Rajya Sabha Election / ଦତ୍ତେଶ୍ୱର ହୋତା VS ଦିଲ୍ଲୀପ ରାୟ, ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍
·4 months ago·2 min read

Key Points
ଦତ୍ତେଶ୍ୱର ହୋତା VS ଦିଲ୍ଲୀପ ରାୟ
ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍
ଦତ୍ତେଶ୍ୱରକୁ ନେଇ କଂଗ୍ରେସରେ କେଁ

ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍ । ଦତ୍ତେଶ୍ୱର ହୋତା ବନାମ ଦିଲ୍ଲୀପ ରାୟ । ଦତ୍ତେଶ୍ୱରକୁ ନେଇ କଂଗ୍ରେସରେ କେଁ । ନିର୍ବାଚନ ବେଳେ କ୍ରସ ଭୋଟିଂ ସମ୍ଭାବନା । ଏପଟେ ଦତ୍ତେଶ୍ୱରଙ୍କ ଟ୍ରାକ ରେକର୍ଡ ବଢ଼ାଇଲା ବିବାଦ ।
କମନ କ୍ୟାଣ୍ଡିଡେଟ କରି ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନା ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାକୁ ସମର୍ଥନ ଜଣାଇଥିଲା କଂଗ୍ରେସ । ଭୋଟ୍ ଗଣିତ ଦେଖିଲେ ରାଜ୍ୟସଭାର ଚତୁର୍ଥ ଆସନ ଯେ ଦତ୍ତେଶ୍ୱର ବାଜି ମାରି ନେବେ ତାହା ଜଳ ଜଳ ଦିଶୁଥିଲା । ହେଲେ ବିଜେପି ଶିବିରରୁ ଗ୍ରୀନ୍ ସିଗନାଲ ପାଇବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେବା ସବୁ ଅଙ୍କ ବିଗାଡି ଦେଲେ । ଏବେ ଦିଲ୍ଲୀପ ଓ ଦତ୍ତେଶ୍ୱର ଭିତରେ ହାଇଭୋଲଟେଜ୍ ଲଢେଇ ହେବା ସ୍ପଷ୍ଟ ଜଣାପଡୁଛି । ସେପଟେ ଦିଲ୍ଲୀପଙ୍କୁ ଜିତିବା ପାଇଁ ଆବଶ୍ୟକ ପଡୁଥିବା ଅଧିକ ୮ ଆସନ କେଉଁ ଶିବିରରୁ ଆସିବା ତାକୁ ନେଇ ସସପେନ୍ସ ବଢୁଥିବା ବେଳେ କ୍ରସ୍ ଭୋଟିଂ ସମ୍ଭାବନା ବାରି ହୋଇପଡୁଛି ।
ଦତ୍ତେଶ୍ୱରକୁ ନେଇ କଂଗ୍ରେସ ଭିତରେ ସବୁକିଛି ଠିକ୍ ଚାଲି ନ ଥିବା ଚର୍ଚ୍ଚା ହେଉଛି । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ଦୁଇ ବିଧାୟକ ରମେଶ ଜେନା ଓ ସୋଫିଆ ଫିର୍ଦୋଷ ଅନୁପସ୍ଥିତ ଥିବା ବେଳେ ନବୀନ ଘୋଷଣା କରିଥିବା ପ୍ରାର୍ଥୀକୁ କଂଗ୍ରେସର ସମର୍ଥନ ନେଇ ପ୍ରଶ୍ନ ଉଠାଇଥିଲେ କିଛି ବିଧାୟକ । ଆଜି କିନ୍ତୁ ଭକ୍ତ ଦାସ ଓ ରମେଶ ଜେନାଙ୍କ ଭିତରେ ରୁଦ୍ଧଦ୍ୱାର ବୈଠକ ବସିବା ପରେ ବୟାନ ବଦଳାଇଛନ୍ତି ରମେଶ ।
ସେପଟେ ପୂର୍ବ ଟ୍ରାକ ରେକର୍ଡକୁ ନେଇ ବିବାଦରେ ଅଛନ୍ତି ଦତ୍ତେଶ୍ୱର ହୋତା । ଏସସିବି ମେଡିକାଲ କଲେଜରେ ୟୁରୋଲୋଜି ବିଭାଗର ମୁଖ୍ୟ ଥିବା ବେଳେ ସେ ନିଜ କ୍ଲିନିକରେ ପିଜି ଛାତ୍ରଙ୍କୁ ରୋଗୀ ଦେଖିବା କାର୍ଯ୍ୟରେ ନିୟୋଜିତ କରୁଥିଲେ । ଯେଉଁମାନେ ଏହି କର୍ଯ୍ୟ ନ କରିବେ ସେମାନଙ୍କୁ ପରୀକ୍ଷାରେ ଫେଲ୍ କରି ଦେବାକୁ ଦେଉଥିଲେ ଧମକ । ଏ ପରିକି ନିଜ ଘର କାର୍ଯ୍ୟରେ ପିଜି ଛାତ୍ରଙ୍କୁ ନିୟୋଜିତ କରୁଥିବାର ଅଭିଯୋଗ ଆଣିଥିଲେ ୧୦ ଜଣ ପିଜି ଛାତ୍ର । ଯାହାକୁ ନେଇ ମାମଲା କୋର୍ଟକୁ ଯିବା ପରେ ପରୀକ୍ଷା ଦାୟିତ୍ବରୁ ଡାକ୍ତର ହୋତାଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories