Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନୁପ୍ରବେଶକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଟାର୍ଗେଟରେ କଂଗ୍ରେସ

Politics

UP CM Yogi Adityanath / ଅନୁପ୍ରବେଶକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଟାର୍ଗେଟରେ କଂଗ୍ରେସ

Subhramjit Ray
Browse all articles by Subhramjit Ray
·1 month ago·2 min read
ଅନୁପ୍ରବେଶକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଟାର୍ଗେଟରେ କଂଗ୍ରେସ
UP CM Yogi Adityanath

Key Points

ଶୁକ୍ରବାର ଆସାମରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ସେ ରାଜ୍ୟର ପ୍ରମୁଖ ସମସ୍ୟା କୁହାଯାଉଥିବା ସୀମାପାର ବେଆଇନ ଅନୁପ୍ରବେଶ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଥିଲେ।
CM Yogi Assam Campaign 2026: ୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ଷ୍ଟାର ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୁକ୍ରବାର ଆସାମରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ରାଜ୍ୟର ପ୍ରମୁଖ ସମସ୍ୟା କୁହାଯାଉଥିବା ସୀମାପାର ବେଆଇନ ଅନୁପ୍ରବେଶ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଥିଲେ।

ଏନେଇ ମତ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ବିଗତ ୫୦୦ ବର୍ଷ ମଧ୍ୟରେ ଯାହା ହୋଇପାରି ନଥିଲା ତାହା ଆଜି ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ସହିତ ସଫଳ ହୋଇଛି। ସେଠାରେ କୌଣସି ଆତଙ୍କବାଦ ନାହିଁ। ନକ୍ସଲବାଦ ନାହିଁ ଏବଂ କୌଣସି ବିଚ୍ଛିନ୍ନତାବାଦ ନାହିଁ। ସେଠାରେ ରାସ୍ତାରେ କେହି ନମାଜ ପଢୁନାହାଁନ୍ତି।



ସେ ଆହୁରି ଆହୁରି କହିଛନ୍ତି ଯେ ଉଭୟ ରାଜ୍ୟ-କେନ୍ଦ୍ର ର ଡବଲ-ଇଞ୍ଜିନ୍ ବିଜେପି ସରକାର ଲ୍ୟାଣ୍ଡ ଏବଂ ଲଭ୍ ଜିହାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବାକୁ ପ୍ରସ୍ତୁତ। କେବଳ ବିଜେପି ଏବଂ ଏନଡିଏ ଏହାର ମୂଳୋତ୍ପାଟନ ଗ୍ୟାରେଣ୍ଟି ଦେଇପାରିବେ। କଂଗ୍ରେସ ଏବଂ ଏଆଇୟୁଡିଏଫ୍ ଏହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ। କାରଣ ସେମାନେ ଅନୁପ୍ରବେଶକାରୀଙ୍କ ଭୋଟ ଚାହାଁନ୍ତି। ସେମାନେ ଦେଶର ମୂଲ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ଭୋଟ ଚାହାଁନ୍ତି। ଏହି ଲୋକଦେଶର ସୁରକ୍ଷା ସହିତ ସାଲିସ୍ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଗୁଜବ ପ୍ରଚାର କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।




ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଆମେ ଯାହା ପ୍ରତିଶୃତି ଦେଇଥିଲୁ ତାହା ପୂରଣ କରିଛୁ। ରାଜ୍ୟରେ କଂଗ୍ରେସ ସରକାର ଥିବା ସମୟରେ ପିଏମ ମୋଦି ସର୍ବାଧିକ ଥରଉତ୍ତର-ପୂର୍ବ ଗସ୍ତ କରିଛନ୍ତି। ପିଏମ ମୋଦି ରେକର୍ଡ ସଂଖ୍ୟକ ୭୮ ଥର ଗସ୍ତ କରିଛନ୍ତି। ଆଜି ଏଠାରେ ଏପରି ରାସ୍ତା ଘାଟ ନିର୍ମିତ ହୋଇଛି ଯାହାକୁ କଂଗ୍ରେସ ସରକାର ବିଗତ ୬୦ ବର୍ଷ ମଧ୍ୟରେ କେବେ କରି ପାରିନଥିଲା। ଏବେ ଦେଶର କୋଣ ଅନୁକୋଣ ପୂର୍ବୋତ୍ତର ଭାରତ ଦ୍ୱାରା ରେଳ ଯୋଡ଼ି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Yogi Assam Rally 2026: Yogi Slams Congress Over Infiltration & Security | Argus News