|
logo
Live
Argus News App
GET APP

Argus News - 'ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ଥିଲେ କାଗଜ ବାଘ'

Politics

VK Pandian Controversy / 'ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ଥିଲେ କାଗଜ ବାଘ'

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
'ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ଥିଲେ କାଗଜ ବାଘ'

Key Points

'ନବୀନ ବାବୁଙ୍କୁ ନେଇ ଗୋଟିଏ ବହି ଲେଖାଯାଉ । ବହି ନାଁ ହେଉ...'ବିଜେଡି କାନ୍ଦୁଛି କାହାରି ପାଇଁ । ବହିର ମୁଖ୍ୟସ୍ରୋତରେ ପାଣ୍ଡିଆନଙ୍କୁ ରଖିବେ'।
ବିଧାନସଭାରେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ମୁଲତବୀ ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ମାନେ 'କାଗଜ ବାଘ' (Paper Tiger) ଥିଲେ ବୋଲି କଟାକ୍ଷ କଲେ ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ସେ କହିଛନ୍ତି, "ରାଜା ଭାଇଙ୍କୁ ଆହ୍ୱାନ..ନବୀନ ବାବୁଙ୍କୁ ନେଇ ଗୋଟିଏ ବହି ଲେଖା ଯାଉ। ଆଉ ସେହି ବହି ନାଁ ହେଉ, 'ବିଜେଡି କାନ୍ଦୁଛି କାହାରି ପାଇଁ' । ସେହି ବହିର ମୁଖ୍ୟ ସ୍ରୋତରେ ପାଣ୍ଡିଆନଙ୍କୁ ରଖିବେ ।"

ସେହିପରି ସେ ଆହୁରି କହିଛନ୍ତି "ବିଜେଡି ବିଧାୟକଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ମୁଁ ଯାଇ ଲୋକଙ୍କ ରାସନ କାର୍ଡ କରାଇବି । ୨୦୧୫ରୁ ୨୦୨୪ ଭିତରେ ଆପଣ ୧୦ ଲକ୍ଷ ଲୋକଙ୍କ ରାସନ କାର୍ଡ କାଟିଛନ୍ତି । ଯେଉଁମାନେ ଭୋଟ ଦେଇ ନ ଥିଲେ ତାଙ୍କ ନାଁ କଟା ଯାଇଥିଲା । ବର୍ଷ ସାରା ରାସନ କାର୍ଡ ପୋର୍ଟାଲ ବନ୍ଦ କରୁଥିଲେ । ଆଗରୁ ପାଣ୍ଡିଆନ ସର୍ବେସର୍ବା ଥିଲେ । ଏବେ ଆପଣ ବାଘ ହୋଇ କଥା କହୁଛନ୍ତି । ସେତେବେଳେ କାଗଜ ବାଘ ଥିଲେ । ୬ ଲକ୍ଷ ଭୂତ ହିତାଧିକାରୀ ବାହାରିଛନ୍ତି । ସେ ରାସନ କିଏ ଖାଉଥିଲା ? ୨୦୨୪ରେ ଲୋକେ ତଡ଼ିପାର କଲେ । ଏବେ ନୂଆପଡ଼ାରେ ପ୍ରମାଣିତ ହେଲା ବିଜେଡି ଆଉ କିଛି ନାହିଁ ।"

ସେପଟେ ଶୁକ୍ରବାର ବିଧାନସଭାରେ ବର୍ଷିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି ନେତାଙ୍କୁ କରିଥିଲେ କଡ଼ା ପ୍ରଶ୍ନ । ପୃଥ୍ୱୀରାଜ ସିଧା ସିଧା ବିଜେଡି ହୃତ୍‌ପିଣ୍ଡକୁ କରିଥିଲେ ଟାର୍ଗେଟ୍ । ଯାହାଫଳରେ ଅଣନିଃଶ୍ୱାସୀ ହୋଇପଡ଼ିଲେ ଗୃହରେ ବସିଥିବା ବିଜେଡି ସଦସ୍ୟ ।

ଭିକେ ପାଣ୍ଡିଆନଙ୍କ ନାଁ ନନେଇ ପୃଥ୍ୱୀରାଜ ପ୍ରଶ୍ନ କରିଥିଲେ, 'ବିଜେଡି ସରକାର ବେଳେ କାହିଁକି ଜଣେ ବ୍ୟକ୍ତିଙ୍କ ପାଇଁ ରହିଥିଲେ ୭୨ ସୁରକ୍ଷା କର୍ମୀ । ସିଏ ଯୁଆଡ଼େ ଯାଉଥିଲେ ତାଙ୍କ ଆଗରେ ପଛରେ କାହିଁକି ବୁଲୁଥିଲେ ପୋଲିସ । ସେ କୌଣସି ଜିଲ୍ଲାକୁ ଗଲେ ବି, ଜିଲ୍ଲା ପୋଲିସକୁ ତାଙ୍କ ସୁରକ୍ଷାରେ ଲଗାଉଥିଲେ ସରକାର । କାହିଁକି ଏମିତି କରୁଥିଲେ ସେତେବେଳର ସରକାର ? କ'ଣ ପାଇଁ ଦିଆଯାଉଥିଲା ତାଙ୍କୁ ଏତେ ସୁରକ୍ଷା । ଏହାର ଜବାବ ଦିଅନ୍ତୁ ବିଜେଡି ସଦସ୍ୟ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବି ଏତେ ସୁରକ୍ଷା ଦେବାକୁ ପଡ଼ୁନାହିଁ ।

ଶୁକ୍ରବାର ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିଜେଡି ସଦସ୍ୟଙ୍କୁ ଏଭଳି ପ୍ରଶ୍ନ କରିଥିଲେ ପୃଥ୍ୱୀରାଜ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ବିରୋଧୀଙ୍କ ଉତ୍ତର ରଖିବାକୁ ଯାଇ ପୂର୍ବତନ ବିଜେଡି ନେତା ତଥା ପୂର୍ବତନ 5T ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କରିଥିଲେ ଟାର୍ଗେଟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
VK Pandian Controversy: 'ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ଥିଲେ କାଗଜ ବାଘ' | Argus News