Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେବାଶିଷଙ୍କ ପରେ ଆଗକୁ କିଏ ? ବିଜେପି ସାଂସଦଙ୍କ ବୟାନକୁ ନେଇ ବିଜେଡି ଶିବିରରେ କମ୍ପନ

Politics

BJD Crisis / ଦେବାଶିଷଙ୍କ ପରେ ଆଗକୁ କିଏ ? ବିଜେପି ସାଂସଦଙ୍କ ବୟାନକୁ ନେଇ ବିଜେଡି ଶିବିରରେ କମ୍ପନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଦେବାଶିଷଙ୍କ ପରେ ଆଗକୁ କିଏ ? ବିଜେପି ସାଂସଦଙ୍କ ବୟାନକୁ ନେଇ ବିଜେଡି ଶିବିରରେ କମ୍ପନ
BJD MP

Key Points

ମମତା, ସୁଜିତ, ଦେବାଶିଷଙ୍କ ପରେ ଆଗକୁ କିଏ
ଯାଜପୁର MP କହିଥିଲେ ଆଉ ୨ ବିଜେଡି ସାଂସଦ ଯୋଗାଯୋଗରେ
ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍
ସାଧାରଣ ନିର୍ବାଚନ ପରେ ଭୁଷୁଡୁଛି ବିଜେଡି । ଦିଲ୍ଲୀରେ କମୁଛି ବିଜେଡି ଦବଦବା । ଦେବାଶିଷଙ୍କ ପରେ ରାଜ୍ୟସଭା ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ, ବିଜେପି ସାଂସଦ ରବୀନ୍ଦ୍ର ବେହେରାଙ୍କ ମନ୍ତବ୍ୟକୁ ନେଇ ଦଳରେ ଝଡ଼ । ମମତା, ସୁଜିତ କୁମାର, ଦେବାଶିଷଙ୍କ ପରେ ଆହୁରି ଦୁଇ ଜଣ ସାଂସଦ ବିଜେପି ଯୋଗାଯୋଗରେ ଥିବା ରବୀନ୍ଦ୍ର ବେହେରାଙ୍କ ଦମ୍ଭୋକ୍ତି ପରେ କିଏ ସେ ସାଂସଦ, ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ଅଗଷ୍ଟରେ ମମତା, ସେପ୍ଟେମ୍ବରରେ ସୁଜିତ, ମେ'ରେ ଦେବାଶିଷ । ଆଗକୁ କିଏ ? ବିଜେପିରୁ ଦେବାଶିଷ ନା ଆଉ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଦେବାଶିଷଙ୍କ ପରେ ବିଜେଡିରେ କାହା ପାଳି । କିଏ ସେ ଉପକୂଳିଆ ସାଂସଦ । ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ ନା ମାନସ ମଙ୍ଗରାଜ । ଗତକାଲି ଦେବାଶିଷ ସାମନ୍ତରାୟଙ୍କ ଯୋଗଦାନ ଅବସରରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବୟାନକୁ ନେଇ ଏବେ ହଲଚଲ ରାଜ୍ୟ ରାଜନୀତି । ଦେବାଶିଷଙ୍କ ପରେ ଆହୁରି ଦୁଇ ଜଣ ସାଂସଦ ବିଜେପି ଯୋଗାଯୋଗରେ ଥିବା ବିସ୍ଫୋରକ ବୟାନକୁ ନେଇ ବିଜେଡି ଶିବିରରେ ଆରମ୍ଭ ହୋଇଛି କମ୍ପନ । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭାରେ ସାଂସଦ ସଂଖ୍ୟା ୫କୁ ଖସିଥିବା ବେଳେ ପ୍ରଶ୍ନ ଆଗକୁ କ'ଣ ହେବ ?

ଏପଟେ ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଜୁନ ୧ରେ ବିଧିବଦ୍ଧ ବିଜ୍ଞପ୍ତି । ୮ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୯ରେ ନାମାଙ୍କନ ଯାଞ୍ଚ, ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୮ ତାରିଖ ସକାଳ ୯ଟାରୁ ୪ ଟା ଯାଏଁ ମତଦାନ ରହିଥିବା ବେଳେ ୫ ଟାରେ ଗଣତି । ଜୁନ ୨୦ ସୁଦ୍ଧା ପୂରା ନିର୍ବାଚନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ କମିଶନ । ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ଖାତାକୁ ରାଜ୍ୟସଭା ସିଟ୍ ଯାଉଥିବାରୁ କାହାକୁ ଦଳ ପ୍ରାର୍ଥୀ କରୁଛି ତାକୁ ନେଇ ଚର୍ଚ୍ଚା । ମମତା, ସୁଜିତ କୁମାରଙ୍କ ପରି ଦେବାଶିଷ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି ।

୨୪ ନିର୍ବାଚନରେ ଲୋକସଭାରେ ବିଜେଡି ଶୂନ ହୋଇଯାଇଥିବା ବେଳେ, ରାଜ୍ୟସଭାରେ ସଂଖ୍ୟା କମିବା ନବୀନଙ୍କ ଚିନ୍ତା ବଢାଉଛି । ନିର୍ବାଚନ ପରେ ରାଜ୍ୟସଭାରେ ବିଜେଡିର ଥିଲେ ୯ ଜଣ ସାଂସଦ ଏବେ ସଂଖ୍ୟା ଖସି ୫ରେ ପହଁଞ୍ଚିଛି । ଆଗକୁ ଯଦି ପୁଣି କିଏ ଯାଆନ୍ତି ତେବେ ଏ ଝଟକାକୁ କେମିତି ସମ୍ଭାଳିବେ ବିଜେଡି ସୁପ୍ରିମୋ ତାକୁ ନେଇ ଚର୍ଚ୍ଚା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Faces Fresh Crisis After BJP MP’s Big Claim | Argus News