|
logo
Live
Argus News App
GET APP

Argus News - ନୂତନ ନେତୃତ୍ୱ-ଦକ୍ଷିଣ ଭାରତ; କ'ଣ ରହିଛି ଦଳର ପରବର୍ତ୍ତୀ ୫ ଟାର୍ଗେଟ୍

Politics

BJP Next 5 Targets / ନୂତନ ନେତୃତ୍ୱ-ଦକ୍ଷିଣ ଭାରତ; କ'ଣ ରହିଛି ଦଳର ପରବର୍ତ୍ତୀ ୫ ଟାର୍ଗେଟ୍

Subhramjit Ray
Browse all articles by Subhramjit Ray
·2 hours ago·4 min read
 ନୂତନ ନେତୃତ୍ୱ-ଦକ୍ଷିଣ ଭାରତ; କ'ଣ ରହିଛି ଦଳର ପରବର୍ତ୍ତୀ ୫ ଟାର୍ଗେଟ୍
BJP@47

Key Points

ଆଜି ୪୭ ବର୍ଷରେ ପଦାର୍ପଣ କରିଛି ଦେଶର ସର୍ବବୃହତ୍ତ ରାଜନୈତିକ ଦଳ ବିଜେପି।
BJP Next 5 Targets: ସୋମବାର (ଅପ୍ରେଲ ୬) ୪୭ ବର୍ଷରେ ପଦାର୍ପଣ କରିଛି ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ବିଜେପି। ୧୯୮୦ ମସିହା ଆଜିର ଦିନରେ ଗଠିତ ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି)। ବର୍ତ୍ତମାନ ଦେଶର ବିଭିନ୍ନ ଭାଗରେ ପ୍ରାୟ ୨୧ ରାଜ୍ୟରେ କ୍ଷମତାରେ ରହିଛି ବିଜେପି। ଏପରିକି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ନେତୃତ୍ୱ ଏବଂ ଦଳର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ବିଚକ୍ଷଣ ରଣନୀତି ପାଇଁ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଗଠନ କରିଛି।

ବିହାରରେ ଖୁବ୍ ଶୀଘ୍ର ଦଳକୁ ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ସରକାର ଗଠନ କରିବାକୁ ଆଶା ରଖିଛି। ଏହା ସତ୍ତ୍ୱେ ଦଳ ପାଇଁ ଅନେକ କ୍ଷେତ୍ରରେ ଏପରି କିଛି ଚ୍ୟାଲେଞ୍ଜ ରହିଛି ଯାହାର ମୁକାବିଲା ଦଳର ନେତୃବୃନ୍ଦ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି। ଜଣେ ବରିଷ୍ଠ ନେତା କହିଛନ୍ତି ଯେତେବେଳେ ତାମିଲନାଡୁ, କେରଳ ଏବଂ ପଶ୍ଚିମବଙ୍ଗରେ ଦଳ ନିଜସ୍ୱ ଦମ୍ ବଳରେ ସରକାର ଗଠନ କରିପାରିବ ସେତେବେଳେ ଦଳ ଶୀର୍ଷରେ ପହଞ୍ଚି ପାରିଛି ବୋଲି ବିବେଚନା କରାଯିବ।

ଆଜି ବିଜେପି ଏହାର ୪୭ତମ ଜନ୍ମ ଦିନ ପାଳନ କରୁଛି। ଭବିଷ୍ୟତ ପାଇଁ ଦଳ ଏହାର ୫ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଦଳର ସେହି ପାଞ୍ଚଟି ପ୍ରମୁଖ ଲକ୍ଷ୍ୟ ଏବଂ ତାହାକୁ ହାସଲ କରିବା ପାଇଁ ଦଳୀୟ ନେତୃବୃନ୍ଦ କ'ଣ ଯୋଜନା କରିଛନ୍ତି।

୧. ଦକ୍ଷିଣରେ ବିସ୍ତାର
କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିସାରିଛି। ଅବିଭକ୍ତ ଆନ୍ଧ୍ରପ୍ରଦେଶ ବିଭାଜନ ହେବା ପୂର୍ବରୁ ଏବଂ ପରେ ମେଣ୍ଟ ସହଯୋଗୀ ଦଳ ଟିଡି଼ପି ସହିତ ସରକାରରେ ରହିସାରିଛି। ଏହା ସତ୍ତ୍ୱେ ଅନେକ ଦକ୍ଷିଣ ଭାରତୀୟ ରାଜ୍ୟ ରହିଛି ଯେଉଁଠାରେ ବିଜେପି ତାହାର ମୂଳଦୂଆକୁ ମଜବୁତ କରିବା ପାଇଁ ବେଶ ଲମ୍ବା ସମୟ ଧରି ପ୍ରୟାସ ଜାରି ରଖିଛି। ତାମିଲନାଡୁ ଏବଂ କେରଳରେ ବିଜେପି ନିଜସ୍ୱ ସାମର୍ଥ୍ୟ ବଳରେ ସରକାର ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେଲେଙ୍ଗାନା ଗଠନ ହେବା ପରେ ବିଜେପି ଏହି ରାଜ୍ୟରେ କ୍ରମାଗତ ଭାବରେ ଏହାର ସାଙ୍ଗଠନିକ ସ୍ଥିତି ଏବଂ ଭୋଟବ୍ୟାଙ୍କ ବଢାଇ ଚାଲିଛି। ଦକ୍ଷିଣ ଭାରତରେ ତେଲେଙ୍ଗାନା-କର୍ଣ୍ଣାଟକ ଆଦି ରାଜ୍ୟ ଦ୍ୱୟରେ ବିଜେପି ଏକ ପ୍ରମୁଖ ରାଜନୈତିକ ଦଳ ଭାବରେ ଉଭା ହୋଇସାରିଲାଣି। ଦେଶର ୬ ଦାକ୍ଷିଣାତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପଦୁଚେରୀରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କୁ କ୍ଷମତାରୁ ବିସ୍ଥାପିତ କରିବା ବିଜେପି ପାଇଁ ଏକ ପ୍ରମୁଖ ଲକ୍ଷ୍ୟ। କର୍ଣ୍ଣାଟକ-ତେଲେଙ୍ଗାନା ବ୍ୟତୀତ ବିଜେପି ଅନ୍ୟ ୪ ରାଜ୍ୟରେ ସବୁଠି ସହଯୋଗୀଙ୍କ ଉପରେ ନିର୍ଭଶୀଳ। ଦଳ ସେଠାରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏଥର ବିଜେପି ୨୦୨୬ କେରଳ ବିଧାନସଭା ନିର୍ବାଚନରେ ​​ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

୨. ପୂର୍ବୋତ୍ତର ଭାରତରେ ବିସ୍ତାର
ଦେଶର ପୂର୍ବୋତ୍ତର ଭାଗରେ ଦଳର ସାଙ୍ଗଠନିକ ସ୍ଥିତି ବିସ୍ତାର କରିବା ବିଜେପି ପାଇଁ ଆଉ ଏକ ପ୍ରମୁଖ ଲକ୍ଷ୍ୟ। ବିଜେପି ଅଧିକାଂଶ ଉତ୍ତର-ପୂର୍ବ ରାଜ୍ୟରେ ସରକାର ଗଠନ କରିସାରିଛି। ହେଲେ ଦଳୀୟ ସରକାରର ସ୍ଥିରତା ପାଇଁ ମେଣ୍ଟ ସହଯୋଗୀ ଦଳ ଉପରେ ନିର୍ଭର କରିବାକୁ ପଡୁଛି। ଦଳ ଉତ୍ତର-ପୂର୍ବରେ ନିଜର ସଙ୍ଗଠନକୁ ମଜବୁତ କରିବାକୁ ଚାହୁଁଛି। RSS କର୍ମକର୍ତ୍ତା ଦଶନ୍ଧି ଦଶନ୍ଧି ଧରି ସେଠାରେ କାମ କରୁଛନ୍ତି। ଉତ୍ତର-ପୂର୍ବରେ ମୋଦି ସରକାରଙ୍କ ଦଶ ବର୍ଷର କାର୍ଯ୍ୟକୁ ଆୟୁଧ କରି ଏବଂ ଆଞ୍ଚଳିକ ପ୍ରସଙ୍ଗକୁ ଉଠାଇ ବିଜେପି ଏହାର ଆଧାରକୁ ମଜବୁତ କରିବାର ଲକ୍ଷ୍ୟ ହାସଲ କରିବାକୁ କାର୍ଯ୍ୟ କରୁଛି। ସେହିପରି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି।

