେଳେ ବିରୋଧ କଲେଣି ଉପକୂଳିଆ ନେତା । ଆଗକୁ ନବୀନଙ୍କ ପାଇଁ ଏହା ହୋଇପାରେ କି ଅଡୁଆ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories