Videos
|
Politics

Rajya Sabha Election / ପ୍ରମିଳାଙ୍କୁ ଦେବୀଙ୍କ କଡ଼ା ଜବାବ, ଆଇନର ପାଠ ପଢ଼ାଇଲେ...ଫୌଜଦାରୀ ମାମଲା କରିବାକୁ ଧମକ ଦେଲେ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପ୍ରମିଳାଙ୍କୁ ଦେବୀଙ୍କ କଡ଼ା ଜବାବ, ଆଇନର ପାଠ ପଢ଼ାଇଲେ...ଫୌଜଦାରୀ ମାମଲା କରିବାକୁ ଧମକ ଦେଲେ
BJD

Key Points

ବିଜେଡି ନୋଟିସ୍‌ର ଜବାବ ଚେତାବନୀରେ...
ପ୍ରମିଳାଙ୍କୁ ଦେବୀରଞ୍ଜନ ତ୍ରିପାଠୀଙ୍କ କଡ଼ା ଜବାବ
ଅନ୍ୟ ୫ ବିଧାୟକ ବି ରଖିଲେ ନୋଟିସର ପ୍ରତି ଉତ୍ତର
ବିଜେଡି ନୋଟିସ୍‌ର ଜବାବ ଚେତାବନୀରେ । ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲା ବିଜେଡି । ଆଜି ଡେଡ୍‌ଲାଇନ ଥିବା ବେଳେ ଉତ୍ତର ରଖି ଦଳର ମୁଖ୍ୟ ସଚେତକଙ୍କୁ କଡ଼ା ଜବାବ ଦେଇଛନ୍ତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ପ୍ରମିଳା ମଲ୍ଲିକଙ୍କୁ ଆଇନର ପାଠ ପଢାଇ ଦେବୀ ଲେଖିଛନ୍ତି ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ ଭିତ୍ତିହୀନ, ଆଧାରହୀନ, ଅସାମ୍ବିଧାନିକ । ଫୌଜଦାରୀ ମାମଲା କରିବାକୁ ଦେଲେ ଧମକ । ଅନ୍ୟ ୫ ବିଧାୟକ ବି ରଖିଲେ ନୋଟିସର ପ୍ରତି ଉତ୍ତର ।

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲା ବିଜେଡି । ଆଜି ଡେଡ୍‌ଲାଇନ ଥିବା ବେଳେ ଉତ୍ତର ରଖି ଦଳର ମୁଖ୍ୟ ସଚେତକଙ୍କୁ କଡ଼ା ଜବାବ ଦେଇଛନ୍ତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ପ୍ରମିଳା ମଲ୍ଲିକଙ୍କୁ ଆଇନର ପାଠ ପଢାଇ ଦେବୀ ଲେଖିଛନ୍ତି, ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ ଭିତ୍ତିହୀନ, ଆଧାରହୀନ, ଅସାମ୍ବିଧାନିକ ।

ସୁପ୍ରିମକୋର୍ଟର ଏକ ମାମଲାର ଉଦାହରଣ ଦେଇ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍‌ କାମ କରେ ନାହିଁ । ଏହା ECIଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି । ନୋଟିସ୍‌ ଜାରି କରି ଧମକ ଦେବାକୁ ଚେଷ୍ଟା କରିବା ଦଣ୍ଡନୀୟ ଅପରାଧ । ତେଣୁ ନୋଟିସ୍‌ ପ୍ରତ୍ୟାହାର ନ କଲେ ପାଲଟା ମାମଲା ପାଇଁ କହିଛନ୍ତି ଦେବୀ । ରମାକାନ୍ତ ଭୋଇ ବି ସମାନ ଢଙ୍ଗରେ ଦେଇଛନ୍ତି କଡ଼ା ଜବାବ ।

ଏ ଦୁଇ ବିଧାୟକଙ୍କ ସହ ଚକ୍ରମଣି କଅଁର, ନବ ମଲ୍ଲିକ, ସୌଭିକ ବିଶ୍ୱାଳ ଓ ସୁବାସିନୀ ଜେନା ବି ଦେଇଛନ୍ତି ନୋଟିସ୍‌ର ଉତ୍ତର । ତେବେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ୧୭ ତାରିଖରେ ୬ ଜଣ ବିଧାୟକଙ୍କୁ ଦେଇଥିଲେ କାରଣ ଦର୍ଶାଅ ନୋଟିସ୍‌ । ଏଥିରେ ଲେଖିଥିଲେ ଦଳର ନିଷ୍ପତ୍ତିକୁ ନ ମାନି ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ବିଶୃଙ୍ଖଳିତ ଆଚରଣ । ବିଧାୟକଙ୍କ ଉତ୍ତର ଆସିବା ପରେ ପ୍ରମିଳା କହିଛନ୍ତି ଦଳ ଏବେ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସ୍ବଚ୍ଛ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚର୍ଚ୍ଚା ହେଉଛି କ୍ଷମତା ଗଲା ପରେ ହୁଗୁଳା ହୋଇଛି ବିଜେଡି ସୁପ୍ରିମୋଙ୍କ କର୍ତ୍ତୃତ୍ବ । ଏବେ କଡ଼ା ଜବାବ ସହ ପାଲଟା ଧମକ ପରେ ଏହି ବିଧାୟକଙ୍କ ଉପରେ ନବୀନ କି ଆକ୍ସନ ନେଉଛନ୍ତି ତା ଉପରେ ନଜର ରହିଛି ।

ଏଥିସହ ପଢ଼ନ୍ତୁ: କଂଗ୍ରେସରେ କ୍ରସ୍‌ ଭୋଟିଂ ଇମ୍ପାକ୍ଟ, ମୁହାଁମୁହିଁ ହେଲେ ରମେଶ - ସାଗର