Videos
|
Politics

BJP Press Conference / ଗଣଶିକ୍ଷା ମନ୍ତ୍ରୀଙ୍କୁ ବଦନାମ୍‌ କରିବା ଉଦ୍ୟମ ? ବିଜେପି ଖୋଲିଲା ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକଙ୍କ ମିଥ୍ୟା ପ୍ରଚାରର ଗୁମର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଗଣଶିକ୍ଷା ମନ୍ତ୍ରୀଙ୍କୁ ବଦନାମ୍‌ କରିବା ଉଦ୍ୟମ ? ବିଜେପି ଖୋଲିଲା ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକଙ୍କ ମିଥ୍ୟା ପ୍ରଚାରର ଗୁମର
BJP Pressmeet

Key Points

ପ୍ରେସମିଟ୍‌ରେ BJPର ବଡ଼ ଅଭିଯୋଗ
ଚ୍ୟାନେଲ ସମ୍ପାଦକଙ୍କୁ ନେଇ ବଢ଼ିଲା ବିବାଦ
ଏକ ନିର୍ଦ୍ଧିଷ୍ଟ ଚ୍ୟାନେଲ ସମ୍ପାଦକଙ୍କ ବିରୋଧରେ BJPର ଗୁରୁତର ଅଭିଯୋଗ
ସାମ୍ବାଦିକ ସମ୍ମିଳନୀ କରି ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକଙ୍କ ମିଥ୍ୟା ପ୍ରଚାରର ଗୁମର ଖୋଲିଛି ବିଜେପି । ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରେସମିଟ କରି ଉକ୍ତ ଚ୍ୟାନେଲର ସମ୍ପାଦକଙ୍କ ଗୁମର ଖୋଲିଛନ୍ତି । ସେ କହିଛନ୍ତି, ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ଏବଂ ସରକାର ତ୍ରୁଟି ପାଇଁ ଦୋଷୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ।

କିନ୍ତୁ ଏତିକି ବେଳେ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବଦନାମ କରିବାକୁ ମିଥ୍ୟା ଆରୋପ ଆଣିଛନ୍ତି । ତାଙ୍କ ଚ୍ୟାନେଲର ଉମରକୋଟର ସାମ୍ବାଦିକଙ୍କ ସହ ମନ୍ତ୍ରୀ ଫୋନରେ କଥା ହେବା ସହ, ଏସବୁ ଘଟଣାକୁ ଚାପି ଦେବାପାଇଁ ୫ ଲକ୍ଷ ଟଙ୍କା ଅଫର କରିଥିଲେ ବୋଲି ମିଥ୍ୟା ଅଭିଯୋଗ ଆଣିଛନ୍ତି । ସ୍ବାଭାବିକ ଭାବେ ଲୋକେ ଏକଥା ଶୁଣିବା ପରେ ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ ପ୍ରେମିକଙ୍କ ବ୍ଳାକମେଲ୍‌ ପାଇଁ ନର୍ସ ହାରିଦେଲେ ଜୀବନ, ଥାନାରେ ୨ ଅଟକ


କିନ୍ତୁ ବଡ଼କଥା ହେଉଛି ଉମରକୋଟର ସେହି ସାମ୍ବାଦିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲାଇଭ୍‌ରେ ଆସି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ସଂପୃକ୍ତ ସାମ୍ବାଦିକ ଜଣକ । ତେଣୁ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେହି ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକ ଓ ତାଙ୍କ ଉମରକୋଟ ସାମ୍ବାଦିକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂକୁ ଶୁଣାଇଛନ୍ତି ବିରଞ୍ଚି ନାରାୟଣ ତ୍ରିପାଠୀ ।

ଚ୍ୟାନେଲର ସମ୍ପାଦକ ଜଣକ ସାମ୍ବାଦିକତା ଭଳି ପବିତ୍ର ବୃତ୍ତିକୁ କଳୁସିତ କରିଥିବା ଓ ସୁପାରି ସାମ୍ବାଦିକ କହି ଅତି କଡ଼ା ଭାଷାରେ ସେ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଉମରକୋଟରୁ ଆସିଥିବା ଜଣେ ଆଦିବାସୀ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ବଦନାମ କରିବାକୁ ସଂପୃକ୍ତ ସମ୍ପାଦକ ଜଣକ କରିଥିବା ହୀନ ଚେଷ୍ଟା ବିରୋଧରେ ଗଣଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP Alleges Conspiracy to Defame Odisha School Education Minister Nityananda Gond | Argus News