Tamil Nadu Assembly Election / ଶେଷରେ ହେଲା ସହମତି; ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଲା କଂଗ୍ରେସ-ଡିଏମକେ ମେଣ୍ଟ
·2 months ago·4 min read

Key Points
ବେଶ କିଛି ଦିନ ଧରି ଛକାପଞ୍ଝା ଚାଲିବା ପରେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଡିଏମକେ-କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ ସହମତି ହୋଇଛି
DMK-Congress Seat Sharing: ଚଳିତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହେଉଛି ତାମିଲନାଡୁ ବିଧାନସାଭା ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଡିଏମକେ ଏବଂ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ଆସନ ବୁଝାମଣାକୁ ନେଇ ଚାଲିଥିବା ଛକାପଞ୍ଝା ଏବେ ଶେଷ ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ ଡିଏମକେ-କଂଗ୍ରେସ ମଧ୍ୟରେ ରହିଥିବା ମେଣ୍ଟ ପ୍ରାୟତଃ ଭାଙ୍ଗିବାକୁ ଯିବା ଅବସ୍ଥାକୁ ଆସି ଯାଇଥିଲା। ହେଲେ ଗତ ବୁଧବାର ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ସହମତି ହୋଇଥିଲା।
ଡିଏମକେ ସହ ମେଣ୍ଟ ଭାଙ୍ଗିଥିଲେ କଂଗ୍ରେସ ତାମିଲ ଅଭିନେତା ବିଜୟଙ୍କ ଟିଭିକେ ଗଠବନ୍ଧନ କରିବା ଯୋଜନାରେ ରହିଥିଲା। ଏପରିକି ରାଜ୍ୟର କଂଗ୍ରେସ ନେତୃତ୍ୱ ମଧ୍ୟ ଟିଭିକେ ସହ ମେଣ୍ଟ ଚାହୁଁଥିଲେ। କାରଣ ଦଳକୁ ୪୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ମିଳିଥାନ୍ତା। ହେଲେ ବିନା ଡିଏମକେ ସହଯୋଗରେ କଂଗ୍ରେସ ଦୃଢ଼ ମେଣ୍ଟ ସମର୍ଥନ ପାଇବା କାଠିକର ପାଠ ହୋଇଥାନ୍ତା। ଅନ୍ୟପଟେ ଦଳକୁ ରାଜ୍ୟସଭା ଆସନରୁ ବଞ୍ଚିତ ହେବାକୁ ପଡ଼ିଥାନ୍ତା।
ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦବୀ ବଜାୟ ରଖିବା ପାଇଁ ଦୁଇଟି ରାଜ୍ୟସଭା ଆସନ ଦାବି କରିଥିଲା କଂଗ୍ରେସ। ହେଲେ ଡିଏମକେ ଗୋଟିଏରୁ ଅଧିକ ଆସନ ପ୍ରଦାନ କରିପାରିଲା ନାହିଁ। କାରଣ ଦଳ ଏହାର ନୂତନ ମେଣ୍ଟ ସହଯୋଗୀ ବିଜୟକାନ୍ତଙ୍କ ଡିଏମଡିକେ ପାଇଁ ଗୋଟିଏ ରାଜ୍ୟସଭା ଆସନ ଛାଡି଼ବାକୁ ପ୍ରତିଶୃତି ଦେଇଛି। ଏହି ଆସନରୁ ଡିଏମଡି଼କେ କୋଷାଧ୍ୟକ୍ଷ ଏଲକେ ସୁଦୀଶ ପ୍ରତିନିଧିତ୍ୱ କରିବେ। ବିଜୟଙ୍କ ଟିଭିକେ ଏକ ନୂତନ ଦଳ ହୋଇଥିବାରୁ ତାମିଲନାଡୁ ବିଧାନସଭାରେ ଏହାର କୌଣସି ବିଧାୟକ ନାହାଁନ୍ତି। ଯାହା ଦ୍ୱାରା କଂଗ୍ରେସ କୌଣସି ଗୋଟିଏ ରାଜ୍ୟସଭା ଆସନ ପାଇନଥାନ୍ତା।
