Videos
|
Politics

One Mafia One District Poster UP / 'ଗୋଟିଏ ମାଫିଆ, ଗୋଟିଏ ଜିଲ୍ଲା'; ଅଖିଳେଶ ଯାଦବଙ୍କ ବିରୋଧରେ ଲାଗିଲା ପୋଷ୍ଟର, କିଏ କିଏ ଆସିଲେ ନଜର?

Subhramjit Ray
Browse all articles by Subhramjit Ray
·59 mins ago·2 min read
'ଗୋଟିଏ ମାଫିଆ, ଗୋଟିଏ ଜିଲ୍ଲା'; ଅଖିଳେଶ ଯାଦବଙ୍କ ବିରୋଧରେ ଲାଗିଲା ପୋଷ୍ଟର, କିଏ କିଏ ଆସିଲେ ନଜର?
One Mafia One District Poster UP

Key Points

୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ପୋଷ୍ଟର ଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ଅନେକ ସ୍ଥାନରେ ମାଫିଆ ବ୍ୟକ୍ତି ଅତିକ୍ ଅହମ୍ମଦ ଏବଂ ମୁଖତାର ଅନସାରୀଙ୍କୁ ଚିତ୍ରିତ ପୋଷ୍ଟର ଲାଗିଛି। ଅଖିଳେଶ ଯାଦବ ଟାର୍ଗେଟରେ ଅଛନ୍ତି।
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପୋଷ୍ଟର ଯୁଦ୍ଧକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଆଶ୍ଚର୍ଯ୍ୟର କଥା ଏହା ଯେ, ଛକ ବଜାର ଭଳି ସାର୍ବଜନୀନ ସ୍ଥାନରେ ଏଭଳି ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ବରଂ ଏପରି ପୋଷ୍ଟର ଲଗାଇ ସେ ସମାଜବାଦୀ ସରକାର ଶାସନ ସମୟରେ ହେଉଥିବା ମାଫିଆ ରାଜ ଏବଂ ଗୁଣ୍ଡାଗିରିକୁ ଦର୍ଶାଇଛନ୍ତି। ବିଭିନ୍ନ ଅଞ୍ଚଳ ଅନୁଯାୟୀ ଲଗାଯାଇଥିବା ପୋଷ୍ଟର ମାଧ୍ୟାମରେ ସମାଜବାଦୀ ସରକାର ଶାସନ ସମୟରେ ଗୁଣ୍ଡାଗର୍ଦ୍ଦି କରିଥିବା କଥିତ ମାଫିଆ ନେତାଙ୍କ ତାଲିକା ଦିଆଯାଇଛି।

ଅୱଧ ଠାରୁ ନେଇ ପୂର୍ବାଞ୍ଚଳ ପର୍ଯ୍ୟନ୍ତ ରହିଛି ଅନେକ ମାଫିଆଙ୍କ ନାମ
ଏହି ପୋଷ୍ଟର ମାଧ୍ୟମରେ ଅୱଧ ଠାରୁ ନେଇ ପୂର୍ବାଞ୍ଚଳ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଅନେକ ଜଣାଶୁଣା ମାଫିଆ, ଗୁ଼ଣ୍ଡା, ଅପରାଧିଙ୍କ ନାମ ଉଲ୍ଲେଖ ଅଛି। ପୋଷ୍ଟର ମାଧ୍ୟମରେ ଅତୀକ୍ ଅହମ୍ମଦ, ମୁଖତାର ଅଂସାରୀ, ଆଜମ ଖାନ୍, ୟାକୁବ କ୍ୟୁରେଶୀ ଏବଂ ଅନିଲ ଦୁଜାନା ଭଳି ଅପରାଧିଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି। ପୋଷ୍ଟର ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ପ୍ରକାଶିତ ରିପୋର୍ଟ ମଧ୍ୟ ରହିଛି। ଯେଉଁଥିରେ ଦାବି କରାଯାଇଛି ଯେ ଅତୀକ୍ ଅହମ୍ମଦ ଲ୍ୟାଣ୍ଡ କ୍ରୁଜର ଗାଡ଼ି ଚଢ଼ି ଅପହରଣ କରୁଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରମୁଖ ବ୍ୟକ୍ତି ରାଜନୈତିକ ପୋଷ୍ଟର ଯୁଦ୍ଧରେ ସାମିଲ ଅଛନ୍ତି। ଅୱଧ, ରୋହିଲଖଣ୍ଡ, ବ୍ରଜ, ବୁନ୍ଦେଲଖଣ୍ଡ, ପୂର୍ବାଞ୍ଚଳ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ମାଫିଆ ଅପରାଧିଙ୍କ ପୋଷ୍ଟର ମଧ୍ୟ ଲଗାଯାଇଛି।

ଏହା ସହ ପଢନ୍ତୁ: 'ସମାଜବାଦୀ ପାର୍ଟି ଦିନେ 'P' ର ପରିଭାଷା ପାକିସ୍ତାନ କରିଦେବେ'