୩.ସମଗ୍ର ଦେଶରେ ସଙ୍ଗଠନକୁ ମଜବୁତ କରିବା
ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ଦଳର ଅଭୂତପୂର୍ବ ଭାବରେ ଏହାର ସଙ୍ଗଠନକୁ ଦେଶର କୋଣ ଅନୁକୋଣରେ ବିସ୍ତାର କରିଥିଲା। ଏକ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଦଳକୁ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳର ମାନ୍ୟତା ପ୍ରଦାନ କରିଥିଲେ। ଏହା ପରେ ବୁଥ୍ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଲକ୍ଷ୍ ଧାର୍ଯ୍ୟ କରିଥିଲା। ସାରା ଦେଶରେ ୧୦ ଲକ୍ଷରୁ ଅଧିକ ବୁଥରେ ବୁଥ୍ କମିଟି ଗଠନ କରାଯାଇଥିଲା। ଜେପି ନଡ୍ଡାଙ୍କ କାର୍ଯ୍ୟକାଳରେ ଶକ୍ତି କେନ୍ଦ୍ର ସ୍ଥାପନ କରି ଏହି କାର୍ଯ୍ୟକୁ ଆହୁରି ଆଗକୁ ବଢ଼ାଯାଇଥିଲା। ତଥାପି ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଅନେକ ରାଜ୍ୟରେ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି। କେରଳ,ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଭଳି ରାଜ୍ୟରେ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ବିଜେପି ପାଇଁ ଏକ ପ୍ରମୁଖ ଲକ୍ଷ୍ୟ।

୪.ସଂଖ୍ୟାଲଘୁଙ୍କ ସମର୍ଥନ ହାସଲ କରିବା
ପାସମାନ୍ଦା ମୁସଲମାନଙ୍କୁ ଏକାଠି କରିବା ପାଇଁ ବିଜେପି ଏକ ରଣନୀତି ଉପରେ କାମ କରୁଛି। ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ବ୍ୟାପକ ଭାବେରେ ସାଙ୍ଗଠନିକ କାର୍ଯ୍ୟ ଚାଲିଛି। ସେହିପରି କେରଳରେ ବିଜେପି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ନିକଟରେ ନିଜର ପହଞ୍ଚିବା ପ୍ରୟାସ ଜାରି ରଖିଛି। ସଂଖ୍ୟାଲଘୁଙ୍କ ମଧ୍ୟରେ ଦଳ ପ୍ରତି ଥିବା ଭୟକୁ ଦୂର କରିବା ଲକ୍ଷ୍ୟରେ ବିଜେପି ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ସରକାର "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ" ଲକ୍ଷ୍ୟ ନେଇ କାମ କରୁଛି।

୫.ନୂତନ ନେତୃତ୍ୱ ସୃଷ୍ଟି କରିବା
ବିଜେପି ୫୦ ବର୍ଷରୁ କମ୍ ବୟସର ନୀତିନ ନବୀନଙ୍କୁ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ବିଜେପି ନୂତନ ନେତୃତ୍ୱ ବିକାଶ କରିବା ଦିଗରେ କାମ କରୁଛି। ବିଭିନ୍ନ ରାଜ୍ୟରେ ୫୦ ବର୍ଷରୁ କମ୍ ବୟସର ନେତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୨୯ ନିର୍ବାଚନ ଲଢ଼ିବାକୁ ଯାଉଛି। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିପାରୁଥିବା ନେତାଙ୍କୁ ଆଗକୁ ଅଣାଯିବ। ଅନ୍ୟ ଦଳରୁ ବହୁ ସଂଖ୍ୟକ ନେତାଙ୍କୁ ଦଳରେ ସାମିଲ କରାଯାଇଛି। ସେମାନଙ୍କୁ ଦଳର ଆଦର୍ଶଗତ ଢାଞ୍ଚାରେ ସାମିଲ କରିବା ଦଳ ପାଇଁ ଏକ ପ୍ରମୁଖ ଲକ୍ଷ୍ୟ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Next 5 Targets: ନୂତନ ନେତୃତ୍ୱ-ଦକ୍ଷିଣ ଭାରତ; କ'ଣ ରହିଛି ଦଳର ପରବର୍ତ୍ତୀ ୫ ଟାର୍ଗେଟ୍ | Argus News