BJP vs BJD / 'ଦାଦନ, ଦୁର୍ନୀତି, ନାରୀ ନିର୍ଯାତନାରେ ଓଡ଼ିଶାକୁ ଏକ ନମ୍ବର କରିଥିଲେ ନବୀନ'
·49 mins ago·2 min read

Key Points
ନବୀନଙ୍କ ପଦଯାତ୍ରା ଆଟାକକୁ ବିଜେପିର କାଉଣ୍ଟର
NCRB ଓ ନୀତି ଆୟୋଗ ରିପୋର୍ଟ ଦେଖାଇ ଘେରିଲା ବିଜେପି
ବିଜେପି ସରକାର ଆସିବା ପରେ ଓଡ଼ିଶାରେ ଆସିଛି ନୂଆ ପରିବର୍ତ୍ତନ

ଜନ ସଂପର୍କ ପଦଯାତ୍ରାରେ ନବୀନ କହିଲେ ମୁଁ ଓଡ଼ିଶାକୁ କରିଥିଲି ଏକ ନମ୍ବର । ହେଲେ ଏବେ ଡବଲ ଇଞ୍ଜିନ ସରାକରରେ ପଛରେ ପଡିଛି ଓଡ଼ିଶା । କିନ୍ତୁ ପ୍ରଶ୍ନ ୨୪ ବର୍ଷରେ ନବୀନ ଓଡ଼ିଶାକୁ କେଉଁଥିରେ କରିଥିଲେ ଏକ ନମ୍ବର । ବିଜେପି କହିଛି ଦାଦନ, ଦୁର୍ନୀତି ଆଉ ନାରୀ ନିର୍ଯାତନା ଓଡ଼ିଶାକୁ ଏକ ନମ୍ବର କରିଥିଲେ ନବୀନ । ଯାହାକୁ ନେଇ ତେଜିଛି ରାଜନୀତି ।
ଦାଦନ, ଦୁର୍ନୀତି, ନାରୀ ନିର୍ଯାତନାରେ ଓଡ଼ିଶାକୁ ଏକ ନମ୍ବର କରିଥିଲେ ନବୀନ । ନବୀନଙ୍କ ସମୟରେ ଅର୍ଥନୀତିରେ ତଳକୁ ତଳକୁ ଖସିଥିଲା ଓଡ଼ିଶା । ଜନସଂପର୍କ ପଦଯାତ୍ରାରେ ନବୀନଙ୍କ ଆଟାକ ପରେ ବିଜେପିର କଡା କାଉଣ୍ଟର ।
ପୂର୍ବ ସରକାରଙ୍କ ଇକୋନୋମିକ ସର୍ଭେ ରିପୋର୍ଟ ଅନୁସାରେ ଦାରିଦ୍ର୍ୟରେ ୧୭ଟି ବଡ଼ ରାଜ୍ୟ ମଧ୍ୟରେ ୧୨ତମ ସ୍ଥାନରେ ଥିଲା ଓଡ଼ିଶା । ମାତୃ ମୃତ୍ୟୁ ହାର ଏବଂ ପୁଷ୍ଟି ଅଭାବ ସୂଚକରେ ନବମ ସ୍ଥାନରେ ଥିଲା ଆମ ରାଜ୍ୟ । ଆଉ ନୀତି ଆୟୋଗ ରିପୋର୍ଟ ଅନୁସାରେ ନବୀନଙ୍କ ସମୟରେ ରାଜ୍ୟରେ ଉତ୍କଟ ଥିଲା ଦାଦନ ସମସ୍ୟା । ନବୀନ ଶାସନ ଭାର ଛାଡ଼ିବା ବେଳେ ଓଡ଼ିଶାର ଋଣ ଥିଲା ୧ ଲକ୍ଷ ୧୨ ହଜାର ୯୦୦ କୋଟି ଟଙ୍କା ।
ଆଉ ନୀତି ଆୟୋଗ ରିପୋର୍ଟ ଅନୁସାରେ କୃଷକ-ଅନୁକୂଳ କୃଷି ବଜାର ଓ ନୀତିଗତ ସଂସ୍କାରର ୨୧ ନମ୍ବର ସ୍ଥାନରେ ଥିଲା ଓଡ଼ିଶା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ରିପୋର୍ଟ ଆଧାରରେ ସର୍ବାଧିକ ଅପରାଧ ରାଜ୍ୟର ୪ ନମ୍ବରରେ ରହିଥିଲା ଓଡ଼ିଶା। ମୁଣ୍ଡ ପିଛା ଆୟ ଜାତୀୟ ହାର ଠାରୁ କମ ରହୁଥିଲା । ତେଣୁ କେଉଁ ସଫଳତାର କଥା କହୁଛନ୍ତି ନବୀନ । ଯଦି ନବୀନ ଓଡ଼ିଶାକୁ ଏକ ନମ୍ବର କରିଥିଲେ ତାହେଲେ ବିଜେଡିକୁ କାହିଁକି ଲୋକ ପ୍ରତ୍ୟାଖାନ କଲେ ଆତ୍ମ ସମୀକ୍ଷା କରିବା ଦରକାର ବୋଲି କହିଛି ବିଜେପି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ନୂଆ ସରକାର ଆସିବା ପରେ କେମିତି ସ୍ଥିତିରେ ଆସିଛି ପରିବର୍ତ୍ତନ ନଜର ପକାନ୍ତୁ । ଦୁଇ ବର୍ଷରେ ୨୭ ଲକ୍ଷ ଲକ୍ଷପତି ଦିଦି ତିଆରି କରି ଓଡ଼ିଶା ସାଜିଛି ଏକ ନମ୍ବର ରାଜ୍ୟ । ମହିଳାଙ୍କୁ ୫୦ ହଜାର ଆର୍ଥିକ ସହାୟତା ଦେବାରେ ଓଡ଼ିଶା ଆଗରେ । ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡି ଦେବାରେ ଓଡ଼ିଶା ଆଗରେ । କେଜିରୁ ପିଜି ମାଗଣା ଶିକ୍ଷା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ । ନୀତି ଆୟୋଗ ରିପୋର୍ଟ ଅନୁସାରେ ବିଦେଶୀ ପୁଞ୍ଜି ନିବେଶରେ ଓଡ଼ିଶା ପଞ୍ଚମ ଶ୍ରେଷ୍ଠ ରାଜ୍ୟ । କିନ୍ତୁ ଏହାକୁ ମାନିବାକୁ ନାରାଜ ବିରୋଧୀ ।
ବିଜେପି ଦାବି କରୁଛି, ଅଢେଇ ବର୍ଷ ଭିତରେ ୨୧ଟି ନିର୍ବାଚନ ପ୍ରତିଶ୍ରୁତିରୁ ପ୍ରାୟ ୧୨ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛନ୍ତି ସରକାର । ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ନବୀନଙ୍କ ଏହି ନେରେଟିଭକୁ ଲୋକ କେତେ ଗ୍ରହଣ କରୁଛନ୍ତି ତାକୁ ଦେଖିବାର କଥା ।

Related Topics
Explore more stories