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣାକୁ ନେଇ ଡିଏମେକ-କଂଗ୍ରେସ ମଧ୍ୟରେ ବେଶ କିଛି ଛକାପଞ୍ଝା ଜାରି ରହିଥିଲା। ତାମିଲାନଡୁ କଂଗ୍ରେସ ପ୍ରଭାରୀ ଗିରୀଶ ଚୋଡାଙ୍କର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କ ଦଳକୁ ଅତି କମରେ ୩୩ ଆସନ ଏବଂ ୨ ରାଜ୍ୟସଭା ଆସନ ଦେବାକୁ ଡିଏମକେ ଆଗରେ ପ୍ରସ୍ତାବ ରଖିଥିଲେ। ଏପରିକି ଦାବି ମୁତବକ ସିଟ୍ ନମିଳିଲେ ଡିଏମକେ ସହ ମେଣ୍ଟ ଭାଙ୍ଗିବାକୁ କଂଗ୍ରେସ ଜଣାଇ ଦେଇଥିଲା। ଡିଏମକେ ୨୫ ବିଧାନସଭା ଏବଂ ଗୋଟିଏ ରାଜ୍ୟସଭା ଆସନ ଛାଡି଼ବାକୁ କହିଥିଲା। ଏନେଇ ଡିଏମକେ ପକ୍ଷରୁ କୁହାଯାଇଥିଲା ଯେ ମେଣ୍ଟ ସହଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଡିଏମକେ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଆସନ ବୁଝାମଣା କରିବା ପାଇଁ ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କୁ ଶେଷ ଚେତାବନୀ ଦେଇଥିଲା। ଡିଏମକେ ସହିତ ମେଣ୍ଟ ଜାରି ରଖିବା ସପକ୍ଷରେ ରହିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ରହିଥିଲେ। ଏନେଇ ଉଭୟେ ଡିଏମକେ ଅଧ୍ୟକ୍ଷ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଆଲୋଚନା କରିବା ପାଇଁ ଚାହୁଁଥିଲେ। ଆସନ ସଂଖ୍ୟା ୩୦କୁ ହ୍ରାସ କରିବା ସହ ଦୁଇ ଦଳ ମଧ୍ୟରେ ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ଦଳର ଅଭିଜ୍ଞ ନେତା ପି ଚିଦାମ୍ବରମଙ୍କୁ ପଠାଇଥିଲେ। ଏହି ସମୟରେ ରାଜ୍ୟର ଶିବଗଙ୍ଗା ଲୋକସଭା ଆସନର ସାଂସଦ କାର୍ତ୍ତି ଚିଦାମ୍ବରମ ଏବଂ ଡିଏମକେ ସାଂସଦ (ଥୁଥୁକୁଡି) କାନିମୋଝି ମେଣ୍ଟକୁ ବଞ୍ଚାଇବା ପାଇଁ ପଛଦ୍ୱାରରେ ଆଲୋଚନା ଜାରି ରଖିଥିଲେ। ଏପରିକି ଖାର୍ଗେ ମଧ୍ୟ କାନିମୋଝିଙ୍କ ସହିତ ଯୋଗାଯୋଗରେ ରହିଥିଲେ।
ଯେତେବେଳେ ଚିଦାମ୍ବରମ ଏବଂ ଷ୍ଟାଲିନ ଗତ ମଙ୍ଗଳବାର (ମାର୍ଚ୍ଚ ୩) ପରସ୍ପରକୁ ସାକ୍ଷାତ କରିଥିଲେ, ସେତେବେଳେ ଡିଏମକେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆଉ ୨ ଆସନ ଦେବାକୁ ରାଜି ହୋଇଥିଲେ। ହେଲେ ଗୋଟିଏରୁ ଅଧିକ ରାଜ୍ୟସଭା ଆସନ ଛାଡି଼ବାକୁ ଚାହୁଁନଥିଲା। ରାହୁଲ ଗାନ୍ଧୀ ୨୮-୨୯ ଆସନ ପାଇଁ ପ୍ରାୟତଃ ରାଜି ହୋଇଥିଲେ। ବୁଧବାର ରାତିରେ କଂଗ୍ରେସ ସହ ମେଣ୍ଟ ସମ୍ପର୍କ ଜାରି ରଖିବା ପାଇଁ ଡିଏମକେ ଆହୁରି ଗୋଟିଏ ସିଟ୍ ଛାଡ଼ିବାକୁ ରାଜି ହୋଇଥିଲା।
