Videos
|
Politics

BJP Akali Dal Alliance 2027 / ୬ ବର୍ଷ ପରେ ଏକାଠି ହେଲେ ବିଜେପି-ଅକାଳୀ: ୨୦୨୭ ପଞ୍ଜାବ ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ମେଣ୍ଟ

Subhramjit Ray
Browse all articles by Subhramjit Ray
·1 hour ago·3 min read
୬ ବର୍ଷ ପରେ ଏକାଠି ହେଲେ ବିଜେପି-ଅକାଳୀ: ୨୦୨୭ ପଞ୍ଜାବ ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ମେଣ୍ଟ
Photo Source: Social Media/AI

Key Points

୬ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ମେଣ୍ଟ କରି ଲଢ଼ିବେ। ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହେବାକୁ ଥିବାବେଳେ ବିଜେପି ୪୫ରୁ ୫୦ଟି ଆସନରେ ଲଢ଼ିବାକୁ ଦାବି କରିପାରେ। ମେଣ୍ଟ ଜିତିଲେ ଅକାଳୀ ଦଳର ନେତା ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି।


ଚଣ୍ଡିଗଡ଼: ପ୍ରାୟ ୬ ବର୍ଷ ପରେ ପୁଣି ଥରେ ଏକାଠି ହୋଇଛନ୍ତି ବିଜେପି ଏବଂ ଏହାର ଦୀର୍ଘଦିନର ମେଣ୍ଟ ସହଯୋଗୀ ଶିରୋମଣି ଅକାଳୀ ଦଳ (ଏସଏଡ଼ି)। ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ଆନୁଷ୍ଠାନିକ ଭାବରେ ମେଣ୍ଟ ଗଠନ ହୋଇସାରିଛି। ଗତ ୨୦୨୦ ରେ ସେହି ତିନୋଟି କୃଷି ଆଇନ ଯୋଗୁଁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ଅଲଗା ହୋଇ ଯାଇଥିଲା ଏସଏଡ଼ି (SAD)। ଏବେ ସେମାନେ ପୁଣି ଥରେ ଏକାଠି ହୋଇଛନ୍ତି ଉଭୟେ। ମେଣ୍ଟ ଘୋଷଣା ହୋଇସାରିବା ପରେ ବିଜେପି, ଅକାଳୀ ଦଳକୁ ଏହାର "ବଡ଼ ଭାଇ" ବୋଲି କହିଛି।

ବର୍ତ୍ତମାନ ମେଣ୍ଟ ଗଠନ ହେବା ପରେ, ପରବର୍ତ୍ତୀ ଆଲୋଚନା ଆସନ ଭାଗ ବଣ୍ଟା ଉପରେ ହେବାକୁ ଯାଉଛି। ପଞ୍ଜାବର ମୋଟ ୧୧୭ ବିଧାନସଭା ଆସନ ମଧ୍ୟରୁ କିଏ କେତେ ଆସନରେ ଲଢିବ ସେ ନେଇ ଖୁବଶୀଘ୍ର ଆରମ୍ଭ ହୋଇଯିବ ଆଲୋଚନା। ବିଜେପି ସୂତ୍ର କହୁଛି ଯେ ଦଳ ପ୍ରାୟ ୪୫-୫୦ ଆସନ ଦାବି କରିଛି। ଗତ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଦର୍ଶନ ଆଧାରରେ ବିଜେପି-ଅକାଳୀ ଦଳ ମଧ୍ୟରେ ଆସନ ଭାଗବଣ୍ଟା ହେବା ନେଇ ପ୍ରାୟତଃ ସ୍ଥିର ହୋଇସାରିଛି।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏଥର ବିଜେପି ପୂର୍ବ ଅପେକ୍ଷା ୨ ଗୁଣ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ପ୍ରସ୍ତୁତି କରିଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଉଭୟେ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। ବିଜେପି ସେତେବେଳେ ୨୩ ଆସନରେ ପ୍ରାର୍ଥୀ ଦେଇଥିଲା। ହେଲେ ଏଥର ଦଳ ପ୍ରାୟ ୪୬ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ।

ଆସନ ବଣ୍ଟନର ଫର୍ମୁଲା କ’ଣ?
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ସମୟ ବାକି ରହିଛି। ଏହାକୁ ନଜରରେ ରଖି ଯଥାଶୀଘ୍ର ଆସନ ଭାଗବଣ୍ଟା ହୋଇପାରେ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ମୁଖ୍ୟତଃ ସହରାଞ୍ଚଳ ଜନସମର୍ଥନ ପାଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ, ବିଜେପି ୨୩ ବିଧାନସଭା ଆସନରେ ପ୍ରଥମ, ୬ ଆସନରେ ଦ୍ୱିତୀୟ ଏବଂ ୧୬ ଆସନରେ ତୃତୀୟ ସ୍ଥାନରେ ରହିଥିଲା। ଏପରି ଦଳ ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ୪୫ ଆସନରେ ଅକାଳୀ ଦଳ ଠାରୁ ଆଗରେ ରହିଥିଲା। ଅନ୍ୟପଟେ ଅକାଳୀ ଦଳ ୯ ଆସନରେ ପ୍ରଥମ, ୫ ଆସନରେ ଦ୍ୱିତୀୟ ଏବଂ ଅନ୍ୟ ୫ ଆସନରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଏହି ଆସନ ବଣ୍ଟନ ଫର୍ମୁଲା ଚୂଡ଼ାନ୍ତ ହୋଇଯାଏ, ତାହେଲେ ବିଜେପି ୪୫-୫୦ ଏବଂ ଅକାଳୀ ଦଳ ୬୫-୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଭୟ ଦଳ ମଧ୍ୟରେ ମେଣ୍ଟ ହେଲେ କ'ଣ ମିଳିବ ଲାଭ?
ଅକାଳୀ ଦଳ ଏବଂ ବିଜେପି ପଞ୍ଜାବରେ ୩ ଥର ମେଣ୍ଟ ସରକାର ଗଠନ କରି ସାରିଛନ୍ତି। ୨୦୨୨ ମସିହାରେ ଉଭୟ ଦଳ ପୃଥକ ଭାବରେ ନିର୍ବାଚନ ଲଢ଼ିଥିଲେ। ଯାହା ଆମ ଆଦମୀ ପାର୍ଟି ଲାଗି ଲାଭଦାୟକ ହୋଇଥିଲା। ପଞ୍ଜାବରେ ଉଭୟ ଦଳ ୧୯୯୭ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୫ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିଥିଲେ। ୧୯୯୭, ୨୦୦୭, ୨୦୧୨ ଏପରି ଭାବରେ ମୋଟ ୩ ଥର ଉଭୟେ ମେଣ୍ଟ ସରକାର ଗଠନ କରିଥିଲେ।

ଏବେ ସେମାନେ ପୁଣି ଥରେ ଉଭୟେ ଏକାଠି ହୋଇଛନ୍ତି। ଏଥର ଯଦି ସେମାନେ ପୁନର୍ବାର ମେଣ୍ଟ ସରକାର ଗଠନ କରନ୍ତି, ତାହେଲେ ମୁଖ୍ୟମନ୍ତ୍ରୀ ଅକାଳୀ ଦଳରୁ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅକାଳୀ ଦଳକୁ "ବଡ଼ ଭାଇ" ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବଡ଼ ଭାଇ ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ। ନିର୍ବାଚନ ଜିତିବା ପରେ, ଅକାଳୀ ଦଳ ନେତା ମୁଖ୍ୟମନ୍ତ୍ରୀ ହେବେ।