Arabinda Mahapatra / ବିଜେଡି ଓ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଭିତରେ ବଢ଼ିଲା କଳି
·7 months ago·2 min read

Key Points
ବିଜେଡି ଓ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଭିତରେ ବଢ଼ିଲା କଳି
ନିଲମ୍ବନ ନେଇ ନବୀନଙ୍କ ଅଭିଯୋଗର ଶାଣିତ ଜବାବ ରଖିଲେ ଅରବିନ୍ଦ
ଚ୍ୟାଲେଞ୍ଜ୍ ଦେବା ସହ ଖୋଲା ବିତର୍କ ପାଇଁ କଲେ ଆହ୍ୱାନ
କହିଲେ ନବୀନଙ୍କ ଏଭଳି ଭିତ୍ତିହୀନ ଅଭିଯୋଗରେ ଆଶ୍ଚର୍ଯ୍ୟ
ନିଲମ୍ବନ ପ୍ଲଟ ପଛରେ ଅଛନ୍ତି ନବୀନ ପାଖରେ ରହୁଥିବା କାନ କୁହା ଲୋକ
ମହାକାଳପଡ଼ା କଥା ଉଠାଇ ଅତନୁ ସବ୍ୟସାଚୀ ନାୟକଙ୍କୁ ବି କଲେ ଟାର୍ଗେଟ

ବିଧାୟକଙ୍କ ନିଲମ୍ବନ କୁ ନେଇ ୮ ଦିନ ହେବ ବିଜେଡିରେ ଥମୁନି ବୟାନ ବାଜି । ୭ ଦିନ ପରେ ଖୋଦ ସଭାପତି ସାମ୍ନା କୁ ଆସି ନବାଗତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନାଁ ରେ ଅଭିଯୋଗ ଆଣିବା ପରେ ରୋଚକ ହୋଇଛି ବିଧାୟକ ବନାମ ବିଜେଡି କଳି । ପାଟକୁର ବାସୀ କାହାକୁ ନେତା ବାଛିବେ ସେ ନିଷ୍ପତ୍ତି ଲୋକଙ୍କର ବୋଲି କହି ନବୀନଙ୍କୁ ଜବାବ ଦେଇଛନ୍ତି ଅରବିନ୍ଦ।
ଖାଲି ସେତିକି ନୁହେଁ ୧୫ ତାରିଖରୁ ଆଜି ପର୍ଯ୍ୟନ୍ତ କିପରି ଅଭିଯୋଗ ବଦଳିବାରେ ଲାଗିଛି ତାହାର ବର୍ଣ୍ଣନା କରି ତତ୍ସଲ୍ୟ କରିଛନ୍ତି ଅରବିନ୍ଦ । କେଉଁଠୁ ତଥ୍ୟ ଆଣୁଛନ୍ତି ପଚାରିବା ସହ ପାଖରେ ରହୁଥିବା କାନ କୁହା ଲୋକଙ୍କ ଏହା ଷଡ଼ଯନ୍ତ୍ର ବୋଲି ବି କହିଛନ୍ତି । ପାଟକୁରା ସାଂସଦ ପ୍ରାଥି ଙ୍କୁ ଅରିବନ୍ଦ ହରାଇଥିବା ନେଇ ବିଜେଡିର ଅଭିଯୋଗ ଉପରେ କହିଛନ୍ତି ଯଦି ତାଙ୍କୁ ମୁଁ ହରାଇଲି ତେବେ ବାକି ୨୦ ପ୍ରାଥି ଙ୍କୁ କିଏ ହରାଇଲା। ଯାହାର ଜବାବ ରଖିଛି ବିଜେଡି ।
ଏଥିସହ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଛାଟ, ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...
ଅନ୍ୟପଟେ ପାଟକୁରା ପାଇଁ ନୂଆ ଲିଡ଼ର ପଠାଇବି ବୋଲି ନବୀନ କହିବା ପରେ ନିର୍ବାଚନ ମଣ୍ଡଳୀରେ ତେଜିଛି ରାଜନୀତି । ଅତନୁ ସବ୍ୟସାଚୀ ନାୟକ, ସଂଜୟ ଅଗ୍ରୱାଲ ଓ ଅମରେଶ ପତ୍ରୀଙ୍କ ସମର୍ଥକ ନିଜଙ୍କ ସପକ୍ଷରେ ବାହରିଛନ୍ତି। ଦେଖିବାର କଥା ବିଜେଡି ବନାମ ନିଲମ୍ବିତ ବିଧାୟକଙ୍କ କଳି ଆଗକୁ କେଉଁ ମୋଡ଼ ନେଉଛି । ପାଟକୁରା ପାଇଁ ନବୀନ କାହାକୁ ବାଛୁଛନ୍ତି ? ଆଉ ପାଟକୁରା ବାସୀ ଅରବିନ୍ଦ ନା ନବୀନଙ୍କ ଦ୍ଵାରା ଚୟନ ଲିଡ଼ର ସହ ରହୁଛନ୍ତି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ରାଜନୀତି ଖବର:
Related Topics
Explore more stories