Suvendu Adhikari vs Mamata Banerjee / ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା
·1 hour ago·2 min read

Key Points
ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଦ୍ଭୂତ ପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି।
West Bengal Assembly Election Result 2026 Update: ପ୍ରକାଶ ପାଇସାରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେପି ଦୁଇ-ତୃତୀୟାଂଶ ଆସନ ଦଖଲ କରି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଥର ବିଧାନସଭା ନିର୍ବାଚନରେ ଶାସକ ଦଳର ବହୁ ରଥି ମହାରଥି ପରାସ୍ତ ହୋଇଛନ୍ତି। ଯାହା ମଧ୍ୟରେ ରହିଛନ୍ତି ଖୋଦ୍ ନିଜେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଅନ୍ୟପକ୍ଷରେ ବିରୋଧି ଦଳ ଶୁଭେନ୍ଦୁ ଅଧିକାରୀ ପୁନର୍ବାର ଦଳ ପାଇଁ କରିତ କର୍ମା ସାବ୍ୟସ୍ତ ହୋଇଛନ୍ତି।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ଏଥର ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେ ଏଥର ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମ ସହ ଭବାନୀପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥର ନନ୍ଦିଗ୍ରାମ ଆସନରୁ ପଶ୍ଚିମବଙ୍ଗ ବିଜେପି ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ପବିତ୍ର କରଙ୍କୁ ୯୬୬୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ୧୫୧୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ।
ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସେତେବେଳର ନବାଗତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ "କାଣ୍ଟେ କି ଟକ୍କର" ଲଢେଇ ହୋଇଥିଲା। ହେଲେ ଶେଷରେ ବିଜେପି ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମରେ ବାଜିମାତ କରିଥିଲେ। ଏପରିକି ସେ ଏହି ଆସନରେ ମମତା ବାନାର୍ଜୀଙ୍କୁ ୧୯୫୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ପ୍ରଥମେ ନନ୍ଦିଗ୍ରାମ ଆଉ ଏବଂ ଏବେ ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଅଧିକାରୀ ନିଜର ରାଜନୈତିକ ପରିପକ୍ୱତା ଏଭଂ ଅଭିଜ୍ଞତାର ପ୍ରମାଣ ଦେଇଛନ୍ତି।
ଖବର ଲେଖାସରିବା (ରାତି 11:00 PM) ପର୍ଯ୍ୟନ୍ତ ବିଜେପି ୨୦୨ ସିଟ୍ ଜିତିଥିବା ବେଳେ ୪ ଆସନରେ ଆଗୁଆ ରହିଛି। ସେହିପରି ଟିଏମସି ୭୩ ସିଟ୍ ଜିତିଥିବା ବେଳେ ୮ ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୧, ଆମ ଜନତା ଉନ୍ନୟନ ପାର୍ଟି ୨, ସିପିଏମ ୧ ଏବଂ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ୧ ଆସନ ପାଇଛି। ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହୁମାୟୁଁ କବୀର ଉଭୟ ରେଜିନଗର (ସିଟ୍ ସଂଖ୍ୟା ୭୦) ଆସନରୁ ୫୮,୮୭୬ ଏବଂ ନୱଦା (ସିଟ୍ ସଂଖ୍ୟା ୭୪) ଆସନରୁ ୨୭,୯୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବାଜିମାତ କରିଛନ୍ତି।
ମେ ୪ ତାରିଖ ସୋମବାର ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ମଧ୍ୟରୁ ୨୯୩ ସିଟ୍ ପାଇଁ ହୋଇଥିଲା ଭୋଟ ଗଣତି। କେବଳ ରାଜ୍ୟର ଏତମାତ୍ର ଆସନ ଫଲଟାରେ ମତଦାନ ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ଆସନ୍ତା ମେ ୨୧ ତାରିଖରେ ପୁନଃର୍ବାର ମତଦାନ ଅନୁଷ୍ଠିତ ହେବ। ଆଉ ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଗତ ଅପ୍ରେଲ ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଫଲଟା ଆସନ (କ୍ରମିକ ସଂଖ୍ୟା ୧୪୪) ଲାଗି ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ହେଲେ ଏହି ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟକ ମତଦାନ କେନ୍ଦ୍ରରେ ଭୋଟିଂ ସମୟରେ ହୋଇଥିବା ଅନିୟମିତତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପୁନର୍ବାର ଏଠାରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Suvendu Adhikari vs Mamata Banerjee 2026Mamata Banerjee defeated in BengalSuvendu Adhikari double winWest Bengal election results winners listTMC total collapse 2026Nandigram election result 2026Bhabanipur election result 2026Giant killer Suvendu AdhikariBJP landslide victory BengalEnd of Mamata era