Explosive Audio Viral / ପୁଣି ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ସାଂଘାତିକ ଅଡିଓ: ଆମକୁ ବଞ୍ଚାଇ ଦିଅ, ସବୁ ତୁମ ହାତରେ...
·2 hours ago·2 min read

Key Points
ପୁଣି ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ସାଂଘାତିକ ଅଡିଓ
ଆମକୁ ବଞ୍ଚାଇ ଦିଅ, ସବୁ ତୁମ ହାତରେ...
ଜେଲ୍ ଡାକ୍ତରଙ୍କ ଫୋନ୍ରୁ ଧମକ ଓ ପ୍ରଲୋଭନ
ପୀତବାସ ପଣ୍ଡା ହତ୍ୟା ମାମଲା
ପୋଲିସ ଜେରାରେ ବିକ୍ରମ, ଅଡୁଆରେ ସହଯୋଗୀ ମଦନ
ଆମକୁ ବଞ୍ଚାଇ ଦିଅ, ସବୁ ତୁମ ହାତରେ...
ଜେଲ୍ ଡାକ୍ତରଙ୍କ ଫୋନ୍ରୁ ଧମକ ଓ ପ୍ରଲୋଭନ
ପୀତବାସ ପଣ୍ଡା ହତ୍ୟା ମାମଲା
ପୋଲିସ ଜେରାରେ ବିକ୍ରମ, ଅଡୁଆରେ ସହଯୋଗୀ ମଦନ
ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ଏକ ସାଂଘାତିକ ଖୁଲାସା । ଜେଲ୍ ଭିତରୁ ସାକ୍ଷୀଙ୍କୁ କଲ୍...ପ୍ରଲୋଭନ ସହ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଷଡ଼ଯନ୍ତ୍ର । ସାମ୍ନାକୁ ଆସିଛି ବିଜେଡି ନେତା ବିକ୍ରମ ପଣ୍ଡା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳାଇଙ୍କର ବୋଲି କୁହାଯାଉଥିବା ସାଂଘାତିକ ଅଡିଓ କଲ୍ । ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜେଲ୍ ଭିତରୁ ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ପ୍ରଭାବିତ କରିବାକୁ ଚାଲିଥିଲା ସାଂଘାତିକ ଷଡ଼ଯନ୍ତ୍ର । ସାକ୍ଷୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ପ୍ରଥମେ ଡାକ୍ତର ଏବଂ ଗତକାଲି ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ୩ ଘଣ୍ଟା ୪୫ ମିନିଟ୍ ଧରି ଘନ ଘନ ଜେରା କରିଛି । ଖାଲି ବିକ୍ରମ ନୁହନ୍ତି, ତାଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳାଇ ମଧ୍ୟ ଜେଲ୍ରୁ ଫୋନ୍ କଲ୍ କରିଥିବା ନେଇ ଅଡିଓ ସାମ୍ନାକୁ ଆସିଛି ।''
ଦୁଇ ଅଭିଯୁକ୍ତଙ୍କର ଗୋଟିଏ କଥା - "ଆମକୁ ବଞ୍ଚାଇ ଦିଅ, ସବୁ ତୁମ ହାତରେ ।" ବିକ୍ରମ କହୁଛନ୍ତି, "ମୁଁ କେତେ ଲୋକଙ୍କ ହାତରେ କହିଲିଣି ଆପଣଙ୍କ ସହ ମିଶିବାକୁ।" ସେପଟେ ମଦନ କହୁଛନ୍ତି, "ଆପଣ ଯୋଉ କାମ କହିବେ ସବୁ କରିଦେବି, ଯୋଉଠିକୁ ଡାକିବେ ଆସିବି, ଆମକୁ ବଞ୍ଚାଇ ଦିଅ।" ଏପରିକି ଚନ୍ଦ୍ର ଶେଖର ସାହୁ ଡାକି ବୁଝାଇଥିଲେ ବୋଲି ସାକ୍ଷୀ ପ୍ରକାଶ କରିଛନ୍ତି ।''
ଜଣେ ରାଜନେତା ତଥା ବିଜେଡି ଜିଲ୍ଲା ସଭାପତି ପଦରେ ଥାଇ ସାକ୍ଷୀଙ୍କୁ କଲ୍ କରି ପ୍ରଭାବିତ କରିବାକୁ ଚେଷ୍ଟା କରିବା ଗ୍ରହଣୀୟ ନୁହେଁ ବୋଲି କହିଛି ବିଜେପି । ମାମଲାରେ ପୋଲିସର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି ସରୋଜ ସାବତ । ସେପଟେ ବିକ୍ରମ ପଣ୍ଡାଙ୍କ ଓକିଲଙ୍କ କହିବା କଥା - ଏହା ଗୋଟିଏ ରାଜନୈତିକ ଷଡ଼ଯନ୍ତ୍ର ହୋଇଥାଇପାରେ। ଜେଲ୍ ଭିତରକୁ ମୋବାଇଲ୍ କେମିତି ଗଲା, ସେ ନେଇ ପୋଲିସ ତଦନ୍ତ କରୁ । ବିକ୍ରମ ପଣ୍ଡା ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏବଂ ଆସନ୍ତା ୧୬ ତାରିଖରେ ପୁଣି ଥାନାରେ ହାଜର ହେବା ପାଇଁ ପୋଲିସ କହିଛି ।''
ଏଥିସହ ପଢ଼ନ୍ତୁ: ବଙ୍ଗ, ବାଙ୍ଗଲା ନା ବଙ୍ଗାଲ… ରାଜ୍ୟର ନାଁକୁ ନେଇ ତେଜିଲା ରାଜନୀତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତ ହୋଇ ଜେଲ୍ ଭିତରୁ ସାକ୍ଷୀଙ୍କୁ ଏଭଳି ଫୋନ୍ କଲ୍ କରିବା ଆଇନ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସାଂଘାତିକ୍ ଅଡିଓ ଭାଇରାଲ୍ ପରେ ବିକ୍ରମ ପଣ୍ଡାଙ୍କ ପାଇଁ ଆଗାମୀ ଦିନରେ ଆଇନଗତ ଅଡୁଆ ଆହୁରି ବଢ଼ିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହାସହ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ୍ ରହିଛି।''
ଅଧିକ ପଢ଼ନ୍ତୁ ରାଜନୀତି ଖବର:
ଅଧିକ ପଢ଼ନ୍ତୁ ରାଜନୀତି ଖବର:
Related Topics
Explore more stories