BJP Bengal Winning Strategy / କିପରି ବଙ୍ଗ ହାତେଇଲା ବିଜେପି; ଜାଣନ୍ତୁ ବିଜୟ ପଛର ୧୦ କାରଣ
·1 hour ago·4 min read

Key Points
ପଶ୍ଚିମବଙ୍ଗରେ ବିଜେପି ରାଜ୍ୟରେ ପ୍ରାୟ ୧୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ଟିଏମସି ସରକାରକୁ ଏଥର ଗାଦିଚ୍ୟୁତ କରିବାରେ ସଫଳ ହୋଇଛି। ଦଳ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି।
10 Factors Behind BJPs Victory in Bengal: ପଶ୍ଚିମବଙ୍ଗରେ ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ବିଜେପି। ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ସରକାର ଗଠନ କରିବା ଲାଗି ୧୪୮ ଆସନ ଆବଶ୍ୟକ। ବର୍ତ୍ତମାନ ଭୋଟ ଗଣତି ଜାରି ରହିଥିବା ବେଳେ ଦଳ ବହୁମତ ଆଡ଼କୁ ବଢିବାରେ ଲାଗିଛି। ଏଥର ବିଜେପି ୧୫ ବର୍ଷର ଟିଏମସି ସରକାରକୁ ଗାଦିଚ୍ୟୁତ କରିବାରେ ନିକଟତର ହେଉଛି। ହେଲେ ବିଜେପିର ବଙ୍ଗ ଅଭିଯାନର କିପରି ସଫଳ ହେଲା ଏବଂ ଦଳର ବିଜୟ ପଛରେ କେଉଁ ସବୁ କାରଣ ରହିଛି?
୧. ଟିଏମସି ବିରୋଧରେ ରହିଥିଲା ସରକାର ବିରୋଧି ହାୱା
ଗତ ୨୦୧୧ ବିଧାନସଭା ନିର୍ବାଚନରେ ବାଜିମାତ କରି ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ତୃଣମୂଳ କଂଗ୍ରେସ (ଟିଏମସି)। ପ୍ରାୟ ୩୪ ବର୍ଷ ଧରି କ୍ଷମତାରେ ରହିଥିବା ବାମପନ୍ଥୀ ସରକାରକୁ ଗାଦିଚ୍ୟୁତ କରି ମମତା ବାନାର୍ଜୀ ଇତିହାସ ରଚିଥିଲେ। ହେଲେ ୨୦୧୧ ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୧୫ ବର୍ଷ ଧରି କ୍ଷମତାରେ ରହିବା ପରେ ଟିଏମସି ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ସରକାର ବିରୋଧି ହାୱା ତେଜିବାରେ ଲାଗିଥିଲା।
୨. ୨୦୧୪ ପରେ ଦିନକୁ ଦିନ ବଢିବାରେ ଲାଗିଥିବା ବିଜେପିର ସମର୍ଥନ ଆଧାର
ଗତ ୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ରାଜ୍ୟରେ ଏକ ମଜବୁତ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବାରେ ସଫଳ ହୋଇଥିଲା। ଗତ ୨୦୧୬ ନିର୍ବାଚନ ନିର୍ବାଚନରେ ଦଳକୁ ରାଜ୍ୟରେ ୧୦% ଭୋଟ ମିଳିଥିଲା। ୨୦୨୧ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ପାଇ ୩୮% ହୋଇଥିଲା। ପୂର୍ବ ନିର୍ବାଚନରେ ଦଳକୁ ୭୭ ଆସନ ଜିତିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୯% ଭୋଟ ପାଇଥିଲା।
୩.ଟିଏମସି ବିରୋଧରେ ଦିନକୁ ଦିନ ବଢୁଥିଲା ଅସନ୍ତୋଷ
ପ୍ରାୟ ୧୫ ବର୍ଷ ଧରି କ୍ଷମତାରେ ରହିଥିବା ଟିଏମସି ସରକାର ବିରୋଧରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି, ବେରୋଜଗାରୀ, ଆଇନ ଶୃଙ୍ଖଳା, ଭ୍ରଷ୍ଟାଚାର, ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି, ରାଜ୍ୟର ବିକାଶ ଆଦି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜରାସ୍ତାକୁ ଓହ୍ଲାଇଥିଲା। ଦଳ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଶୈଳୀରେ ଟିଏମସି ସରକାର ବିରୋଧରେ ଆନ୍ଦୋଳନ ଚଳାଇ ଜନ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଥିଲା।
