College Closed / କଲେଜ ନିର୍ବାଚନ ଫଳାଫଳ ପରେ ଉତ୍ତେଜନା: ଶପଥ ଗ୍ରହଣ ଉତ୍ସବ ବାତିଲ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜ ଛୁଟି
·41 mins ago·2 min read

Key Points
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା
କଲେଜ ନିର୍ବାଚନ ଫଳାଫଳ ପରେ ପ୍ରବଳ ଉତ୍ତେଜନା
ନିର୍ବାଚନ ହିଂସାକୁ କେନ୍ଦ୍ରକରି ଶପଥ ଗ୍ରହଣ ଉତ୍ସବ ବାତିଲ
କେନ୍ଦୁଝର ଘସିପୁରା ବ୍ଲକ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ଉତ୍ତେଜନା

କଲେଜ ନିର୍ବାଚନ ଫଳାଫଳ ପରେ ପ୍ରବଳ ଉତ୍ତେଜନାକୁ ନେଇ ବାତିଲ ହେଲା ଶପଥ ଗ୍ରହଣ ଉତ୍ସବ। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରେକୁଟିଆ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ନିର୍ବାଚନୀ ହିଂସାକୁ କେନ୍ଦ୍ରକରି ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦିଆଯାଇଛି। ନିର୍ବାଚନରେ BCJD ପ୍ରାର୍ଥୀ ଦେବରାଜ ବେହେରା ମାତ୍ର ୩ ଖଣ୍ଡ ଭୋଟରେ ହାରିବା ପରେ ଶତାଧିକ ଅଣଛାତ୍ର କଲେଜ ପରିସରରେ ଭଙ୍ଗାରୁଜା କରିଥିଲେ।''
ସେହିପରି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ବାତିଲ ହେଲା ଶପଥ ଗ୍ରହଣ ଉତ୍ସବ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଛୁଟି ଘୋଷଣା। ନିର୍ବାଚନ ହିଂସାକୁ ନଜରରେ ରଖି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ବାତିଲ ହେଲା ଶପଥ ଗ୍ରହଣ ଉତ୍ସବ।
ଏଥି ସହିତ ଆନ୍ଦୋଳନକାରୀ ଛାତ୍ରମାନେ ହୋହାଲ୍ଲା କରିବା ସହିତ ଧାରଣାରେ ବସିରହିଥିଲେ। ଘଟଣାକୁ ନେଇ ପୋଲିସ ଫୋର୍ସ ପହଁଞ୍ଚି ଆନ୍ଦୋଳନକାରୀଙ୍କ ଉପରେ ମୃଦୁ ଲାଠି ଚାଳନା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ନିର୍ବାଚନୀ ହିଂସାକୁ ନଜରରେ ରଖି କଲେଜରେ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିବା ସହିତ କଲେଜକୁ ଛୁଟି କରିଦିଆଯାଇଛି। ଏଥି ସହିତ କଲେଜର ସୁରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୁତୟନ ଅଛନ୍ତି।''
ସେପଟେ ଆଉ କିଛି ସମୟ ପରେ ଶପଥ ନେବେ ନିର୍ବାଚିତ ନୂଆ ଛାତ୍ର ନେତା । ଆଜି କଲେଜ କ୍ୟାମ୍ପସରେ ବିଜୟୀ ପ୍ରାର୍ଥୀଙ୍କର ହେବ ଶପଥ ଗ୍ରହଣ ସମାରୋହ। ଯାହାକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନୂଆ ଛାତ୍ର ନେତୃତ୍ବ ଆଗରେ ନୂଆ ଆହ୍ବାନ । ଶପଥ ପରେ କ୍ୟାମ୍ପସକୁ ବିକାଶକୁ ଗୁରୁତ୍ବ । ଦୀର୍ଘ ୮ ବର୍ଷର ପ୍ରତିକ୍ଷାରେ ପଡିଛି ପୂର୍ଣ୍ଣଛେଦ । ୧୨ ବିଶ୍ବବିଦ୍ୟାଳୟ ଓ ୩୨୫ ମହାବିଦ୍ୟାଳୟରେ ହୋଇଛି ନିର୍ବାଚନ ।''
ଗତକାଲି ବାହାରିଥିଲା ଫଳାଫଳ । ଏହାପରେ ଆରମ୍ଭ ହୋଇଥିଲା ଉତ୍ତୋଜନା। ଆଉ ଚଳିତ ଥର ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟ ସାରା ବିଭିନ୍ନ କ୍ୟାମ୍ପସରେ ନିଜ ପତିଆରା ଜାହିର କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଏବେ ପର୍ଯ୍ୟନ୍ତ ଥିବା ତଥ୍ୟ ଅନୁସାରେ ମୋଟ୍ ୩୩୭ ଆସନରୁ ୧୧୭ ଆସନରେ ବାଜିମାତ୍ କରିଛି ABVP । BCJD ୭୧ ଆସନରେ ଜିତିଥିବା ବେଳେ ମାତ୍ର ଦୁଇଟି ଆସନ ଜିତି ପାରିଛି NSU I। ୧୬ ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ଛାତ୍ରଛାତ୍ରୀମାନେ ଅବିର ଖେଳିବା ସହ ବାଜା-ରୋଷଣୀରେ ନାଚିଗାଇ ବିଜୟ ଉତ୍ସବ ପାଳନ କରିଛନ୍ତି ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: 'ଯଦି କିଛି ହୋଇ ପାରୁନାହିଁ, ତାହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ଦିଅ'
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ABVP ର ଛାତ୍ର ଛାତ୍ରୀ। ଅଭିଯୋଗ ଅନୁଯାଇ, ଭୋଟ ଗଣତି ପରେ ଏଜେଣ୍ଟ ମାନଙ୍କୁ କୌଶଳ କରି ଦସ୍ତଖତ କରେଇ, ପରେ ରି ଚେକିଂ ପାଇଁ ସୁଯୋଗ ଦେଇନାହିଁ କଲେଜ। ଗତକାଲି ଏବିଭିପି ଓ ଛାତ୍ର ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ଛାତ୍ର ବିଜେଡ଼ି, ସଭାପତି ସମେତ ସଂପାଦକ, ସହ ସଂପାଦକ, ଉପସଭାପତିରେ ଛାତ୍ର ବିଜେଡ଼ି ବାଜି ମାରିଥିଲା। ତେବେ ପୁନଃ ଗଣତି ଦାବିରେ, ଏବିଭିପି ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।''
ଅଧିକ ପଢ଼ନ୍ତୁ ରାଜନୀତି ଖବର:

Related Topics
Explore more stories