BJP Electoral Performance / କଂଗ୍ରେସ ରେକର୍ଡ ଭାଙ୍ଗିଲା ବିଜେପି; ୨୧ ରାଜ୍ୟରେ ଶାସନ କରୁଛି ଏନଡ଼ିଏ ସରକାର
·1 hour ago·3 min read

Key Points
ପଶ୍ଚିମବଙ୍ଗ ଏବଂ ଆସାମରେ ବିଜୟ ସହିତ, ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଦେଶର ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଶାସନ କରୁଛି। ୧୯୬୦ ରୁ ୮୦ ଦଶକ ମଧ୍ୟରେ ପଣ୍ଡିତ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେରେ କଂଗ୍ରେସ ଯେଉଁ ଶିଖରରେ ପହଞ୍ଚିଥିଲା ସେହି ରେକର୍ଡ ଏବେ ବିଜେପି କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ଭାଙ୍ଗିସାରିଛି।
BJP Electoral History Since 2014 LS Poll: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିରାଟ ବିଜୟ ହାସଲ କରିଛି ବିଜେପି। ଏହି ବିଜୟ ପରେ ବିଜେପି ସ୍ୱାଧିନତ୍ତୋର ଭାରତବର୍ଷର ରାଜନୈତିକ ଇତିହାସରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିସାରିଛି। ଏବେ ଦେଶରେ ବିଧାନସଭା ରହିଥିବା ୨୮ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୧ ପ୍ରଦେଶରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଶାସନ କରୁଛି। ୨୦୨୪ ଲୋକସଭା ନିର୍ବାଚନ ପର ଠାରୁ ଏବେ ଦେଶର ୭୨% ଅଞ୍ଚଳ ଏବଂ ୭୮% ଜନସଂଖ୍ୟା ବିଜେପି ସରକାରଙ୍କ ଦ୍ୱାରା ଶାସିତ ହେଉଛି। ପୂର୍ବରୁ ଏହି ରେକର୍ଡ ୧୯୭୦ ଦଶକର ଶେଷ ଭାଗରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ କଂଗ୍ରେସ ସରକାର ଦ୍ୱାରା ସ୍ଥାପନ କରାଯାଇଥିଲା। ଏହି ରେକର୍ଡକୁ ଏବେ ବିଜେପି ପଶ୍ଚିମବଙ୍ଗ ଏବଂ ଆସାମ ବିଜୟ ପରେ ଭାଙ୍ଗି ଦେଇଛି।
ଗତ ୨୦୧୪ ଲୋକସଭା ନିର୍ବାଚନରେ ବାଜିମାତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ତାଙ୍କର ପଦଭାର ଗ୍ରହଣ କରିଥିଲେ, ସେତେବେଳେ ବିଜେପି କେବଳ ଦେଶର ୭ଟି ରାଜ୍ୟରେ କ୍ଷମତାସୀନ ରହିଥିଲା। ତାହା ହେଉଛି ଗୁଜୁରାଟ, ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୋଆ। ଅନ୍ୟପଟେ ପଞ୍ଜାବ ଏବଂ ନାଗାଲାଣ୍ଡରେ ବିଜେପି, ଏନଡ଼ିଏ ସରକାରରେ ମେଣ୍ଟ ସହଯୋଗୀ ଭୂମିକାରେ ରହିଥିଲା।
ହେଲେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରେ ଦ୍ରୁତ ବେଗରେ ହୋଇଥିବା ଦଳୀୟ ସାଙ୍ଗଠନିକ କାର୍ଯ୍ୟ, ପୂର୍ବୋତ୍ତର ଭାରତରେ ହୋଇଥିବା ରଣନୈତିକ ମେଣ୍ଟ ଏବଂ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ରହିଥିବା ଅଣ-ବିଜେପି ସରକାର ବିରୋଧରେ ରହିଥିବା ଜନମତ ବିଜେପି ପାଇଁ ବେଶ ସହୟକ ହୋଇଥିଲା। ୨୦୧୪ ପରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଅପ୍ରତ୍ୟାଶିତ ସଫଳତା ପାଇବା ସହ ଏନଡ଼ିଏ ଦେଶର ୨୧ ରାଜ୍ୟରେ ସରକାର ଗଠନ କରିଥିଲା। ଯେଉଁଠି ଦେଶ ମୋଟ ଜନସଂଖ୍ୟାର ୭୦% ରୁ ଅଧିକ ଲୋକ ବସବାସ କରିଥାନ୍ତି।
ସଦ୍ୟ ଆସାମ ଏବଂ ପଶ୍ଚିମବଙ୍ଗ ବିଜୟ ସହିତ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଦେଶର କୋଣ ଅନୁକୋଣରେ ଭୌଗୋଳିକ ପ୍ରସାର କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ଇନ୍ଧିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସମୟରେ କଂଗ୍ରେସ କରିଥିବା ରେକର୍ଡ଼ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ୧୯୬୦ ରୁ ୮୦ ଦଶକ ମଧ୍ୟରେ ଦେଶର ଅଧାରୁ ଅଧିକ ରାଜ୍ୟ କଂଗ୍ରେସ ସରକାର ଦ୍ୱାରା ଶାସିତ ହେଉଥିଲା। ହେଲେ ବର୍ତ୍ତମାନ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଠାରୁ ପଶ୍ଚିମବଙ୍ଗ ଗଙ୍ଗା ସାଗର ଏବଂ ଗୁଜୁରକାଟ କଚ୍ଛ ଠାରୁ ଅରୁଣାଚଳ ପ୍ରଦେଶର କିବିଠୁ ପର୍ଯ୍ୟନ୍ତ ବର୍ତ୍ତମାନ ବିଜେପି ନେତୃତ୍ୱାଧିନ ଏନଡ଼ିଏ ସରକାର ଶାସନ ଅଧିନରେ ରହିଛି।
ହେଲେ ବିଜେପି ବିଜୟ ଧାରାରେ ବ୍ରେକ୍ ୨୦୧୮ ବିଧାନସଭା ନିର୍ବାଚନରେ ଲାଗିଥିଲା। ଯେତେବେଳେ ଦଳ ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ନିର୍ବାଚନକୁ ପରାସ୍ତ ହୋଇଥିଲା। ଏହାର କିଛି ମାସ ମଧ୍ୟରେ ବିଜେପି ଶାସିତ ରାଜ୍ୟ ସଂଖ୍ୟା ହ୍ରାସ ପାଇ ୧୬ ହୋଇ ଯାଇଥିଲା। ୨୦୨୦ ସୁଦ୍ଧା ଅନେକ ଛୋଟ ରାଜ୍ୟରେ ଦଳକୁ କିଛି ମାତ୍ରାରେ କ୍ଷତି ସହିବାକୁ ପଡ଼ିଥିଲା। ଏପରିକି କୋରୋନା ମହାମାରୀ ସମୟର ଏନଡ଼ିଏ ଶାସିତ ରାଜ୍ୟଙ୍କ ସଂଖ୍ୟା ୧୩ ହୋଇଯାଇଥିଲା ସେତେବେଳେ ସମାଲୋଚକ କହିଥିଲେ ଯେ ଦେଶର "ମୋଦୀ ଲହର" ଶେଷ ହୋଇଗଲାଣି। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲା।
୨୦୨୪ ଲୋକସଭା ନିର୍ବାଚନରେ ଦଳ ପ୍ରକୃତ ପରୀକ୍ଷା ଦେଇଥିଲା। ବିଜେପି କେବଳ ୨୪୦ ଆସନ ଜିତିଥିଲା। ଯାହା ୨୦୧୯ ତୁଳନାରେ ପାଇଥିବା ୩୦୩ ସିଟ୍ ଠାରୁ ୬୩ ଆସନ କମ ପାଇଥିଲା। ୨୦୧୪ ପରେ ପ୍ରଥମ ଥର ପାଇଁ ନିଜସ୍ୱ ଦମ ବଳରେ ପୂର୍ଣ୍ଣ ବହୁମତ ପାଇବାରୁ ପଛରେ ପଡ଼ିଯାଇଥିଲା। ଏନଡି଼ଏ ୨୯୩ ଆସନ ସହିତ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ କରିଥିଲା। ସେତେବେଳେ ଅନେକ ପର୍ଯ୍ୟବେକ୍ଷକ ପୂର୍ବାନୁମାନ କରିଥିଲେ ଯେ ଦଳକୁ ଆଗକୁ ଆହୁରି କ୍ଷତି ସହିବାକୁ ପଡ଼ିପାରେ।
