Videos
|
Politics

Saroj Padhi on Naveen / 'ବିଜେଡିର ଭବିଷ୍ୟତ ଅନ୍ଧାର, ଆଉ ଓଡ଼ିଶା ଫେରିବେନି ନବୀନ'

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
'ବିଜେଡିର ଭବିଷ୍ୟତ ଅନ୍ଧାର, ଆଉ ଓଡ଼ିଶା ଫେରିବେନି ନବୀନ'

Key Points

ଆଉ ଓଡ଼ିଶା ଆସିବେ ନାହିଁ ନବୀନ । ବିଜେଡି ପଦଯାତ୍ରାକୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ । ବିଜେଡିର ଭବିଷ୍ୟତ ଅନ୍ଧାର କହି କଲେ ଟାର୍ଗେଟ୍ ।

ବିଜେଡିର ପଦଯାତ୍ରାକୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ । ସେ କହିଛନ୍ତି, ନବୀନ ଆଉ ଓଡ଼ିଶା ଆସିବେ ନାହିଁ । ଲୋକେ ଦୂରେଇ ଦେବା କାରଣରୁ ନବୀନ ଓଡ଼ିଶା ଛାଡ଼ି ପଳେଇଛନ୍ତି । ଯେଉଁଥି ପାଇଁ ନବୀନ ଓଡ଼ିଶା ଆସିବା ପାଇଁ ମଧ୍ୟ ଆଉ ଚାହୁଁ ନାହାଁନ୍ତି । ତାଙ୍କର କିଛି ଗୋଡ଼ାଣିଆ ଅଛନ୍ତି ଯେଉଁମାନେ ମିଛ ପ୍ରଚାର କରୁଛନ୍ତି ଆଜି ଆସିବେ, କାଲି ଆସିବେ । କିନ୍ତୁ ନବୀନ ଆଉ ଓଡ଼ିଶା ଆସିବେ ନାହିଁ ।


ବିଜେପି ବିଧାୟକ ସରୋଜ ପାଢ଼ୀ ଆହୁରି କହିଛନ୍ତି, ବିଜେଡି ହେଉଛି ପ୍ରତ୍ୟାକ୍ଷିତ ଦଳ । ବିଜେଡିର ପଦଯାତ୍ରାକୁ ଲୋକେ ଗ୍ରହଣ କରିବେ ନାହିଁ । ବିଜେଡିର ଭବିଷ୍ୟତ ଅନ୍ଧାର । ବିଜେଡି ଅନ୍ଧାରରେ ଅଛି, ଆହୁରି ଅନ୍ଧାରକୁ ଯିବ ବୋଲି ସେ କହିଛନ୍ତି । ସେହିପରି ବରିଷ୍ଠ ନେତାମାନେ କହିଲେଣି ଆମେ ଏମିତି ଦଳରେ ଅଛୁ ଯେଉଁଠି ନେତୃତ୍ୱ ନେବା ପାଇଁ କେହି ନାହାନ୍ତି । ଦଳର ବରିଷ୍ଠ ଓ ଯୁବ ନେତାମାନେ ରାତି ଅଧିଆ ବୈଠକ କରି ଅନ୍ୟ ଦଳକୁ ଯିବା ବାଟ ଖୋଜୁଛନ୍ତି ବୋଲି ସରୋଜ ପାଢ଼ୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସରକାରଙ୍କ ଘୋଷଣା ପରେ ଛାନିଆ ବିଜେଡି ଓ କଂଗ୍ରେସ !


ସେହିପରି ସେ ଆହୁରି କହିଛନ୍ତି, ୨୪ ବର୍ଷର କୁକର୍ମ ପାଇଁ ଲୋକେ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନେତୃତ୍ବ ନଥାଇ କି ପଦଯାତ୍ରା କରୁଛି ବିଜେଡି । ଇତିହାସରେ ଏହା କେବେ ହୋଇ ନଥିଲା । ବିଜୁ ଜନତା ଦଳର ନେତୃତ୍ବ ହେଉଛନ୍ତି ନବୀନ । ତାଙ୍କ ଅନୁପସ୍ଥିତିରେ କି ପଦଯାତ୍ରା କରୁଛି ଦଳ । ବିରୋଧୀ ଦଳ ନେତା ଭାବେ ବିଧାନସଭାକୁ ଆସିଲେ ନାହିଁ କି ଦଳୀୟ କାର୍ଯ୍ୟକ୍ରମକୁ ବି ଆଜି ଆସିଲେ ନାହିଁ । ଏଥିରୁ ଜଣାପଡୁଛି ବିଜେଡିର ଏବେ ବାପା ନାହିଁ କି ମାଆ ନାହିଁ । ବିଜେପିର ନେତୃତ୍ୱ ଆଉ ସଂଗଠନ ଆଗରେ ବିଜେଡିକୁ ପଚାରେ କିଏ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଏପଟେ ରାଜା ସ୍ୱାଇଁଙ୍କ ଭଳି ନେତୃତ୍ୱଙ୍କୁ ଅପମାନ କରାଯାଉଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ଆଗରେ ହସୁଥିଲେ ବି ପଛରେ କାନ୍ଦୁଛନ୍ତି । ପ୍ରମିଳା ମଲ୍ଲିକ ଆଗରେ କହିକି ପଛରେ ଲୁଚୁଛନ୍ତି। ବରିଷ୍ଠ ନେତା ମାନେ କହିଲେଣି ଆମେ ଏମିତି ଦଳରେ ଅଛୁ ଯେଉଁଠି ନେତୃତ୍ୱ ନେବା ପାଇଁ କେହି ନାହାନ୍ତି । ବିଜେଡି ଅନ୍ଧାରରେ ଅଛି ଆହୁରି ଅନ୍ଧାରକୁ ଯିବ ବୋଲି ସରୋଜ ପାଢ଼ୀ କହିଛନ୍ତି । ତେବେ ବିଜେପି ବିଧାୟକଙ୍କ ଏହି ବୟାନକୁ ନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନି ।

Related Topics

Explore more stories