Videos
|
Politics

Congress Leader Rahul Gandhi / ରାହୁଲ ଗାନ୍ଧୀଙ୍କୁ ମିଳିଲା ଜବରଦସ୍ତ ଝଟକା; ମାନହାନି ମୋକଦ୍ଦମା ରଦ୍ଦ କରିବା ପାଇଁ ମନା କଲେ ହାଇକୋର୍ଟ

Subhramjit Ray
Browse all articles by Subhramjit Ray
·1 hour ago·3 min read
ରାହୁଲ ଗାନ୍ଧୀଙ୍କୁ ମିଳିଲା ଜବରଦସ୍ତ ଝଟକା; ମାନହାନି ମୋକଦ୍ଦମା ରଦ୍ଦ କରିବା ପାଇଁ ମନା କଲେ ହାଇକୋର୍ଟ
Congress Leader Rahul Gandhi

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଥିତ ବିବାଦୀୟ ମନ୍ତବ୍ୟ ସହିତ ଜଡିତ ଏକ ଫୌଜଦାରୀ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଛି ଜବରଦସ୍ତ ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦାଏର ହୋଇଥିବା ଫୌଜଦାରୀ ମାନହାନି ମାମଲାକୁ ଖାରଜ କରିବା ପାଇଁ ତାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେଭାରତୀୟ ଜନତା ପାର୍ଟି (BJP) ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ସଙ୍ଗଠନ। ଏହି ମାମଲାରେ ଅଭିଯୋଗକାରୀ ବିଜେପି କର୍ମୀଙ୍କ ଦ୍ୱାରା ଦାଏର ଆବେଦନ ବିଚାରଯୋଗ୍ୟ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ହୋଇଥିବା ଫୌଜଦାରୀ ମାନହାନି ମାମଲା ଆଗକୁ ବଢ଼ିବ। ହେଲେ ତଥାପି କୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିଛନ୍ତି।

ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ
ବିଚାରପତି ନୀତିନ ବୋରକରଙ୍କ ଏକକ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ "ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି ସମନ ଆଦେଶରେ କୌଣସି ସ୍ପଷ୍ଟ ଅବୈଧତା କିମ୍ବା ଗୁରୁତର ତ୍ରୁଟି ନାହିଁ। ଏହା ଫୌଜଦାରୀ ପ୍ରକ୍ରିୟା ସଂହିତା (CrPC) ଧାରା ୪୮୨ ଅନୁଯାୟୀ ହସ୍ତକ୍ଷେପ ପାଇଁ ଉପଯୁକ୍ତ ମାମଲା ନୁହେଁ। କୋର୍ଟ କହିଛନ୍ତି ଯେ ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଜାରି ହୋଇଥି୍ବା ସମନ ଆଦେଶରେ କୌଣସି ତ୍ରୁଟି ନାହିଁ। ହାଇକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଦଳର ଏକ ପ୍ରମୁଖ ଚେହେରା। ତେଣୁ ଏହା କୁହାଯାଇପାରିବ ନାହିଁ ଯେ ତାଙ୍କ ବିରୋଧରେ ଦିଆଯାଇଥିବା କୌଣସି ମନ୍ତବ୍ୟ ବିଜେପି ସଦସ୍ୟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କୋର୍ଟ କହିଛନ୍ତି ଯେ ଗାନ୍ଧୀଙ୍କ ମନ୍ତବ୍ୟ ବ୍ୟକ୍ତିଗତ ନାଁ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଟାର୍ଗେଟ୍ ଥିଲା ତାହା ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଯାଞ୍ଚ କରିବା ପ,ରେ କେବଳ ବିଚାର କରିବା ସମୟରେ ନିର୍ଣ୍ଣୟ କରିହେବ।

