Manmohan Samal on Nuapada By Election / ନୂଆପଡ଼ା ଉପନିର୍ବାଚନ କିଏ ହେବେ ପ୍ରାର୍ଥୀ ? ସଂସଦୀୟ କମିଟି ନେବ ନିଷ୍ପତି

Key Points
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ଠାରୁ ଫିଡ୍ ବ୍ୟାକ୍ ନେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ନେଇ ତିନି ଘଣ୍ଟାଧରି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା ।
ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ବୈଠକ ଶେଷ ହୋଇଛି । ଏହି ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହା ଆମର ରୁଟିନ ବୈଠକ ଥିଲା । ମନ୍ତ୍ରୀମାନଙ୍କ ସହ ସାଂଗଠନିକ ବିଷୟରେ ଚର୍ଚ୍ଚା ହେଉଥିଲା । ମହାମନ୍ତ୍ରୀ ବିଏଲ ସନ୍ତୋଷ, ପ୍ରଭାରୀ ଓ ସହ ପ୍ରଭାରୀ ବୈଠକରେ ସାମିଲ ଥିଲେ । ସମସ୍ତ ବିଭାଗ ମନ୍ତ୍ରୀମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ଏହା ଦଳର ଏକ ଅନ୍ତରୀଣ ବ୍ୟାପାର ।
ଅନ୍ୟପଟେ ନୂଆପଡ଼ା ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ପାର୍ଲିଆମେଣ୍ଟ ପାର୍ଟି କରିବ ପ୍ରାର୍ଥୀ ଚୟନ ବୋଲି ସେ କହିଛନ୍ତି । ବିଏଲ ସନ୍ତୋଷ ହେଉଛନ୍ତି ପାର୍ଲିଆମେଣ୍ଟ ପାର୍ଟିର ସଦସ୍ୟ । ଯେଉଁ ରିପୋର୍ଟ ସେ ସଂଗ୍ରହ କରିବେ ତାହାକୁ ନେଇ ପାର୍ଲିଆମେଣ୍ଟ ପାର୍ଟି ନିଷ୍ପତି ନେବ ଯେ ପ୍ରାର୍ଥୀ କିଏ ହେବ ।
ଅଧିକ ପଢ଼ନ୍ତୁ: 'ବିଜେଡିର ଭବିଷ୍ୟତ ଅନ୍ଧାର, ଆଉ ଓଡ଼ିଶା ଫେରିବେନି ନବୀନ'
📱 Get Argus News App
✨ସେପଟେ ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳମାନେ ଗ୍ରାଉଣ୍ଡରେ ଆରମ୍ଭ କଲେଣି କସରତ୍। ମୈଦାନକୁ ଓହ୍ଲାଇ ଭୋଟରଙ୍କୁ ମନାଇବାକୁ ବିଭିନ୍ନ ରଣନୀତି ଆପଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଗରିବ ସେନା ସଂଗଠନର ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱରେ ହଜାର ହଜାର ସମର୍ଥକ ଘାସିରାମ ମାଝୀଙ୍କୁ ବିଜୟ କରିବା ପାଇଁ କଂଗ୍ରେସରେ ଯୋଗଦେଇଛନ୍ତି । ସେହିଭଳି ବିଜେଡି ମଧ୍ୟ ଜନ ସମ୍ପର୍କ ଅଭିଯାନ କରି କରିଛି ମହିଳା ସମାବେଶ। ବିଜେପି ମଧ୍ୟ ଗାଁକୁ ଗାଁ ଯାଇ ଲୋକଙ୍କ ସହିତ ମିଶିବା ସହ ଆମେ ସବୁବେଳେ ଲୋକଙ୍କ ସହିତ ଅଛୁ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ।
ଅନ୍ୟପଟେ ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଜୋରଦାର କରିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଂଚିଛି । ନୂଆପଡ଼ା ଜିଲ୍ଲାପାଳ ସର୍ବ ଦଳୀୟ ବୈଠକ ଡାକି ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିଛନ୍ତି। ଏଥର ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନୂଆପଡ଼ା ଉପନିର୍ବାଚନରେ ନେତା ବାଛିବେ ।
ସୂଚନା ଅନୁସାରେ ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ସେହିପରି ନଭେମ୍ବର ୧୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
Related Topics
Explore more stories