ଅତୀକ ଅହମ୍ମଦ ଏବଂ ମୁଖତାର ଅଂସାରୀଙ୍କ ନାମ ସହିତ ଲାଗିଛି ପୋଷ୍ଟର
ଅୱଧ ଅଞ୍ଚଳରେ ଲାଗିଥିବା ପୋଷ୍ଟର ଅତୀକ ଅହମ୍ମଦ, ଆଜମ ଖାନ, ମୁଖତାର ଅଂସାରୀ, ଗୁଲସନ ଯାଦବ, ମିତ୍ରସେନ ଯାଦବ ଏବଂ ରିଜୱାନ ଜାହିର ଆଦି ଅପରାଧିଙ୍କ ନାମ ଉଲ୍ଲେଖ କରିଛି। ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ନବାବ ସିଂହ ଅଖିଳେଶ ଯାଦବଙ୍କ ନିକଟତର ଥିଲେ ଏବଂ ତାଙ୍କ ବିରୋଧରେ ବଳାତ୍କାରର ଅଭିଯୋଗ ଆସିଥିଲା। ଏହା ସହିତ ଦୀପନାରାୟଣ ଯାଦବ, ଜଣେ ଅପରାଧିଙ୍କୁ ଖସିଯିବାକୁ ସାହାଯ୍ୟ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରାଯାଇଛି। ଏହା ବ୍ୟତୀତ ପୋଡ଼ାଜଳା ମାମଲାରେ ଦୋଷୀ ସାବ୍ୟସ୍ତ ଇରଫାନ ସୋଲାଙ୍କିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ମୁକିମ କାଲା ଗ୍ୟାଙ୍ଗ କୈରାନା ପଳାୟନ ମାମଲାରେ ସମ୍ପୃକ୍ତ ରହିଥିଲା ବୋଲି କୁହାଯାଉଛି। ସଞ୍ଜୀବ ଜିଭା ୧୯୯୭ ମସିହାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କୁ ହତ୍ୟା କରିଥିଲା। ପୋଷ୍ଟର ମାଧ୍ୟମରେ ଆଜମଗଡ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଜଡ଼ିତ ରମାକାନ୍ତ ଯାଦବଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି।

ଆଖିଳେଶ ଯାଦବଙ୍କୁ କରାଯାଇଛି ଟାର୍ଗେଟ୍
ରୋହିଲଖଣ୍ଡ ଠାରେ ଲାଗିଥିବା ପୋଷ୍ଟର ସମାଜବାଦୀ ପାର୍ଟି (ସପା) ମାଫିଆ ତାଲିକାରେ ନାମ ବୀରପାଲ ସିଂହ ଯାଦବ, ଆଜମ ଏବଂ ସର୍ବେଶ ଯାଦବଙ୍କ ନାମ ଅନର୍ଭୂକ୍ତ ରହିଛି। ବ୍ରଜ ଅଞ୍ଚଳର ସପା ମାଫିଆ ତାଲିକାରେ ନବାବ ସିଂହ ଯାଦବ, ରାମବୃକ୍ଷ ଯାଦବ, ରାମେଶ୍ୱର ସିଂହ ଯାଦବ ଏବଂ ଯୋଗେଶ୍ୱର ଯାଦବ ଅନର୍ଭୂକ୍ତ ଅଛନ୍ତି। ବୁନ୍ଦେଲଖଣ୍ଡ ଅଞ୍ଚଳରେ ମାଫିଆମାନଙ୍କ ମଧ୍ୟରେ ଇରଫାନ ସୋଲଙ୍କି, ଦୀପ ନାରାୟଣ ସିଂହ ଯାଦବ, ଆଜମ ଖାନ୍, ମୁଖତାର ଅଂସାରୀ ଏବଂ ଚନ୍ଦ୍ରପାଲ ସିଂହ ଯାଦବଙ୍କ ନାମ ଆଲୋଚନା ହେଉଛି। ପୂର୍ବାଞ୍ଚଳର ସପା ମାଫିଆ ତାଲିକାରେ ଅତୀକ ଅହମ୍ମଦ, ମୁଖତାର ଅଂସାରୀ, ଉମାକାନ୍ତ ଯାଦବ, ରମାକାନ୍ତ ଯାଦବ, ମୁନ୍ନା ବଜରଙ୍ଗୀଙ୍କ ନାମ ଉଲ୍ଲେଖ ରହିଛି। ପଶ୍ଚିମ ଉତ୍ତର ପ୍ରଦେଶର ମାଫିଆ ତାଲିକାରେ ଆଜମ ଖାନ୍, ୟାକୁବ କ୍ୟୁରେଶୀ, ଅନିଲ ଦୁଜାନା, ଡିପି ଯାଦବ, ସଞ୍ଜୀବ ଜିଭା ଏବଂ ମୁକିମ କାଲା ନାମ ଉଲ୍ଲେଖ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: