Assam Politics / ଛୁଟୁଛି ଇସ୍ତଫାର ସୁଅ; ନିର୍ବାଚନ ପୂର୍ବରୁ ଖାଲି ହୋଇପାରେ କଂଗ୍ରେସ ଭାଡ଼ି
·6 months ago·2 min read

Key Points
୨୦୨୬ ଆସାମ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବା ବେଳେ ଏବେ ରାଜ୍ୟର କଂଗ୍ରେସ ନେତା ଦଳରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ପାଲଟିଛି।
Congress Leader Pradyut Bordoloi Joins BJP: ବିଧାନସଭା ନିର୍ବାଚନ ପୂର୍ବରୁ ଦଳରୁ କଂଗ୍ରେସ ନେତାଙ୍କ ଇସ୍ତଫାକୁ ନେଇ ସରଗରମ ହୋଇଉଠିଛି ଆସାମ ରାଜନୀତି। ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିବା କଂଗ୍ରେସ ସାଂସଦ ପ୍ରଦ୍ୟୁତ ବର୍ଦ୍ଦୋଳୋଇ ବୁଧବାର ବିଜେପି ହାତ ଧରିଛନ୍ତି। ସେ ଏବେ ରାଜ୍ୟର ନଗାଁଓ ଲୋକସଭା ଆସନରୁ ପ୍ରତିନିଧ୍ୱତ୍ୱ କରୁଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଆମନ୍ତ୍ରଣ କ୍ରମେ ତାଙ୍କୁ ଦଳର ସାମିଲ କରାଯାଇଛି। ତାଙ୍କୁ ୨୦୨୬ ଆସାମ ବିଧାନସଭା ନିର୍ବାଚନରେ ରାଜ୍ୟର କେଉଁ ଆସନରୁ ପ୍ରାର୍ଥୀ କରାଯିବ ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ପ୍ରଦ୍ୟୁତ ବର୍ଦ୍ଦୋଳୋଇଙ୍କ ପୂର୍ବରୁ ଆସାମ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଭୂପେନ୍ ବୋରା ମଧ୍ୟ ଦଳ ଛାଡ଼ି ବିଜେପି ହାତ ଧରି ସାରିଛନ୍ତି।
ଆତ୍ମସମ୍ମାନ ବଜାୟ ରଖିବା ପାଇଁ ଚାହୁଁଥିବା କୌଣସି ନେତା କଂଗ୍ରେସ ଦଳରେ ରହିପାରିବ ନାହିଁ। ବିଜେପି ଆଗକୁ ଆହୁରି କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିବ। କୌଣସି ସ୍ୱାଭିମାନି ନେତାଙ୍କୁ କଂଗ୍ରେସ ଦଳରେ ରହିବାର କୌଣସି ଅଧିକାର ନାହିଁ। ଆମେ ଅଧିକରୁ ଅଧିକ କଂଗ୍ରେସ ନେତାଙ୍କୁ ବିଜେପିରେ ମିଶାଇବା ପାଇଁ ଚାହୁଁଛୁ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।
ଭୂପେନ ବୋରା ଦଳ ଛାଡି଼ବା ପରେ ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଙ୍କୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଗୌରବ ଗୋଗୋଇଙ୍କ ନିଷ୍ପତ୍ତି ଏବଂ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ନେତା ଦଳ ଛାଡୁଛନ୍ତି। ଅବଶ୍ୟ ରାଜ୍ୟର ଧୁବ୍ରି ଲୋକସଭା ଆସନର ଦଳୀୟ ସାଂସଦ ରକିବୁଲ ହାସନଙ୍କ ପାଇଁ ଅନେକ କଂଗ୍ରେସ ନେତା ନିକଟ ଅତୀତରେ ଦଳ ଛାଡ଼ିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦଳୀୟ ଅସନ୍ତୋଷ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା
ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ କଂଗ୍ରେସ ସାଂସଦ ପ୍ରଦ୍ୟୁତ ବର୍ଦ୍ଦୋଳୋଇ। ନିଜର ଇସ୍ତଫାରେ ସେ ଦଳରେ ଚାଲିଥିବା ସମସ୍ୟା ଏବଂ ଅଣଦେଖା ସମ୍ପର୍କରେ କହିଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଥିଲେ ଦଳର ବାରମ୍ବାର ତାଙ୍କୁ ଅପମାନିତ କରାଯିବା କାରଣରୁ ସେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।
ଦଳରୁ ଇସ୍ତଫା ଦେବା ପୂର୍ବରୁ ସାଂସଦ ପ୍ରଦ୍ୟୁତ ବର୍ଦ୍ଦୋଳୋଇ ଆସାମ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ ଯେ ଯଦି ୨୦୨୬ ନିର୍ବାଚନରେ ରାଜ୍ୟର ଲହୌରୀଘାଟ ଆସନରୁ ବର୍ତ୍ତମାନର ବିଧାୟକ ଆସିଫ ମହମ୍ମଦ ନଜରଙ୍କୁ ଟିକେଟ ଦିଆଯାଏ ତାହେଲେ ସେ ଦଳରୁ ଇସ୍ତଫା ଦେଇପାରନ୍ତି। କାରଣ ଗତ ବର୍ଷ କଂଗ୍ରେସ ନେତାଙ୍କ ଉପରେ ହୋଇଥିବା ଆକ୍ରମଣରେ ଆସିଫ ମହମ୍ମଦ ନଜରଙ୍କ ସହଯୋଗୀ ଇମଦାଦୁଲ ଇସଲାମ ସାମିଲ ଥିଲେ। ଏହି ମାମଲାରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Related Topics
Explore more stories