ହେଲେ ଏହି ପୂର୍ବାନୁମାନ ବଦଳରେ ବିଜେପି ବିପରୀତ ପ୍ରଦର୍ଶନ କରିଥିଲା। ଦଳର ଚାଣକ୍ୟ ଅମିତ ଶାହ ଏବଂ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟତ୍ର ଜେପି ନଡ୍ଡା ଦଳୀୟ ରଣନୀତିକୁ ସୁଧାରିବାରେ ଲାଗି ଯାଇଥିଲେ। ଦଳର ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ପୂର୍ବରୁ ପୁନର୍ବାର ପ୍ରଶିକ୍ଷିତ କରାଯାଇଥିଲା। ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ଠାରୁ ଆରମ୍ଭ କରି ଅନେକ ଅଣ ବିଜେପି ଶାସିତ ରାଜ୍ୟରେ ଶାସନ ବିଫଳତା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରସଙ୍ଗକୁ ଉଠାଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦଳ ଆବଶ୍ୟକ ସ୍ଥାନରେ ନୂତନ ମେଣ୍ଟ କରିଥିଲା ଏବଂ କେବଳ ଜାତୀୟ କରିସ୍ମା ଉପରେ ନିର୍ଭର କରିବା ପରିବର୍ତ୍ତେ ଘର ଘର ବୁଲି ପ୍ରଚାର ଉପରେ ଧ୍ୟାନ ଦେଇଥିଲା।
୨୦୨୪ ଲୋକସଭା ନିର୍ବାଚନ ପର ଠାରୁ ୨୦୨୬ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଏହାର ପୁରୁଣା ଫର୍ମ ଫେରି ପାଇଥିଲା। ଦଳ ୨୦୨୪ ରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ କ୍ଷମତା ବଜାୟ ରଖିଥିଲା। ସେହିପରି ଜାମୁ କାଶ୍ମୀର ନିର୍ବାଚନରେ ଆସନ ସଂଖ୍ୟା ବଢାଇବା ଏଠାରେ ଏକ ବିକଳ୍ପ ଭାବେ ଉଭା ହୋଇଥିଲା। ଯଦିଓ ଝାଡାଖଣ୍ଡରେ ଦଳକୁ ପୂର୍ବ ଥର ଅପେକ୍ଷା କିଛି ଆସନ ହରାଇବାକୁ ପଡ଼ିଥିଲା। ଏହା ୨୦୨୫ ରେ ପ୍ରଥମେ ଦିଲ୍ଲୀ ଏବଂ ପରେ ବିହାର ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା। ଏବେ ପଶ୍ଚିମବଙ୍ଗ ଏବଂ ଆସାମ ବିଜୟ ପରେ ଦଳ ଏହି ଧାରାକୁ ଜାରି ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
BJP Electoral PerformanceBJP Electoral History Since 2014 LS PollBJP Electoral HistoryBJP NDA Rulling States in India till 2026BJP matches Indira Gandhi recordSaffron surge IndiaBJP vs Congress peakKutch to Kibithu expansionNarendra Modi vs Indira Gandhi recordsBJP political footprintIndian election history milestonesBJP success in Northeast and BengalIndira Gandhi 1980 peakBJP growth since 2014