West Bengal Oath Ceremony / ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ ସମାରୋହ; କିଏ ହେବେ ମୁଖ୍ୟମନ୍ତ୍ରୀ ?
·4 months ago·2 min read

Key Points
- ୯ ତାରିଖରେ ଶପଥ ନେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
- ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀରେ ନୂଆ ସରକାର
- ଶପଥ ଗ୍ରହଣ ନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା
- ପଶ୍ଚିମବଙ୍ଗରେ ରେକର୍ଡ ୨୦୬ ଆସନରେ ଜିତିଛି ବିଜେପି
କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷମତା ପରିବର୍ତ୍ତନ ସହ ପଶ୍ଚିମବଙ୍ଗରେ ମେ ୯ରୁ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟିର ନୂଆ ସରକାରର ଶପଥ ଗ୍ରହଣ ସମାରୋହ ରବୀନ୍ଦନାଥ ଟାଗୋର ଜୟନ୍ତୀ ଦିନ ଅର୍ଥାତ୍ ମେ ୯ ତାରିଖରେ ଆୟୋଜିତ ହେବ ।
ଟାଗୋର ଜୟନ୍ତୀକୁ ପଶ୍ଚିମବଙ୍ଗରେ ସାଂସ୍କୃତିକ ଐତିହ୍ୟ ଓ ରାଜନୈତିକ ପରିବର୍ତ୍ତନ ଉଭୟର ସଙ୍ଗମ ରୂପେ ଦେଖା ଯାଉଛି । ବିଜେପି ରାଜ୍ୟ ସଭାପତି ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, "ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ମେ ୯ରେ ହେବ ।"
ଏଥିସହ ପଢ଼ନ୍ତୁ: ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା
ପୂର୍ବରୁ ସଂକେତ ଦେଇଥିଲେ ପ୍ରଧାନମନ୍ତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଏହି ତାରିଖର ସଂକେତ ତାଙ୍କ ଶେଷ ନିର୍ବାଚନୀ ଭାଷଣରେ ଦେଇଥିଲେ । ବାରାକପୁର ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ମୁଁ ପୁଣି ଥରେ ପଶ୍ଚିମବଙ୍ଗ ଆସିବି, ବିଜେପିର ଶପଥ ଗ୍ରହଣ ସମାରୋହରେ ସାମିଲ୍ ହେବି ।"
ଜନାଦେଶ ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ସୋମବାର ଐତିହାସିକ ଜନାଦେଶ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶକୁ ସ୍ମରଣ କରିଥିଲେ । କହିଥିଲେ, "ବିଜେପିର ସଂକଳ୍ପ ଏଭଳି ବଙ୍ଗଳା, ଯେଉଁଠି ମନ ଭୟମୁକ୍ତ ଓ ମୁଣ୍ଡ ଉଚ୍ଚା ରହୁଥିବ । ଯାହା ଗୁରୁଦେବ ଟାଗୋରଙ୍କ ଅମର ପକ୍ତିଂର ଭାବନାକୁ ଦର୍ଶାଇବ ।"
ଏଥିସହ ପଢ଼ନ୍ତୁ: ବିଜେପିର 'ପିତାମହ' ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଙ୍ଗରେ କେମିତି ପଦ୍ମ ଫୁଟାଇଲେ ମୋଦି ?
କିଏ ହେବେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?
ବିଜେପି ପଶ୍ଚିମବଙ୍ଗରେ ରେକର୍ଡ ୨୦୬ ଆସନ ଜିତି ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ଯାଉଛି । ତେବେ ପଶ୍ଚିମବଙ୍ଗରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ବିଜେପିର ବରିଷ୍ଠ ନେତା ଦିଲ୍ଲୀରେ ମାନସ ମନ୍ଥନ କରିବେ ।

ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଶୁଭେନ୍ଦୁ ଅଧିକାରୀ, ସାମିକ ଭଟ୍ଟାଚାର୍ଯ୍ୟ, ଭୂପେନ୍ଦ୍ର ଯାଦବ, ସୁନୀଲ ବଂଶଲ, ବିପ୍ଳବ ଦେବ ଓ ଅମିତ ମାଲବୀୟ ସାମିଲ୍ ହେବେ । ସମସ୍ତେ ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ମନ୍ତ୍ରିମଣ୍ଡଳ ସହ ଅନ୍ୟ ରଣନୀତି ଉପରେ ଚର୍ଚ୍ଚା କରିବେ ।
Related Topics
Explore more stories