Videos
|
Politics

Shreemayee Mishra / ଆଉ BJD ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଆଉ BJD ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ

Key Points

ସଭାପତିଙ୍କ ଠାରୁ ନେଇ ସୁପର୍ ଲିଡର ସମସ୍ତଙ୍କୁ କରୁଥିଲେ ଟାର୍ଗେଟ୍ । ଆଉ ଆଜି ଦଳ ତାଙ୍କୁ ଟାର୍ଗେଟ୍ କରି ନିଲମ୍ବିତ କରିଛି । ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ ମିଶ୍ର ।

ଭୁବନେଶ୍ଵର: ଦଳରେ ଥିଲେ, ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରି ଲେଖୁଥିଲେ । ନ କହି ନ କହି ସବୁ ବଖାଣୁଥିଲେ । ସଭାପତିଙ୍କ ଠାରୁ ନେଇ ସୁପର୍ ଲିଡର ସମସ୍ତଙ୍କୁ କରୁଥିଲେ ଟାର୍ଗେଟ୍ । ଆଉ ଆଜି ଦଳ ତାଙ୍କୁ ଟାର୍ଗେଟ୍ କରି ନିଲମ୍ବିତ କରିଛି । ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ ମିଶ୍ର ।


ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ଦଳର ଉପସଭାପତି (ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ଦସ୍ତଖତରେ ଶ୍ରୀମୟୀ ମିଶ୍ରଙ୍କ ସହ ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି ବିଜେଡି ।


ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଗତ କିଛିଦିନ ହେଲା ସୋସିଆଲ୍ ମିଡିଆରେ ଶ୍ରୀମୟୀ ବିଜେଡି କିମ୍ବା ଦଳର ନେତାଙ୍କ ନାଁ ନ ନେଇ ମୁଖିଆଙ୍କୁ ଟାର୍ଗେଟ୍ କରୁଥିଲେ, ପ୍ରଶ୍ନ କରୁଥିଲେ । ପ୍ରଥମେ ଜନେ ହସନ୍ତି ଭିଡିଓରୁ ଶ୍ରୀମୟୀ ଆରମ୍ଭ କରିଥିଲେ ବିଜେଡିକୁ ଟାର୍ଗେଟ୍ । ଆଉ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଶ୍ରୀମୟୀ ଭଣ୍ଡ ସନ୍ୟାସୀଙ୍କ ପୋଲ୍ ଖୋଲି ଦେଇଥିଲେ ।



ଏହାପରେ ଧ୍ରୁତରାଷ୍ଟ୍ରଙ୍କ ଅବତାରଣା କରି ପରୋକ୍ଷରେ ନବୀନଙ୍କୁ ନିଶାନା କରିଥିଲେ । ଶ୍ରୀମୟୀ ଲେଖିଥିଲେ, "ହସ୍ତିନାପୁରର ରାଜା ଭାବେ, ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା। କିଛି ଲୋକ ଧ୍ରୁତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ ।"


ସେପ୍ଟେମ୍ବର ୧୬ରେ ଶ୍ରୀମୟୀ, ବଲିଉଡ୍‌ର ଏକ ୱେବ୍ ସିରିଜ୍ କଥା କହି ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଏକ ପୋଷ୍ଟ କରିଥିଲେ । ଆଉ ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେଡିର କୋଟେରୀ ଗ୍ରୁପ୍ ଶ୍ରୀମୟୀଙ୍କ ଚରିତ୍ର ସଂହାର କରିବା ଆରମ୍ଭ କରିଥିଲେ । ଏପରିକି ଭିଡିଓ ଭାଇରାଲ୍ ପାଇଁ ଧମକ ଦେଇଥିଲେ ବିଜେଡି ନେତା ମନ୍ମଥ ରାଉତରାୟ ।



ସୋସିଆଲ୍ ମିଡିଆରେ ଶ୍ରୀମୟୀଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ ବିଜେଡିକୁ ପରୋକ୍ଷରେ କ୍ଷତାକ୍ତ କରିଥିଲା । ଅନେକ ବରିଷ୍ଠ ନେତା ଶ୍ରୀମୟୀଙ୍କୁ ସମର୍ଥନ ମଧ୍ୟ କରିଥିଲେ । ଆଉ ଶେଷରେ ବିଜେଡି, ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବିତ କରି ସନ୍ୟାସୀ ହିଁ ଅଘୋଷିତ ଭାବେ ସବୁ ନିଷ୍ପତ୍ତି ନେଉଥିବା ଚର୍ଚ୍ଚାକୁ କିଛିକାଂଶରେ ପ୍ରମାଣିତ କରୁଛି ।

Related Topics

Explore more stories