Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Sujata Karthikeyan / କାଲି ବିଜେଡିରେ ମିଶିପାରନ୍ତି ପାଣ୍ଡିଆନ୍‌ଙ୍କ ପତ୍ନୀ

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·1 min read
କାଲି ବିଜେଡିରେ ମିଶିପାରନ୍ତି ପାଣ୍ଡିଆନ୍‌ଙ୍କ ପତ୍ନୀ
BJD

Key Points

କାଲି ବିଜେଡିରେ ସୁଜାତା କାର୍ତ୍ତିକେୟନ ମିଶିବା ନେଇ ଚର୍ଚ୍ଚା
ଆଜି ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା
କାଲି ଶଙ୍ଖ ଭବନରେ ଏନେଇ ନବୀନ କରିପାରନ୍ତି ବଡ଼ ଘୋଷଣା
ପୁଣି ନାଁ ନନେଇ ବିଜେଡିକୁ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆରେ ପୋଷ୍ଟ କରି ପାଣ୍ଡିଆନଙ୍କୁ ତେରଛା ବାଣ ମାରିଛନ୍ତି । ''୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡ଼ିଥିଲା । ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି । ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି, ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ସହଜେ ତ ଟ୍ରଷ୍ଟ କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି । ଏବେ ନଜର ନିବାସ ଓ ଦଳର ପାଣ୍ଠି ଉପରେ ରହିଛି'' ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଶ୍ରୀମୟୀ ମିଶ୍ର ।



ସେପଟେ ଆସନ୍ତାକାଲି ବଡ଼ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି ବିଜେଡି ସୁପ୍ରିମୋ ଦଳୀୟ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ଦଳର ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେବ ରୋଡମ୍ୟାପ । ଆସନ୍ତାକାଲି ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ । ସୁଜାତାଙ୍କ ବିଜେଡି ଏଣ୍ଟ୍ରି ନେଇ ଘୋଷଣା କରିପାରନ୍ତି ନବୀନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Political Move in Odisha: Sujata Karthikeyan Likely to Enter BJD | Argus News