RS Poll 2026 June / ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା
·3 months ago·2 min read

Key Points
୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଦଳ ଅତି ସତର୍କତାର ସହିତ ରାଜ୍ୟସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ କରିଛି।
BJP Candidate for RS Poll June 2026: ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର (ଜୁନ୍ ୪) ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ଦ୍ୱିବାର୍ଷିକ ରାଜ୍ୟସଭା ଉପନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରୁ ତାଇ ତାଗାକଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ରାଜୁଭାଇ ଶୁକ୍ଳା, ମୁକେଶଭାଇ ରାଠୱା, ମାନସିଂହ ପରମାନ ଏବଂ ଜିତେନ୍ଦ୍ର ମେଘଜୀଭାଇ କଞ୍ଜାରିଆଙ୍କୁ ଗୁଜରାଟରୁ ପ୍ରାର୍ଥୀ କରାଯାଇଛି। ତରୁଣ ଚୁଗ୍ ଏବଂ ରଜନୀଶ ଅଗ୍ରୱାଲଙ୍କୁ ମଧ୍ୟପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏ. ଶାରଦା ଦେବୀଙ୍କୁ ମଣିପୁରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଡକ୍ଟର ଅଳକା ଗୁର୍ଜର ଏବଂ ଡକ୍ଟର ସତୀଶ ପୁନିଆଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରିଛି ଦଳ।
ଗୁଜୁରାଟରେ ବିଜେପି ସମସ୍ତ ୪ ଆସନ ପାଇଁ ପ୍ରାର୍ଥୀ ଛିଡ଼ା କରିଛି। ରାଜ୍ୟରୁ ଦଳର ସମସ୍ତ ପ୍ରାର୍ଥୀ ଜିତିବା ସୁନିଶ୍ଚିତ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ଗୁଜରାଟରେ କଂଗ୍ରେସ ଦଳରୁ କୌଣସି ସଦସ୍ୟ ରାଜ୍ୟସଭାକୁ ପ୍ରତିନିଧ୍ୱତ୍ୱ କରିବେ ନାହିଁ।
ଟିକେଟ ବାଣ୍ଟି କେଉଁ ବାର୍ତ୍ତା ଦେଲା ଦଳ?
ଗୁରୁବାର ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦୁଇ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିଏନ୍ ସ୍ଥାନ ପାଇନାହାଁନ୍ତି। ଉଭୟଙ୍କ କାର୍ଯ୍ୟକାଳ ଜୁନ୍ ୨୧ ତାରିଖରେ ଶେଷ ହେଉଛି। ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେବା ପରେ ପୁନର୍ବାର ପ୍ରାର୍ଥୀ କରାଯାଇ ନଥିବାରୁ ରବନୀତ ସିଂହ ବିଟ୍ଟୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟିବା ଥୟ। ତାଙ୍କ ନଜର ଏବେ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ରହିଛି। ନିକଟରେ ସେ (ବିଟ୍ଟୁ) ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ପଞ୍ଜାବ ଚାଲି ଯାଉଛନ୍ତି।
୨୦୨୬ କେରଳ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜର୍ଜ କୁରିଏନ୍ ଙ୍କୁ ରାଜ୍ୟସଭାକୁ ଆଣିଥିଲା ଦଳ। ତାଙ୍କ ସ୍ଥାନରେ ଏବେ ମଧ୍ୟ ପ୍ରଦେଶରୁ ଦଳ ମହାସଚିବ ତରୁଣ ଚୁଗ୍ ପ୍ରାର୍ଥୀ ହୋଇଛନ୍ତି। ବିଜେପି ମଧ୍ୟ ପ୍ରଦେଶର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଦେଇଛି। ମଣିପୁରରେ ଜଣେ ମହିଳା ସାଂସଦ ପ୍ରାର୍ଥୀ କରିଛି ଦଳ। ସେ ହେଉଛନ୍ତି ଏ. ଶାରଦା ଦେବୀ।। ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଯିବ। ଯଦିଓ ପୁନିଆ ୨୦୨୩ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ, ହେଲେ ପରବର୍ତ୍ତୀ ସମୟରେ ହରିୟାଣା ଏବଂ ବିହାର ବିଧାନସଭା ନିର୍ବାଚନରେ କଠିନ ପରିଶ୍ରମ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଶ୍ଚିମବଙ୍ଗରେ ବିପୁଳ ବିଜୟ ସତ୍ତ୍ୱେ, ଦଳର ଆଉ ଜଣେ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଜ୍ୟସଭାକୁ ପଠାଯାଇ ନାହିଁ। ରାଜ୍ୟସଭା ପ୍ରାର୍ଥୀ ତାଲିକାରୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ବାଦ ଦିଆଯିବା ଏହା ସୂଚାଇ ଦେଉଛି ସେମାନଙ୍କୁ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଯିବେ। ସେହିପରି କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ଏବଂ ହର୍ଷ ମାଲହୋତ୍ରା ଦିଲ୍ଲୀ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇ ସାରିଛି। ଦଳର "ଜଣେ ବ୍ୟକ୍ତି, ଗୋଟିଏ ପଦବୀ" ନୀତି ଅନୁଯାୟୀ ଉଭୟେ ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଯିବେ।
ରାଜ୍ୟସଭା ନିର୍ବାଚନ ପରେ ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ। ଏହା ସ୍ପଷ୍ଟ ଯେ ବିଜେପି ଅତି ସତର୍କତାର ସହିତ ରାଜ୍ୟସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ କରିଛି। ଆଗାମୀ ବିଧାନସଭା ନିର୍ବାଚନ ଏବଂ ଦଳ ପାଇଁ କଠିନ ପରିଶ୍ରମ କରିଥିବା ଦଳୀୟ ନେତାଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ରାଜ୍ୟସଭା ଟିକେଟ ବଣ୍ଟନ ମଧ୍ୟ ଏକଥାକୁ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯିବ।

Related Topics
Explore more stories
BJP Rajya Sabha Candidates List 2026Two Ministers Dropped Rajya Sabha ElectionsBJP Upper House Candidate ListRajya Sabha Ticket Denied BJP MinistersBJP Central Election Committee Candidate NamesBJP Nominees For Rajya Sabha PollsBJP Candidates List For Biennial ElectionsRajya Sabha Election Ticket Distribution Shakeup