BJP 47th Anniversary / ୪୭ ବର୍ଷରେ ପହଞ୍ଚିଲା ବିଜେପି; ଜାଣନ୍ତୁ ଦଳ ସହ ଜଡ଼ିତ କିଛି ରୋଚକ ପୂର୍ଣ୍ଣ ତଥ୍ୟ
·3 hours ago·4 min read

Key Points
ଲୋକସଭାରେ ୨ ସାଂସଦରୁ ଯାତ୍ରା ଆରମ୍ଭ କରିଥିବା ଏବେ ବିଜେପି ଏବେ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ଭାବେ ଉଭା ହୋଇଛି।
BJP Foundation Day Update: ବିଜେପି ଆଜି ଏହାର ୪୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦେଶର ୨୧ ରାଜ୍ୟରେ ବର୍ତ୍ତମାନ ବିଜେପି ନେତୃତ୍ୱାଧିନ ଏନଡି଼ଏ ସରକାର କ୍ଷମତାାରେ ରହିଛି। ଦଳ ଦେଶର କେବଳ ୩ ରାଜ୍ୟ କେରଳ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ଆଦି ରାଜ୍ୟରେ ସରକାର ଗଠନ କରିନାହିଁ। ତାମିଲନାଡୁରେ ଦଳ ମେଣ୍ଟ ସରକାରରେ ସାମିଲ ରହିଛି। ବର୍ତ୍ତମାନ ହରିୟାଣା, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୋଆ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ମିଜୋରାମ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ବିହାର ଏବଂ ଆନ୍ଧ୍ର ପ୍ରଦେଶରେ ବିଜେପି କିମ୍ବା NDA ସରକାର ରହିଛି। ପୂର୍ବରୁ କର୍ଣ୍ଣାଟକ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ସରକାର ଗଠନ କରିସାରିଛି ବିଜେପି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କେରଳ-ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ନିଜସ୍ୱ ଦମ୍ ବଳରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ତେଲେଙ୍ଗାନାରେ ମଧ୍ୟ ସରକାର ଗଢିବା ନେଇ ଆଶାବାଦୀ ରହିଛି ଦଳ। ୧୯୮୦ ମସିହା ଆଜିର ଦିନରେ ଗଠିତ ହୋଇଥିବା
ଗୁଜରାଟରେ ୩୧ ବର୍ଷ ଧରି ଚାଲିଛି ବିଜେପି ସରକାର
ଗତ ୧୯୯୫ ମସିହାରୁ ବିଜେପି ଗୁଜରାଟର ଶାସନ କ୍ଷମତାରେ ରହିଛି। କେଶୁଭାଇ ପଟେଲ, ସୁରେଶ ମେହେତ୍ତା, ଶଙ୍କର ସିଂହ ବାଘେଲା ଏବଂ ଦିଲୀପ ପାରିଖ ୧୯୯୫ ମସିହାରୁ ୧୯୯୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୯୮ ମସିହାରେ କେଶୁଭାଇ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେଷ ସେହିପରି ୨୦୦୧ରୁ ନରେନ୍ଦ୍ ପିଏମ ମୋଦି ପ୍ରଥମ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଏହାର ପୂର୍ବ ରେକର୍ଡ ଭାଙ୍ବା ସହ ୧୫୬ ଆସନ ଜିତିଥିଲା। ଭୂପେନ୍ଦ୍ର ପଟେଲ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ମଧ୍ୟପ୍ରଦେଶରେ ୨୦ ବର୍ଷ ଧରି ଚାଲିଛି ବିଜେପି ସରକାର
ବିଜେପି ୨୦ ବର୍ଷରୁ ଅଧିକ ସମୟ ଧରି ମଧ୍ୟ ପ୍ରଦେଶରେ କ୍ଷମତାରେ ରହିଛି। ଗତ ୨୦୧୮-୨୦୨୦ ମଧ୍ୟରେ କେବଳ ୧୫ ମାସ ପାଇଁ ରାଜ୍ୟରେ କଂଗ୍ରେସ ସରକାର ଶାସନ କରିଥିଲା। ପୂର୍ବରୁ ୧୯୯୦-୯୩ ମସିହାରେ ଦଳ ସରକାର ଗଠନ କରିଥିଲା। ଏହା ପରେ ୨୦୦୩-୧୮ ପର୍ଯ୍ୟନ୍ତ ବିଜେପି ସରକାର ଗଠନ କରିଥିଲା। ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ହରିୟାଣାରେ ବିଜେପି ମାରିଲା ହ୍ୟାଟ୍ରିକ୍
ହରିୟାଣାରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳାଇବାର ପରମ୍ପରାରେ ବ୍ରେକ୍ ଲଗାଇଥିଲା ବିଜେପି। ଦଳ ୨୦୧୪ ରୁ ଏହି ରାଜ୍ୟରେ ଶାସନ କରୁଛି। ବିଜେପି ୨୦୨୧୪, ୨୦୧୯, ୨୦୨୪ ବିଧାନସଭା ନିର୍ବାଚନରେ ବାଜିମାତ୍ କରିଥିଲା। ଜାଟ୍ ଏବଂ ଦଳିତଙ୍କ ସମର୍ଥନ ଏବଂ ପଛୁଆ ବର୍ଗକୁ ସଙ୍ଗଠିତ କରି ଦଳ ହରିୟାଣାରେ ସରକାର ଗଠନ କରିବାରେ ହ୍ୟାଟ୍ରିକ୍ ମାରି ସାରିଛି।
ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର
ଗତ ୨୦୧୭ ରୁ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାର ଗଠନ କରିଛି। ବିଜେପି ଏଠାରେ ଏକ ବଡ଼ ବିଜୟ ହାସଲ କରିଛି। ହିନ୍ଦୁତ୍ୱକୁ ଆଧାର କରି ବିଜେପି, ସମାଜବାଦୀ ପାର୍ଟିର ଯାଦବ-ମୁସଲିମ୍ ସମୀକରଣ ଏବଂ ବିଏସପି ସପ୍ରିମୋ ମାୟାବତୀଙ୍କ ଦଳିତ ଭୋଟ ବ୍ୟାଙ୍କ୍ ପ୍ରଭାବକୁ ଦୁର୍ବଳ କରି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି।
ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ବିଜେପି ସହ ଜଡ଼ିତ କିଛି ରୋଚକ ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଜାଣନ୍ତୁ।
୧.ବିଶ୍ୱର ସବୁଠାରୁ ବଡ଼ ଦଳ
ସଦସ୍ୟତା ଦୃଷ୍ଟିରୁ ବିଜେପି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଏହା ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିପି) କୁ ମଧ୍ୟ ପଛରେ ପକାଇ ଦେଇଛି। ଦଳ ପାଖରେ ୧୮ କୋଟିରୁ ଅଧିକ ସକ୍ରିୟ ଦଳୀୟ ସମର୍ଥକ, କର୍ମକର୍ତ୍ତା, ବିସ୍ତାରକ ରହିଛନ୍ତି।
୨.ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିବା ପ୍ରଥମ ଅଣ-କଂଗ୍ରେସ ସରକାର
ସ୍ୱାଧିନତ୍ତୋର ଭାରତ ବର୍ଷର ରାଜନୈତିକ ଇତିହାସରେ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ ଯିଏ ତାଙ୍କର ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ (୧୯୯୯-୨୦୦୪) ପୂରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୧୪ ଲୋକସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହିତ ପ୍ରଥମ ବିଜେପି ନେତୃତ୍ୱାଧିନ ସରକାର ଗଠନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭାବରେ ଏବେ ପିଏମ ମୋଦିଙ୍କ ତୃତୀୟ ପାଳି କାର୍ଯ୍ୟକାଳ ଜାରି ରହିଛି।
୩. ଲୋକସଭାରେ ୨ ଆସନରୁ ଆରମ୍ଭ ହୋଇଥିଲା ଯାତ୍ରା
୧୯୮୪ ଲୋକସଭା ନିର୍ବାଚନରେ ବିଜେପିକୁ ସମଗ୍ର ଦେଶରେ କେବଳ ଦୁଇଟି ଆସନ ମିଳିଥିଲା। ସେହି ଦୁଇ ସାଂସଦଙ୍କ ମଧ୍ୟରୁ ଜଣେ ଥିଲେ ଏକେ ପଟେଲ। ଯିଏ ଗୁଜରାଟର ମେହସଣା ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ଅନ୍ୟ ଜଣେ ଥିଲେ ସେତେବେଳର ଅବିଭକ୍ତ ଆନ୍ଧ୍ର ପ୍ରଦେଶର ହାନମକୋଣ୍ଡା ଆସନର ସାଂସଦ ସି.ଜଙ୍ଗା ରେଡ୍ଡୀ।
୪. ନିର୍ବାଚନ ସଙ୍କେତ ପଦ୍ମ ଫୁଲ
ବିଜେପିର ନିର୍ବାଚନ ସଙ୍କେତ ହେଉଛି ପଦ୍ମ ଫୁଲ। ଯାହା ଦେଶର ଜାତୀୟ ଫୁଲ। ୧୮୫୭ ମସିହାରେ ହୋଇଥିବା ପ୍ରଥମ ସ୍ୱାଧିନତା ସଂଗ୍ରାମ ବେଳେ ରୁଟି ସହ ପଦ୍ମ ଫୁଲ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଥିଲା। ବିଜେପି ଏହାକୁ ଭାରତୀୟ ସଂସ୍କୃତି ଏବଂ ଜାତୀୟ ଗର୍ବ ସହିତ ଯୋଡି଼ଥାଏ।
୫. ଜନସଂଘରୁ ଆରମ୍ଭ ହୋଇଥିଲା ବିଜେପିର ଯାତ୍ରା
ବିଜେପିର ଜନ୍ମ ବୈଚାରିକ ଭାବରେ ଅନ୍ୟ ଦଳ ସହିତ ଜଡିତ ହୋଇଛି। ଏହାର ମୂଳ ଆଧାର ହେଉଛି ୧୯୫୧ ମସିହାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭାରତୀୟ ଜନସଂଘରେ ରହିଛି। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ ଜନସଂଘ ଜନତା ପାର୍ଟି ସହ ମିଶି ଯାଇଥିଲା। ହେଲେ ବୈଚାରିକ ମତ ପାର୍ଥକ୍ୟ ଏବଂ ଦ୍ୱୈତ ସଦସ୍ୟତା ବିବାଦକୁ ନେଇ ଜନତା ପାର୍ଟି ବିଭାଜିତ ହେବା ପରେ ୧୯୮୦ ମସିହା ଆଜିର ଦିନରେ ଗଠିତ ହୋଇଥିଲା ଭାରତୀୟ ଜନତା ପାର୍ଟି।
୬. ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ସିକିମ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ୮୯୩୦ ଦିନ ଧରି ଶାସନ କରୁଥିବା ରେକର୍ଡ ଭାଙ୍ଗି ସବୁଠାରୁ ଅଧିକ ସମୟ ଧରି ସରକାର ମୁଖ୍ୟ ହୋଇଛନ୍ତି।
୭.ଗାନ୍ଧୀବାଦୀ ସମାଜବାଦର ଯୁଗ
ବିଜେପି ଏହାର ହିନ୍ଦୁତ୍ୱ ଏବଂ ସାଂସ୍କୃତିକ ଜାତୀୟତାବାଦ ଏଜେଣ୍ଡା ପାଇଁ ଜଣାଶୁଣା। ହେଲେ ୧୯୮୦ ମସିହାରେ ପ୍ରତିଷ୍ଠା ହେବା ପର ଠାରୁ ବିଜେପି ଗାନ୍ଧୀବାଦୀ ସମାଜବାଦକୁ ଏହାର ମୂଳ ରାଜନୈତିକ ଆଦର୍ଶ ତଥା ବିଚାରଧାରା ଭାବରେ ଗ୍ରହଣ କରିଥିଲା। ମାତ୍ର ୧୯୮୫ ମସିହା ପରେ ଦଳ ଏହାର ବୈଚାରିକ ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ "ଏକାତ୍ମ ମାନବବାଦ" (Integral Humanism) ଦର୍ଶନକୁ ଏହାର ରାଜନୈତିକ ଆଦର୍ଶ ଭାବରେ ଗ୍ରହଣ କରିଥିଲା।
ଏହା ସହ ପଢନ୍ତୁ: ନୂତନ ନେତୃତ୍ୱ-ଦକ୍ଷିଣ ଭାରତ; କ'ଣ ରହିଛି ଦଳର ପରବର୍ତ୍ତୀ ୫ ଟାର୍ଗେଟ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories