Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ଆଜି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେପି, ନାମାଙ୍କନପତ୍ର ଦାଖଲ କରିବେ ଜୟ ଢୋଲକିଆ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଆଜି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେପି, ନାମାଙ୍କନପତ୍ର ଦାଖଲ କରିବେ ଜୟ ଢୋଲକିଆ

Key Points

ଆଜି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କରିବେ ନାମାଙ୍କନ।

ସରଗରମ ହେଉଛି ନୂଆପଡ଼ା ରାଜନୀତି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନୂଆପଡ଼ା ମଇଦାନରେ ଜାରି ରହିଛି ଜୋରଦାର ପ୍ରଚାର । ତେବେ ଏହାରି ମଧ୍ୟରେ ଆଜି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ଜନତା ପାର୍ଟି । ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ପରେ ଆଜି ବିଜେପି ଶକ୍ତି ପ୍ରଦର୍ଶନ କରିବ । ନୂଆପଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବିଜେପି-ବିଜେଡି ମଧ୍ୟରେ ହାଇ ଭୋଲଟେଜ ପଲିଟିକାଲ ୱାର ।


ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେପି, ରାଜଧାନୀରେ ପତିଆରା ଦେଖାଇବ ବିଜେଡି । ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏହା ସହ ନୂଆପଡ଼ାରେ ମହାମିଶ୍ରଣ ପର୍ବ ବିଜେପି କରିବ । ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ରାଜ୍ୟ ସଭାପତି ଓ ଅନେକ ମନ୍ତ୍ରୀ, ବିଧାୟକ ନୂଆପଡାରେ ଉପସ୍ଥିତ ରହିବେ ।

ଅଧିକ ପଢ଼ନ୍ତୁ: ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ

ଆଉ ଏପଟେ ରାଜଧାନୀ ଭୁବନେଶ୍ବରରେ ନବୀନ ଜନ୍ମଦିନ ପାଳନ କରିବା ସହ ପଦଯାତ୍ରା କରି ଦେଖାଇବେ ନିଜର ପତିଆରା । ନବୀନଙ୍କ ଜନ୍ମ ଦିନ ପାଇଁ ରାଜଧାନୀରେ ବିଜେଡି ଆୟୋଜନ କରୁଛି ବିଶାଳ କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ ବୁଧବାର ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ନୂଆପଡ଼ା ପାଇଁ ଜୟଙ୍କ ନାଁରେ ମୋହର ମାରିଥିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । କିଛି ଦିନ ତଳେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଜୟ ପଦ୍ମ ଶିବିରରେ ସାମିଲ୍ ହୋଇଛନ୍ତି ।


ସେହିପରି ବୁଧବାର ସନ୍ଧ୍ୟାରେ ବିଜେଡି ମଧ୍ୟ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ । ସ୍ନେହାଙ୍ଗିନୀ ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି । ସେପଟେ ଘାସିରାମ ମାଝୀଙ୍କୁ କଂଗ୍ରେସ ମଇଦାନକୁ ଉତାରିଛି ।


ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ୧୩ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।


Related Topics

Explore more stories

Sponsored
BJP to Show Strength in Nuapada as Jay Dholakia Files Nomination | Argus News