Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ରାଜ୍ୟସଭା ନିର୍ବାଚନକୁ ନେଇ ବିଚଳିତ ବିଜେଡି ସୁପ୍ରିମୋ, ସନ୍ଦେହ ଘେରରେ ବିଜେଡି ବିଧାୟକଙ୍କ ଗତିବିଧି

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ରାଜ୍ୟସଭା ନିର୍ବାଚନକୁ ନେଇ ବିଚଳିତ ବିଜେଡି ସୁପ୍ରିମୋ, ସନ୍ଦେହ ଘେରରେ ବିଜେଡି ବିଧାୟକଙ୍କ ଗତିବିଧି
Rajya Sabha Election

Key Points

ରାଜ୍ୟସଭା ନିର୍ବାଚନକୁ ନେଇ ବିଚଳିତ ବିଜେଡି ସୁପ୍ରିମୋ
ଘାରିଛି କ୍ରସ ଭୋଟିଙ୍ଗ ଭୟ,ସନ୍ଦେହ ଘେରରେ ବିଜେଡି ବିଧାୟକଙ୍କ ଗତିବିଧି
ଦଳର ବିଧାୟକଙ୍କ ଉପରେ ନଜର ରଖିବାକୁ ନବୀନ ଙ୍କ ନିର୍ଦ୍ଦେଶ

ବିଗିଡି ଗଲାଣି ବିଜେଡିର ରାଜ୍ୟସଭା ଗଣିତ । ଚିନ୍ତାରେ ବିଜେଡି ସୁପ୍ରିମୋ । ଗତକାଲି ରବୀନ୍ଦ୍ରଙ୍କ ଇସ୍ତଫା ପରେ ଆଜି ବିଧାନସଭା ଆସିଲେନି ସୁବାସିନୀ । ହେଇଯିବ କି କ୍ରସ ଭୋଟିଂ । ରାଜ୍ୟସଭା ଭୋଟକୁ ନେଇ ଏମିତି ଡର ଏବେ ବିଜେଡି ଶିବିରରେ ଛାଇ ଗଲାଣି । ଭୟ ଏମିତି ଘାରିଛି ଯେ ଦିନେ କାଳେ ବିଧାନସଭାରେ ଦେଖାଯାଉଥିବା ବିରୋଧୀ ଦଳ ନେତା ଏବେ ପ୍ରତିଦିନ ବିଧାନସଭା ଆସୁଛନ୍ତି ।

ଆଉ ନବୀନ ବିଧାନସଭା ଆସିବା କ୍ଷଣି ବିଜେଡି ବିଧାୟକଙ୍କୁ ଦେଖି ଆଲୋଚନା କରୁଛନ୍ତି । ସେପଟେ ସୁବାସିନୀଙ୍କ ଅନୁପସ୍ଥିତି ବିଜେଡି କ୍ୟାମ୍ପରେ ଛନକା ପୁରାଇଥିବା ବେଳେ ବିଜେଡି ବିଧାୟକଙ୍କୁ ଗୁପ୍ତ ସ୍ଥାନରେ ରଖିବା ପାଇଁ ଯୋଜନା ଚାଲିଛି । ସଂତୃପ୍ତ ଓ ଦତ୍ତ୍ୱେଶ୍ୱରଙ୍କୁ ଭୋଟ ଦେବା ପାଇଁ ନିର୍ମାଲ୍ୟ ଛୁଆଁଇ ପ୍ରତିଜ୍ଞା କରାଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଦଳର ବିଧାୟକ କହିଲେଣି ଭୋଟ ପୂର୍ବ ଦିନ ସମସ୍ତେ ଗୋଟିଏ ସ୍ଥାନରେ ରହିବାକୁ ନବୀନଙ୍କୁ ଦିଆଯାଇଛି ପ୍ରସ୍ତାବ ।

କ୍ରସ୍‌ ଭୋଟିଂ ଚର୍ଚ୍ଚା ଭିତରେ ବିଧାନସଭାରେ ବିଜେଡି ବିଧାୟକଙ୍କୁ ଭେଟିଛନ୍ତି ସଂତୃପ୍ତ ମିଶ୍ର । ଡାକ୍ତର ଦତ୍ତେଶ୍ବର ହୋତା ବି ବିଜେଡି ଓ କଂଗ୍ରେସ ବିଧାୟକଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି ।

ଏପଟେ କ୍ରସ୍‌ ଭୋଟିଂକୁ ନେଇ ବାକଯୁଦ୍ଧ ବି ତୀବ୍ର ହୋଇଛି । ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କହିଛନ୍ତି ଖେଳ ଆରମ୍ଭ ହୋଇଛି । ତିନି ଆସନ ଯିବ ବିଜେପି ଖାତାକୁ । ସେହିପରି କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି ବିଜେଡି କଥା ଜାଣିନି କଂଗ୍ରେସ ବିଧାୟକ ଏକ ଅଛନ୍ତି ।

ଏସବୁ ଭିତରେ ମାର୍ଚ୍ଚ ୧୬କୁ ଅପେକ୍ଷା । କାହାର ହେବ ହାର କାହାର ହେବ ଜିତ, କେଉଁ ବିଧାୟକ କାହାକୁ ଦେବେ ଭୋଟ । କିଏ କରିବ କ୍ରସ୍‌ ଭୋଟିଂ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Poll Tension: Naveen Patnaik Worried Amid Cross Voting Buzz in BJD | Argus News