୪. ଦୁର୍ନୀତି ବିରୋଧରେ ବଢୁଥିବା କ୍ରୋଧ
ବିଗତ କିଛି ବର୍ଷ ମଧ୍ୟରେ ଟିଏମସି ସରକାରରେ ଅନେକ ବଡ଼ ଦୁର୍ନୀତି ଦୁର୍ନୀତି ସାମ୍ନାକୁ ଆସିଥିଲା। ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଏବଂ ରାସନ କାର୍ଡ ଦୁର୍ନୀତି ଭଳି ପ୍ରସଙ୍ଗ ସାମିଲ ରହିଥିଲା। ଏହି ଦୁର୍ନୀତିର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଭଳି ଦଳର ଅନେକ ବରିଷ୍ଠ ନେତାଙ୍କ ଗିରଫଦା ଟିଏମସି ସରକାରଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ବିଭିନ୍ନ ଦୁର୍ନୀତି ମାମଲାକୁ ନେଇ ଟିଏମସି ସରକାର ବିରୋଧରେ ଜନଆକ୍ରୋଶ ବୃଦ୍ଧି ପାଇଥିଲା।
୫.ମହିଳା ସୁରକ୍ଷା ପ୍ରସଙ୍ଗ
ମହିଳା ସୁରକ୍ଷା ପ୍ରସଙ୍ଗ ବିଧାନସଭାରେ ବିଜେପି, ଟିଏମସି ସରକାରକୁ ଶାଣିତ ସ୍ୱରରେ ଟାର୍ଗେଟ କରିବାରେ ଲାଗିଥିଲା। ଆର୍.ଜି କର ହସ୍ପିଟାଲ ଏବଂ ସନ୍ଦେଶଖାଲି ଘଟଣାରେ ବିଜେପି ଆକ୍ରମଣାତ୍ମକ ଶୈଳୀରେ ବିରୋଧରେ ଆନ୍ଦୋଳନ ଚଳାଇଥିଲା। ଯାହାର ଫଳସ୍ୱରୂପ ଟିଏମସି ସରକାର କୋଣଠେସା ହୋଇ ଯାଇଥିଲେ। ଏଥର ରାଜ୍ୟରେ ମହିଳା ସୁରକ୍ଷା ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ଭାବେ ଉଭା ହୋଇଥିଲା।
୬.ଅନୁପ୍ରବେଶକାରୀଙ୍କ ବିରୋଧରେ ଭୋଟ
ପଶ୍ଚିମବଙ୍ଗରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ ହୋଇରହିଛି। ବିରୋଧି ଏହି ପ୍ରସଙ୍ଗରେ ବିରୋଧି ଦଳ ଏହି ପ୍ରସଙ୍ଗରେ ଟିଏମସି ସରକାରରୁ ଘେରିଥିଲେ। ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାର ଅନୁପ୍ରବେଶକାରୀଙ୍କ ପ୍ରତି ସହାନୁଭୂତିଶୀଳ ଏବଂ ସେମାନଙ୍କ ଯୋଗୁଁ ଜିତିବାର ଅଭିଯୋଗ ବାରମ୍ବାର ହେଉଥିଲା। ବିଜେପି କ୍ଷମତାକୁ ଆସିଲେ ଅନୁପ୍ରବେଶକାରୀଙ୍କ ସମସ୍ୟାର ସମାଧାନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲା।
୭. ଭୋଟର ତାଲିକା ସଂଶୋଧନ (SIR)
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ (SIR) ପାଇଁ ସମଗ୍ର ରାଜ୍ୟରେ ଏକ ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଯାହା ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ଏହି ଅଭିଯାନ କାର୍ଯ୍ୟକାରୀ ହେବା ପରେ ଲକ୍ଷ ଲକ୍ଷ ମତଦାତାଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ କଥିତ ରୂପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ। ଯେଉଁମାନେ ଶାସକ ଦଳର ସମର୍ଥକ ଭାବେ ବିବେଚିତ ହେଉଥିଲେ।
୮. ହିନ୍ଦୁ ଭୋଟର ଏକୀକରଣ
ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା। ଦଳ ହିନ୍ଦୁ ମତାଦାତାଙ୍କୁ ସଙ୍ଗଠିତ କରିବା ପାଇଁ ନିରବଚ୍ଛିନ୍ନ ପ୍ରାୟସ କରିଥିଲା। ଦଳ ସରକାରଙ୍କ ମୁସଲିମ୍ ତୁଷ୍ଟିକରଣ ରାଜନୀତିକୁ ଜୋରସୋରରେ ଉଠାଇଥିଲା। ଦଳ କ୍ଷମତାକୁ ଆସିଲେ ଏହାକୁ ବନ୍ଦ କରାଯିବା ବିଜେପି ପ୍ରତିଶୃତି ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମେତ ଦଳର ଅନେକ ପ୍ରମୁଖ ନେତା ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ଟିଏମସି ସରକାରକୁ ଟାର୍ଗେଟ କରିଥିଲେ। ସେମାନେ ଦାବି କରିଥିଲେ ଯେ ଟିଏମସି ହେଉଛି ଏକ ମୁସଲିମ ସମର୍ଥକଙ୍କ ଦଳ। ମମତା ବାନାର୍ଜୀ ସରକାର ହିନ୍ଦୁଙ୍କ ପ୍ରତି ପକ୍ଷପାତିତା କରୁଛି।
୯. ବ୍ରାଣ୍ଡ ମୋଦି ପ୍ରଭାବ
ଏଥର ବିଧାନସଭା ନିର୍ବାଚନରେ ବିଜେପି ବ୍ରାଣ୍ଡ ମୋଦିଙ୍କୁ ମମତା ବାନାର୍ଜୀଙ୍କ ବିରୋଧରେ ଏକ ମଜବୁତ ବିକଳ୍ପ ଭାବରେ ଉପସ୍ଥାପିତ କରାଇଥିଲା। ଯାହା ନିର୍ବାଚନରେ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛି। ଏଥର ଦଳର ଉଭୟ ଆସନ ସଂଖ୍ୟା ଏବଂ ଭୋଟ ପ୍ରତିଶତ ବଢିବାରେ ଲାଗିଛି।
୧୦. ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଦେଖାଇଲା ଯାଦୁ
ପ୍ରଧାନମନ୍ତ୍ରୀ ମୋଦି ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆକ୍ରମଣାତ୍ମକ ଶୈଳୀରେ ଦଳ ପାଇଁ ପ୍ରଚାର କରିଥିଲେ। ଏପରିକି ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ବହୁତ ସକ୍ରିୟ ରହିଥିଲେ। ସେ ତାଙ୍କ ରାଲିରେ ଟିଏମସି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହିତ, ପ୍ରଧାନମନ୍ତ୍ରୀ ମୋଦୀ ଆଉ ଏକ ସାହସିକ ପ୍ରତିଶୃତି ଦେଇଥିଲେ। ସେ ପ୍ରତିଶୃତି ଦେଇଥିଲେ ଯେ ପଶ୍ଚିମବଙ୍ଗରେ ବିଜେପିର ଡବଲ-ଇଞ୍ଜିନ୍ ସରକାର ରାଜ୍ୟକୁ ପରିବର୍ତ୍ତନ କରିବ। ସେ ବିଶେଷ ଭାବରେ ମହିଳା ମତାଦାତାଙ୍କୁ ଟାର୍ଗେଟ କରିଥିଲେ। ମହିଳା ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସରକାର ଗଠନ ହେବା ମାତ୍ରେ ସେମାନକ ବ୍ୟାଙ୍କ ଖାତାକୁସ ୩ ହଜାର ଟଙ୍କା ପଠାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
BJP Bengal Winning Strategy10 Factors Behind BJPs Victory in BengalWest Bengal Election Results 2026BJP Victory in BengalWest Bengal Assembly Election 2026 WinnerTMC vs BJP 2026 ResultsFactors behind BJP win in West BengalWhy did TMC lose in Bengal 2026Anti-incumbency in West Bengal 2026Hindu vote consolidation in Bengal electionsHow Suvendu Adhikari defeated TMCImpact of Special Intensive Revision (SIR) on Bengal polls