Videos
|
National

BJP vs TMC / ବଙ୍ଗ, ବାଙ୍ଗଲା ନା ବଙ୍ଗାଲ… ରାଜ୍ୟର ନାଁକୁ ନେଇ ତେଜିଲା ରାଜନୀତି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଙ୍ଗ, ବାଙ୍ଗଲା ନା ବଙ୍ଗାଲ… ରାଜ୍ୟର ନାଁକୁ ନେଇ ତେଜିଲା ରାଜନୀତି
Political Row Erupts Over West Bengal's Name

Key Points

ୱେଷ୍ଟ ବେଙ୍ଗାଲ (ପଶ୍ଚିମ ବଙ୍ଗ)ର ନାଁକୁ ନେଇ ସୃଷ୍ଟି ହୋଇଛି ନୂଆ ରାଜନୈତିକ ଝଡ଼ । ରାଜ୍ୟ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ରାଜ୍ୟର ନାଁ 'ପଶ୍ଚିମ ବଙ୍ଗ' କରିବାକୁ ପ୍ରସ୍ତାବ ଦେଇଛନ୍ତି ।
କୋଲକାତା: ନାଁକୁ ନେଇ ବିବାଦ । ଆରମ୍ଭ ହେଲା ରାଜନୈତିକ ଝଡ଼ । ୱେଷ୍ଟ ବେଙ୍ଗାଲ (ପଶ୍ଚିମ ବଙ୍ଗ)ର ନାଁକୁ ନେଇ ସୃଷ୍ଟି ହୋଇଛି ନୂଆ ରାଜନୈତିକ ଝଡ଼ । ରାଜ୍ୟ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ରାଜ୍ୟର ନାଁ 'ପଶ୍ଚିମ ବଙ୍ଗ' କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଉ ବିଧାନସଭା ଅଧିବେଶନରେ ବିଧେୟକ ଆଣିବା କଥା କହିଛନ୍ତି ।

ରାଜ୍ୟ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, "ରାଜ୍ୟର ନାଁ 'ବଙ୍ଗ' କିମ୍ବା 'ବଙ୍ଗାଲ' ନୁହେଁ ବରଂ 'ପଶ୍ଚିମ ବଙ୍ଗ' କରାଯିବ । ସେ ଦାବି କରିଛନ୍ତି ଯେ, ବିଜେପି ସରକାର ବିଧାନସଭା ଅଧିବେଶନରେ ଏନେଇ ବିଧେୟକ ଆଣିବ । ଯାହାକୁ ତୃଣମୂଳ କଂଗ୍ରେସ (TMC) ନେତା କୁଣାଲ ଘୋଷ ବିରୋଧ କରିବା ସହ ରାଜ୍ୟର ନାଁ 'ବାଙ୍ଗଲା' ରଖିବାକୁ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବାଲାଟ ଭୋଟ୍‌ରେ କଂଗ୍ରେସକୁ ଝଟ୍‌କା; ଦଳକୁ ମାତ୍ର ୨ ଆସନ, ୩୨ ଆସନରେ ଜିତିଲା ବିଜେପି 

ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, "ଏବେ ବଙ୍ଗ କି ବଙ୍ଗାଲ ନୁହେଁ, ରାଜ୍ୟର ନାଁ ପଶ୍ଚିମ ବଙ୍ଗ ହେବ । ଶୀଘ୍ର ହିଁ ସରକାର ବିଧାନସଭାରେ ଏନେଇ ବିଲ୍ ଆଣିବେ । ଯେମିତି ରାଜ୍ୟର ନାଁ ଆମ ଇତିହାସ ସହ ମେଳ ଖାଇବା ସହ ସେହି ନାମରେ ପରିଚିତ ହେବ । ଏଥିପାଇଁ ରାଜ୍ୟର ନାଁ ପଶ୍ଚିମ ବଙ୍ଗ ହେବାକୁ ଯାଉଛି ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
TMCର ବିରୋଧ

ତେବେ ବିଜେପିର ପ୍ରସ୍ତାବକୁ ନେଇ ଟିଏମ୍‌ସି ପ୍ରଶ୍ନ ଉଠାଇଛି । ଟିଏମ୍‌ସି ନେତା କୁଣାଲ ଘୋଷଣ କହିଛନ୍ତି, "ରାଜ୍ୟର ନାଁ 'ବାଙ୍ଗଲା ରଖାଯିବା ଉଚିତ୍ । ନିର୍ବାଚନ ସମୟରେ 'ସୋନାର ବାଙ୍ଗଲା' କାହିଁକି କହିଥିଲେ ? ଯଦି 'ପଶ୍ଚିମ ବଙ୍ଗାଲ' ହେବ, ତାହେଲେ 'ପୂର୍ବ ବଙ୍ଗାଲ' ମଧ୍ୟ ହେବା ଦରକାର । କିନ୍ତୁ ଏବେ ତ 'ପୂର୍ବ ବଙ୍ଗାଲ'ର ଅସ୍ତିତ୍ଵ ହିଁ ନାହିଁ ।"

ଏହା ପୂର୍ବରୁ ଶମିକ ଭଟ୍ଟାଚାର୍ଯ୍ୟ ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଥିଲେ । କହିଥିଲେ, "ରାଜ୍ୟର ନାଁ ପଶ୍ଚିମବଙ୍ଗ ସମସ୍ତ ଭାଷାରେ ଲେଖାଯିବା ଉଚିତ୍ ।" ତେବେ ଏହି ଦାବି କେବଳ ଶମିକ ଭଟ୍ଟାଚାର୍ଯ୍ୟ କିମ୍ବା ଶୁଭେନ୍ଦୁ ଅଧିକାରୀଙ୍କର ନୁହେଁ । ଏହା ପୂର୍ବରୁ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଓ ଦେବପ୍ରସାଦ ଘୋଷ ମଧ୍ୟ ସମାନ ଦାବି କରିଥିବା କହିଛନ୍ତି ଶମିକ ଭଟ୍ଟାଚାର୍ଯ୍ୟ ।

ସେ ଆହୁରି କହିଛନ୍ତି, "ଅଞ୍ଚଳରେ ସମସ୍ତେ ଅଙ୍ଗ, ବଙ୍ଗ ଓ କଳିଙ୍ଗ ସହ ପରିଚିତ । ଯେବେ ୧୯୪୭ ଜୁନ୍ ୨୦ରେ ୱେଷ୍ଟ ବେଙ୍ଗାଲ୍ ରାଜ୍ୟ ଗଠନ ହୋଇଥିଲା । ସେତେବେଳେ କଂଗ୍ରେସ ଦଳର ହିନ୍ଦୁ ବିଧାୟକ ମଧ୍ୟ ଏହା ସପକ୍ଷରେ ଭୋଟ୍ ଦେଇଥିବା ଇତିହାସ ରହିଛି ।"

ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ମତଦାନ ବେଳେ ହଙ୍ଗାମା; AJUP ମୁଖ୍ୟ ହୁମାୟୁଁ କବୀରକୁ ହେପାଜତକୁ ନେଲା ପୋଲିସ 

ରାଜ୍ୟର ନାଁ ପଶ୍ଚିମ ବଙ୍ଗ ଉଭୟ ବଙ୍ଗାଳି ଓ ଇଂରାଜୀରେ ରହିବ । ଏଥିପାଇଁ ସରକାର ବିଲ୍ ଆଣିବାକୁ ଯାଉଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ।

ଟିଏମସି ସରକାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ନାଁ ୱେଷ୍ଟ ବେଙ୍ଗାଲରୁ ବେଙ୍ଗାଲ କରିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ରାଜ୍ୟ ବିଧାନସଭାରେ ମଧ୍ୟ ଉକ୍ତ ବିଲ୍‌କୁ ଟିଏମ୍‌ସି ସରକାର ପାରିତ କରିଥିଲା । କିନ୍ତୁ ଏହାକୁ ମଞ୍ଜୁର କରି ନଥିଲେ କେନ୍ଦ୍ର ସରକାର । ଏବେ ରାଜ୍ୟରେ ବିଜେପି ସରକାର ହେବା ପରେ ପୁଣି ଥରେ ନାଁ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।