Curfew In Cuttack / କଟକରେ କାହିଁକି ଘଟିଲା ହିଂସା ? ଖୋଲି କହିଦେଲେ ଭର୍ତ୍ତୃହରି ମହତାବ, ସୋଫିଆ କହିଲେ ହେଉ କାର୍ଯ୍ୟାନୁଷ୍ଠାନ

Key Points
କାହିଁକି ଅଶାନ୍ତ କଟକ ? ହିଂସା ପଛରେ କିଏ ? କଟକ ବିଶୃଙ୍ଖଳାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ ।
କଟକ: କାହିଁକି ଅଶାନ୍ତ କଟକ ? ହିଂସା ପଛରେ କିଏ ? କଟକ ବିଶୃଙ୍ଖଳାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ । କଟକ ସାଂସଦ କହିଛନ୍ତି, "ସମଗ୍ର ସହର ଦୁର୍ଗା ପୂଜା ମହୋତ୍ସବ ପାଳନ କରୁଥିଲା । ମାଆଙ୍କ ଭସାଣି ଶୋଭାଯାତ୍ରା ସମୟରେ କିଛି ଅସାମାଜିକ ତତ୍ତ୍ଵ ଅଶାନ୍ତି ସୃଷ୍ଟି କରିଥିଲେ ।"
ଭର୍ତ୍ତୃହରି କହିଛନ୍ତି, "ଯାହା ଫଳରେ ଅନ୍ୟ ଏକ ସମ୍ପ୍ରଦାୟ ବିରୋଧ କରିଥିଲେ, ଯାହାକୁ ନେଇ କଟକ ସହରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କଟକ ସହରରେ ଶାନ୍ତି ବଜାୟ ରଖିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଉଭୟ ପକ୍ଷଙ୍କୁ ଅନୁରୋଧ କରୁଛି ସହରରେ ଶାନ୍ତି ଶୃଙ୍ଖଳା ସହ ଭାଇଚାରା ବଜାୟ ରଖନ୍ତୁ ।"
ଏଥିସହ ପଢ଼ନ୍ତୁ: ହିଂସା ପରେ କଟକରେ ସ୍ଵାଭାବିକ ହେଉଛି ସ୍ଥିତି, ପଇଁତରା ମାରୁଛି ପୋଲିସ
ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ କଟକ ହିଂସାକୁ ନିନ୍ଦା କରିଛନ୍ତି । ସୋଫିଆ କହିଛନ୍ତି, "ବିଗତ ୨ ଦିନ ଧରି ଯାହା ଘଟୁଛି, ତାକୁ ସମସ୍ତେ ନିନ୍ଦା କରୁଛୁ । କାଲି ଯେଭଳି ହିଂସା ହେଲା, ଦୋକାନ ଭଙ୍ଗାଗଲା ତାହା ନିନ୍ଦନୀୟ । କଟକ ସହରର ଲୋକେ ଶାନ୍ତିପ୍ରିୟ । ଏଠି କମ୍ୟୁନିଟି ଲିଭିଂ ଦେଖିବାକୁ ମିଳେ ।"
📱 Get Argus News App
✨
ସେ ଆହୁରି କହିଛନ୍ତି, "କଟକରେ ଏବେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟ କଲା ଭଳି । ଆମେ ଛୁଆ ବେଳୁ ଭାଇଚାରାର ପରମ୍ପରାରେ ବଢ଼ିଛୁ । ଭସାଣି ଦିନ ଅସାମାଜିକ ଲୋକଙ୍କ ବିରୋଧରେ ଯାହା ଘଟଣା ଘଟିଲା, ତାହା ବିରୋଧରେ କୋଠରରୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"
ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ ଲାଗୁ ହୋଇଛି କଟକରେ କର୍ଫ୍ୟୁ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା ସମେତ ୧୩ ଟି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି ।
ଏଥିସହ ପଢ଼ନ୍ତୁ: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'
ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ବି ଲାଗିଛି କର୍ଫ୍ୟୁ । ଏହି ସମୟରେ ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି ।
କଟକ ହିଂସା ଘଟଣାରେ ଏଯାବତ୍ ୮ ଜଣ ଗିରଫ ହୋଇଥିବା ବେଳେ ପୋଲିସ ରୁଜୁ କରିଛି ୩ଟି ମାମଲା । ରବିବାର ରାତିରୁ ସହରରେ କର୍ଫ୍ୟୁ ଜାରି ରହିଥିବା ବେଳେ ଏବେ ସ୍ଥିତି ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
ପୋଲିସ କମିଶନର କହିଛନ୍ତି, "ଗତକାଲିର ଘଟଣାରେ ସମ୍ପୃକ୍ତ ହିଂସାକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଛି । ସ୍ଥିତି ସୁଧୁରୁଥିବା ବେଳେ ଶୀଘ୍ର ସବୁକିଛି ସାଧାରଣ ହୋଇଯିବ । ଯିଏ ବି ହିଂସା ଭିଆଇବ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"
Related Topics
Explore more stories