Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ମହାରାଷ୍ଟ୍ର ନିର୍ବାଚନ ପାଇଁ ୯୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

Ritu Das
Browse all articles by Ritu Das
·1 year ago·1 min read
ମହାରାଷ୍ଟ୍ର ନିର୍ବାଚନ ପାଇଁ ୯୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନାଗପୁର ଦକ୍ଷିଣ-ପଶ୍ଚିମରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କାମାଥୀ ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି ପ୍ରାର୍ଥୀ କରିଥିବା ୯୯ଟି ସିଟ୍ ମଧ୍ୟରେ ନାଗପୁର ଦକ୍ଷିଣ ପଶ୍ଚିମ ସିଟ୍ ଶୀର୍ଷରେ ଅଛି ଯେଉଁଠାରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାଗପୁର ଦକ୍ଷିଣ ପଶ୍ଚିମ ଆସନ ୨୦୦୯ରେ ସୃଷ୍ଟି ହୋଇଥିଲା, ସେବେଠାରୁ କେବଳ ଦେବେନ୍ଦ୍ର ଫଡନାଭିସ୍ ଏଠାରେ ନିର୍ବାଚନରେ ​​ବିଜୟୀ ହୋଇଥିଲେ।

ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କାମାଥୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟ ଅଶୋକ ଚୌହାନଙ୍କୁ ଭୋକରରୁ ଟିକେଟ ଦିଆଯାଇଛି। ଏହି ଆସନକୁ ଅଶୋକ ଚାଭାନ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ଉଲ୍ଲେଖ ଥାଉ କି ଗତକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଲଢ଼ିବାକୁ ଥିବା ୬୮ଟି ଆସନରୁ ୬୬ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ।

ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଧନୱାଡ଼ରୁ ନିର୍ବାଚନ ଲଢ଼ିବେ। ଏହା ସହିତ ଜାମତାରାରୁ ସୀତା ସୋରେନ୍ ଓ ସଢ଼େଇକଳାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପ୍ରାର୍ଥୀ କରାଯାଇଥିଲା । ଚାଇବାସାରୁ ଗୀତା ବାଲମୁଚୁ, ଜଗନ୍ନାଥପୁରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡ଼ା ଓ ପୋଟ୍‌କାରୁ ମୀରା ମୁଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିଲା ।  ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Sponsored
BJP announced | Argus News