ବିଜେପି କର୍ମୀଙ୍କ ଅଭିଯୋଗକୁ ବିଚାରଯୋଗ୍ୟ ମାନିଲେ କୋର୍ଟ
ରାହୁଲ ଗାନ୍ଧୀଙ୍କ ପକ୍ଷ ଯୁକ୍ତି ଦେଇଥିଲେ ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟରେ ବିଜେପି କିମ୍ବା କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନାମ ନିଆଯାଇନାହିଁ, ତେଣୁ ବିଜେପି କର୍ମୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଇନଗତ ଭାବରେ ଗ୍ରହଣୀୟ ନୁହେଁ। ହେଲେ ତଥାପି ହାଇକୋର୍ଟ ଏହି ଯୁକ୍ତିକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ବିଜେପି ଏକ ପଞ୍ଜିକୃତ ଜାତୀୟ ରାଜନୈତିକ ଦଳ ଏବଂ ଏକ ସ୍ପଷ୍ଟ ଭାବରେ ଚିହ୍ନଟଯୋଗ୍ୟ ସଂସ୍ଥା। କୋର୍ଟ କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ଏହା କୁହାଯାଇପାରିବ ନାହିଁ ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ କେବଳ ବିଜେପିର ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ସୀମିତ। ରାହୁଲ ଗାନ୍ଧୀଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସୁଦୀପ ପସବୋଲା ଏବଂ କୁଶଲ ମୋର ଯୁକ୍ତି ଦେଇଥିଲେ ଯେ ଅଭିଯୋଗ ଭିତ୍ତିହୀନ ଏବଂ ଅଭିଯୋଗକାରୀଙ୍କର ଏପରି ଆବେଦନ ଦାଖଲ କରିବାର କୌଣସି ଆଇନଗତ ଅଧିକାର ନାହିଁ। ଅଭିଯୋଗକାରୀ ଏହି ମାମଲାରେ ପୀଡି଼ତ ପକ୍ଷ ନୁହଁନ୍ତି। ସେ ଏପରି ଅଭିଯୋଗ ଦାଏର କରିପାରିବେ ନାହିଁ।

ଏହା ସହ ପଢନ୍ତୁ: ଶୁଦ୍ଧିକରଣ ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ହେଲା ଏଫଆଇଆର

କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?

ଏହି ମାନହାନି ମୋକଦ୍ଦମା ବିଜେପି କର୍ମୀ ମହେଶ ଶ୍ରୀଶ୍ରୀମଲ୍ ଗିରଗାଓଁ ମାଜିଷ୍ଟ୍ରେଟ୍ କୋର୍ଟ ଠାରେ ଦାୟର କରିଥିଲେ। ଅଭିଯୋଗକାରୀ ଶ୍ରୀଶ୍ରୀମଲ୍ ହାଇକୋର୍ଟରେ ଗାନ୍ଧୀଙ୍କ ଆବେଦନକୁ ବିରୋଧ କରି କହିଥିଲେ ଯେ ବିଜେପି କର୍ମକର୍ତ୍ତା ଭାବରେ, ତାଙ୍କ ନେତାଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଦ୍ୱାରା ସେ ଆଘାତ ପାଇଥିଲେ। ୨୦୧୮ରେ ରାଜସ୍ଥାନରେ ଏକ ରାଲିରେ ରାହୁଲ ଗାନ୍ଧୀ ଦେଇଥିବା କଥିତ ବୟାନ ସମ୍ପର୍କରେ ଏହି ଅଭିଯୋଗ ଦାୟର କରାଯାଇଥିଲା। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ। ମହେଶ ଶ୍ରୀଶ୍ରୀମଲ୍ କହିଛନ୍ତି ଯେ ଏହି ମନ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିନାହିଁ ବରଂ ବିଜେପି କର୍ମକର୍ତ୍ତାଙ୍କୁ ଭୁଲ ଭାବରେ ଉପସ୍ଥାପନ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୯ରେ ଜାରି ହୋଇଥିଲା ସମନ
ଅଭିଯୋଗକାରୀଙ୍କ ଦ୍ୱାରା ଉପସ୍ଥାପିତ ଦସ୍ତାବିଜ ଏବଂ ପ୍ରମାଣକୁ ବିଚାର କରିବା ପରେ, ମାଜିଷ୍ଟ୍ରେଟ୍ କୋର୍ଟ ଅଗଷ୍ଟ ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ। ଏହା ପରେ, ରାହୁଲ ଗାନ୍ଧୀ ସମନ ଆଦେଶକୁ ଖାରଜ କରିବା ଏବଂ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ଯିବାକୁ ମିଳିଲା ଆଶ୍ୱସ୍ତି
ଯଦିଓ ବମ୍ବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ, ହେଲେ ତାଙ୍କୁ ତୁରନ୍ତ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିଥିଲେ। କୋର୍ଟ ତାଙ୍କୁ ଛଅ ସପ୍ତାହ ପାଇଁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜିର ହେବାରୁ ସୁରକ୍ଷା ପ୍ରଦାନ କରିଥିଲେ। ଯାହା ଫଳରେ ସେ ସୁପ୍ରିମକୋର୍ଟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ।