UP Congress Office Clash / କଂଗ୍ରେସ ଅଫିସରେ ମହାଭାରତ, ନେତାଙ୍କ ସାମ୍ନାରେ ହେଲା ଜୋତା ମାଡ଼ !
·1 hour ago·2 min read

Key Points
ନୂଆ ଅଧ୍ୟକ୍ଷଙ୍କ ଶପଥ ଉତ୍ସବରେ ହଙ୍ଗାମା
ମୁହାଁମୁହିଁ ଅଜୟ ରାୟଙ୍କ ସମର୍ଥକ
କଂଗ୍ରେସ ମୁଖ୍ୟାଳୟ ପାଲଟିଲା ରଣକ୍ଷେତ୍ର
ମୁହାଁମୁହିଁ ଅଜୟ ରାୟଙ୍କ ସମର୍ଥକ
କଂଗ୍ରେସ ମୁଖ୍ୟାଳୟ ପାଲଟିଲା ରଣକ୍ଷେତ୍ର
ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ପଦଗ୍ରହଣ ଉତ୍ସବ ପାଲଟିଗଲା ରଣକ୍ଷେତ୍ର । ମଞ୍ଚରେ ଚାଲିଥିଲା ରାଜନୈତିକ କାର୍ଯ୍ୟକ୍ରମ, ହେଲେ ଅନ୍ୟପଟେ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଜୋରଦାର ହଙ୍ଗାମା । ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଏବଂ ମହିଳା କାଉନସିଲର ମମତା ଚୌଧୁରୀଙ୍କ ମଧ୍ୟରେ ବଚସା ପରେ ପରିସ୍ଥିତି ଏପରି ବିଗିଡ଼ିଗଲା ଯେ, ସମର୍ଥକମାନେ ପରସ୍ପରକୁ ଚାପୁଡ଼ା ମାରିବା ସହ ଜୋତାରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି ।
ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ରବିବାର ଦିନ ଏକ ରାଜନୈତିକ କାର୍ଯ୍ୟକ୍ରମ ସମୟରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ନବନିଯୁକ୍ତ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଆରାଧନା ମିଶ୍ରା ମୋନାଙ୍କ ପଦଗ୍ରହଣ ସମାରୋହ ଚାଲିଥିବା ବେଳେ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଏବଂ କଂଗ୍ରେସର ମହିଳା କାଉନସିଲର ମମତା ଚୌଧୁରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ, ଉଭୟ ପକ୍ଷର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଏପରିକି ଚାପୁଡ଼ା ମାଡ଼ ସହ ଜୋତାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ଏବେ ଦ୍ରୁତଗତିରେ ଭାଇରାଲ୍ ହେଉଛି ।
ପଦଗ୍ରହଣ ସମାରୋହରେ ଆରମ୍ଭ ହେଲା ବିବାଦ
ରବିବାର ଦିନ ଆରାଧନା ମିଶ୍ରା ମୋନା ଉତ୍ତର ପ୍ରଦେଶ କଂଗ୍ରେସର ନୂଆ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିଲେ । ଏହି ଅବସରରେ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ଲକ୍ଷ୍ନୌ ନଗର ନିଗମରେ କଂଗ୍ରେସ ପାର୍ଷଦ ଦଳର ନେତା ମମତା ଚୌଧୁରୀଙ୍କ ସହ ଅଜୟ ରାୟଙ୍କ ସମର୍ଥକମାନଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଧୀରେ ଧୀରେ ଏହି ବଚସା ତୀବ୍ର ରୂପ ନେଇଥିଲା ଏବଂ ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ସମୟରେ ଉଭୟ ପକ୍ଷର ସମର୍ଥକଙ୍କ ମଧ୍ୟରେ ଚାପୁଡ଼ା ମାଡ଼ ହୋଇଥିବା ସହ ଜୋତା ମଧ୍ୟ ବାହାରିଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଗିଯାଇ କାର୍ଯ୍ୟାଳୟ ଛାଡ଼ିଲେ ଅଜୟ ରାୟ
ଏହି ଘଟଣା ପରେ ଅଜୟ ରାୟ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ । ପରିସ୍ଥିତିକୁ ଶାନ୍ତ କରିବା ଏବଂ ତାଙ୍କୁ ବୁଝାଇବା ପାଇଁ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ ତାଙ୍କ ସହ ବାହାରକୁ ଆସିଥିଲେ । ଏହି ସମୟରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମ୍ରାନ ମସୁଦ ମଧ୍ୟ ଉପସ୍ଥିତ ଥିଲେ ।
ନବନିଯୁକ୍ତ ପ୍ରଦେଶ ଅଧ୍ୟକ୍ଷ ଆରାଧନା ମିଶ୍ରା ମୋନା ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଅଜୟ ରାୟଙ୍କୁ ବୁଝାଇବା ସହ ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ ।
ଏହି ବିବାଦ ପରେ ଅଜୟ ରାୟ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦାବିରେ ଅଡ଼ି ରହିଥିଲେ । ମମତା ଚୌଧୁରୀଙ୍କ ସହ ହୋଇଥିବା ବଚସାକୁ ନେଇ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏହାପରେ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଶେଷରେ ଅଜୟ ରାୟ ପୁଣିଥରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଫେରିଥିଲେ ।
ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ପଦଗ୍ରହଣ ସମାରୋହରେ ଏଭଳି ହଙ୍ଗାମା କଂଗ୍ରେସ ଦଳ ମଧ୍ୟରେ ଥିବା ମତଭେଦକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହି ଘଟଣାରେ ଆଗକୁ ଦଳ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related Topics
Explore more stories