ଡିଏମକେ ପକ୍ଷରୁ ଏହାର ମେଣ୍ଟ ସହଯୋଗୀଙ୍କ ପ୍ରତି ଦ୍ୱାରା ଦେଖାଯାଇଥିବା ମହାନତା ରାଜ୍ୟର ମତଦାତାଙ୍କୁ ଏକ ସକାରତ୍ମକ ବାର୍ତ୍ତା ପ୍ରଦାନ କରିବ। କାରଣ ଦଳ ସବୁବେଳେ ଏହାର ମେଣ୍ଟ ଅଂଶୀଦାରଙ୍କ ପ୍ରତି ଉଦାର ମନୋଭାବ ଦେଖାଇଛି। ଏପରିକି କେତେକ ସମୟରେ ସହଯୋଗୀଙ୍କ ପାଇଁ ନିଜର ଆସନ ଛାଡି଼ଦେଇଛି। ଯାହା ଦ୍ୱାରା ଦଳର ଆଶାୟୀ ପ୍ରାର୍ତୀଙ୍କୁ ନିର୍ବାଚନ ଲଢିବାରୁ ଅନେକ ସମୟରେ ବଞ୍ଚିତ ହେବାକୁ ପଡ଼ିଛି। କଂଗ୍ରେସ ପାଇଁ ଆସନ ସଂଖ୍ୟା ସ୍ଥିର କରିବା ପରେ, ଡିଏମକେ ପାଖରେ ଏବେ ଏହାର ଛୋଟ ମେଣ୍ଟ ଅଂଶୀଦାରଙ୍କ ପାଇଁ ସିଟ୍ ବାଣ୍ଟିବା ପାଇଁ ଏକ କାଠିକର ପାଠ ହୋଇଯାଇଛି। ଏପିରକି ଦଳକୁ ଗତ ୨୦୨୧ ବିଧାନସଭା ନିର୍ବାଚନ ତୁଳନାରେ ଏଥର କମ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିପାରେ।
ଡିଏମକେ ପାଞ୍ଚ ବର୍ଷ ପୂର୍ବ ତୁଳନାରେ ମେଣ୍ଟ ଦୁର୍ବଳ ଥିବାର ଭାବନାକୁ ଏଡାଇବାକୁ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ଚିନ୍ତା ହେଉଛି କଂଗ୍ରେସ ଉପରେ ନିର୍ଭର ନକରି ନିଜେ ବହୁମତ ପାଇବା ପାଇଁ 113 ଆସନର ଯାଦୁକରୀ ସଂଖ୍ୟା ପାଇପାରିବ କି ନାହିଁ, ଯାହା ନିଶ୍ଚିତ ଭାବରେ କ୍ଷମତାରେ ଅଂଶୀଦାର ଦାବି କରିବ। କ୍ଷମତା ବଣ୍ଟନ କଂଗ୍ରେସର ଏକ ଦାବି ଥିଲା। ଯଦିଓ ଡିଏମକେ ଦୃଢ଼ ଥିଲା ଯେ ଏହା ଏକ ମେଣ୍ଟ ସରକାରରେ ରାଜି ହେବ ନାହିଁ, ପୁରୁଣା ଏବଂ ନୂତନ ଉଭୟ ସହଯୋଗୀଙ୍କୁ ଅଧିକ ଆସନ ଦେଇ, ଏହା ଏକ ମେଣ୍ଟ ସରକାରର ସମ୍ଭାବନାକୁ ବୃଦ୍ଧି କରିଥାଇପାରେ। ଏପର୍ଯ୍ୟନ୍ତ, କେବଳ ବାମ ଦଳଗୁଡ଼ିକ କହିଛନ୍ତି ଯେ ସେମାନେ ସରକାରର ଅଂଶ ହେବେ ନାହିଁ।
ପ୍ରାୟ ୫ ବର୍ଷ ପୂର୍ବେ ଡିଏମକେ ମେଣ୍ଟ ଦୁର୍ବଳ ରହିଥିବାର ଭାବନାକୁ ଏଡାଇବାକୁ ଚାହୁଁଥିଲା। ହେଲେ ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଉଛି ବିନା କଂଗ୍ରେସ ସହଯୋଗରେ ଡିଏମକେ କିପରି ରାଜ୍ୟରେ ସରକାର ଗଠନ କରିବ। ମୋଟ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ଼ ବିଧାନସଭାରେ ସରକାର ଗଠନ ପାଇଁ କୌଣସି ଦଳକୁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯଦି ଡିଏମକେ କଂଗ୍ରେସ ସମର୍ଥନରେ ବହୁମତ ସାବ୍ୟସ୍ତ କରେ, ତାହେଲେ ରାଜ୍ୟ ସରକାରରେ ଭାଗିଦାର ହେବା ପାଇଁ କଂଗ୍ରେସ, ଡିଏମକେ ଆଗରେ ପ୍ରସ୍ତାବ ରଖିବ। ଯଦିଓ ଏନେଇ କଂଗ୍ରେସ ପୂର୍ବରୁ ଦାବି ଉଠାଇ ସାରିଛି। ହେଲେ ଡିଏମକେ ମେଣ୍ଟ ସରକାର ଗଠନ କରିବା ସପକ୍ଷରେ ନାହିଁ। କାରଣ ମେଣ୍ଟ ସହଯୋଗୀଙ୍କୁ ଅଧିକ ଆନ ଦେଲେ ସେମାନେ ସରକାରରେ ସାମିଲ ହେବା ପାଇଁ ଦାବି ଉଠାଇବେ। ଅନ୍ୟପକ୍ଷରେ କେବଳ ବାମ ଦଳଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ସରକାରର ସାମିଲ ହେବେ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories