Videos
|
Politics

SHRI Dharmendra Pradhan / ରାଷ୍ଟ୍ରସେବକ ଧର୍ମେନ୍ଦ୍ର; କରିଛନ୍ତି କ'ଣ?

Subhramjit Ray
Browse all articles by Subhramjit Ray
·1 hour ago·7 min read
ରାଷ୍ଟ୍ରସେବକ ଧର୍ମେନ୍ଦ୍ର; କରିଛନ୍ତି କ'ଣ?
Dharmendra Pradhan

Key Points

ଶିକ୍ଷାମନ୍ତ୍ରୀ ରୂପେ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା, ମାତୃଭାଷାରେ ପାଠପଢ଼ାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ନବସୃଜନ ସହ ସ୍ବାବଲମ୍ବନର ନୂତନ ଦିଗ ଦେଖାଇବା ପାଇଁ ଅହୋରାତ୍ର କାର୍ଯ୍ୟ କରିଛନ୍ତି।
Dharmendra Pradhan Ministerial Performance: ରାଷ୍ଟ୍ରସେବକ ଭାବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ପଦ ପଦବୀ ଅପେକ୍ଷା ରାଷ୍ଟ୍ରହିତ, ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଏବଂ ଯୁବ ସମାଜର ମଙ୍ଗଳକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ତାଙ୍କର ରାଜନୈତିକ ସୂଚିତା, ଉଚ୍ଚ ଆଦର୍ଶ ଏବଂ ଜନସେବା ପ୍ରତି ନିଃସ୍ବାର୍ଥପର ସମର୍ପଣ ଭାବର ଏକ ଜ୍ବଳନ୍ତ ଉଦାହରଣ। ସେ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା, ମାତୃଭାଷାରେ ପାଠପଢ଼ାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ନବସୃଜନ ସହ ସ୍ବାବଲମ୍ବନର ନୂତନ ଦିଗ ଦେଖାଇବା ପାଇଁ ଅହୋରାତ୍ର କାର୍ଯ୍ୟ କରିଛନ୍ତି।

ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟାନ୍ୱୟନ ଏବଂ ସ୍କୁଲ ସମେତ ଶିକ୍ଷା କ୍ଷେତ୍ରରେ ବିପ୍ଳବ

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି।

୩୪ ବର୍ଷ ପରେ ଆସିଥିବା ନୂଆ ଜାତୀୟ ଶିକ୍ଷା ନୀତିକୁ ୫+୩+୩+୪ ଶିକ୍ଷା ଢାଞ୍ଚାରେ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି।

ଦେଶବ୍ୟାପୀ ୧୪,୫୦୦ ରୁ ଅଧିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରିବା ପାଇଁ ବଜେଟ୍ ମଞ୍ଜୁରୀ ଦିଆଯାଇଛି।

ମାତୃଭାଷାକୁ ପ୍ରାଥମିକତା: JEE, NEET, CUET ଭଳି ସମସ୍ତ ଜାତୀୟ ପ୍ରବେଶିକା ପରୀକ୍ଷା ଓଡ଼ିଆ ସମେତ ୧୩ ଭାରତୀୟ ଭାଷାରେ ଆୟୋଜନ କରାଯାଇଛି।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ସମସ୍ତ ଭାରତୀୟ ଭାଷାରେ ଡିଜିଟାଲ୍ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଛି।

ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ତ୍ତମାଳା ପୁସ୍ତକ ।

ପ୍ରାୟ ୧,୩୮,୮୦୨ ରୁ ଅଧିକ ସ୍କୁଲରେ ICT ଓ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା ଏବଂ ୮୦,୧୦୫ ରୁ ଅଧିକ ସ୍କୁଲରେ ଭିତ୍ତିଭୂମି ସୁଦୃଢ଼ କରାଯାଇଛି।

ଦେଶର ୯୧.୮% ସ୍କୁଲକୁ ବିଜୁଳି, ୫୪% ସ୍କୁଲକୁ ଇଣ୍ଟରନେଟ୍ ଏବଂ ୧୦୦% ସ୍କୁଲରେ ଛାତ୍ରୀ ଶୌଚାଳୟ ସୁବିଧା ଯୋଗାଇ ଦିଆଯାଇଛି।

ଦଶମ ଶ୍ରେଣୀ ପାସ୍‌ ହାର ୫୮% ରୁ ବୃଦ୍ଧି ପାଇ ୯୫.୫% ରେ ପହଞ୍ଚିଛି।

ଛାତ୍ରଛାତ୍ରୀଙ୍କ ମୁଣ୍ଡପିଛା ଶିକ୍ଷା ଖର୍ଚ୍ଚ ୧୩୦% ବୃଦ୍ଧି ପାଇ ୨୫,୦୪୩ ଟଙ୍କା ହୋଇଛି।

DIKSHA ପ୍ଲାଟଫର୍ମରେ ୨୩ ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଏବଂ ୧୨୬ ବହୁଭାଷୀ e-Content ଉପଲବ୍ଧ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ରେକର୍ଡ଼ର ଡିଜିଟାଲ୍ ଟ୍ରାକିଂ ପାଇଁ ୭ କୋଟିରୁ ଅଧିକ APAAR ID ପ୍ରସ୍ତୁତ କରାଯାଇଛି।

ଦେଶରେ ପାଖାପାଖି ୭୬ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି।

ଆଞ୍ଚଳିକ ଏବଂ ଗ୍ରାମାଞ୍ଚଳ ବିଦ୍ୟାଳୟରେ STEM (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ଗଣିତ) ଶିକ୍ଷାର ସୁବିଧା ପାଇଁ ଆଟଲ୍ ଟିଙ୍କରିଂ ଲାବ୍‌ ର ପ୍ରସାର ଏବଂ ବୈଷୟିକ ପ୍ରଶିକ୍ଷଣ ବ୍ୟବସ୍ଥା।

ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍‌'ର ଶୁଭାରମ୍ଭ।

ଓଡ଼ିଶାରେ ମୌଳିକ ସାକ୍ଷରତା ସହ ସାଂଖ୍ୟକ ଜ୍ଞାନ ବୃଦ୍ଧି ପାଇଁ 'NIPUN Bharat' ଆକ୍ସନ ପ୍ଲାନ୍ ଏବଂ ଅନ୍ତତଃ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ପାଠପଢ଼ା ବାଧ୍ୟତାମୂଳକ।

ଉଚ୍ଚଶିକ୍ଷା ପାଇଁ ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଜରେ ଡିଜିଟାଲ୍ ମାଧ୍ଯମରେ ବିନା କୌଣସି ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ଶିକ୍ଷା ଋଣ ଯୋଗାଇବା ପାଇଁ 'PM-Vidyalaxmi Portal' ର ଶୁଭାରମ୍ଭ କରିଛନ୍ତି।

ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୧୦ ଦିନ "ବିନା ବ୍ୟାଗ୍" ରେ ଆସି ବ୍ୟାବହାରିକ କୌଶଳ ଶିକ୍ଷାର ଯୋଜନା।

ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ବଚ୍ଛ ଏବଂ ପ୍ରଭାବଶାଳୀ କରିବା ପାଇଁ 'ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ- ୨୦ ୨୬'ର ଶୁଭାରମ୍ଭ।

ଓଡ଼ିଶାର ୫୪୨୭ ସ୍କୁଲରେ ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୨୮,୦୦୦ ଫୁଟବଲ ଯୋଗାଇ ଦିଆଯାଇଛି।


ଉଚ୍ଚ ଶିକ୍ଷା ଏବଂ ଗବେଷଣାରେ ବିଶ୍ବସ୍ତରୀୟ ମାନ୍ୟତା

ଉଚ୍ଚ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖା ୪.୪୬ କୋଟିକୁ ବୃଦ୍ଧି ପାଇଛି। STEM (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, ଗଣିତ) ଶିକ୍ଷାରେ ମହିଳା ନାମଲେଖା ୪୩ ପ୍ରତିଶତରେ ପହଞ୍ଚିଛି, ଯାହା ବିଶ୍ବରେ ସର୍ବାଧିକ।

୧୮-୨୩ ବର୍ଷ ବୟସ ଭିତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନାମଲେଖା ୨୩.୭ ପ୍ରତିଶତରୁ ବୃଦ୍ଧି ପାଇ ୨୮.୪% ହୋଇଛି।

IIT ୧୬ ରୁ ବୃଦ୍ଧି ପାଇ ୨୩ ହୋଇଛି (ସିଟ୍ ସଂଖ୍ୟା ୬୫,୦୦୦ ରୁ ବୃଦ୍ଧି ପାଇ ୧.୩୫ ଲକ୍ଷକୁ ଦ୍ବିଗୁଣିତ ହୋଇଛି)।

JEE Advanced ୨୦୨୬ ରେ ଇତିହାସରେ ପ୍ରଥମ ଥର ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ମହିଳା ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ (GII) ରେ ଭାରତର ସ୍ଥାନ ୮୧ ରୁ ସୁଧୁରି ୩୮ ତମ ସ୍ଥାନରେ ପହଞ୍ଚିଛି।

PM-SHRI ବିଦ୍ୟାଳୟ, ANRF (୫୦,୦୦୦ କୋଟି), ୱାନ୍ ନେସନ୍ ୱାନ୍ ସବ୍‌ସ୍କ୍ରିପସନ୍‌ (ONOS) ଏବଂ AI Centre of Excellence (୧୪୯୦ କୋଟି) ପରି ସଂସ୍କାରମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି।

IIMs: ୧୩ ରୁ ବୃଦ୍ଧି ପାଇ ୨୧ ହୋଇଛି।

AIIMS: ୭ ରୁ ବୃଦ୍ଧି ପାଇ ୨୦ ହୋଇଛି।

ବିଶ୍ବବିଦ୍ୟାଳୟ: ୭୨୩ ରୁ ବୃଦ୍ଧି ପାଇ ୧,୨୧୩ (୫୯.୬% ବୃଦ୍ଧି) ହୋଇଛି।

ଭାରତର ଦୁଇଟି ପ୍ରମୁଖ IIT ମାନ୍ଦ୍ରାଜ- ଜାଞ୍ଜିବର, ତାଞ୍ଜାନିଆରେ ଏବଂ IIT ଦିଲ୍ଲୀ - ଆବୁଧାବି, UAE ଠାରେ ସ୍ଥାପିତ ହୋଇଛି।

ଭାରତରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ବ୍ରିଟେନ୍, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟକୁ "ଏଲଓଆଇ" (LOI) ପ୍ରଦାନ କରାଯାଇଛି।

ୟର୍କ ବିଶ୍ବବିଦ୍ୟାଳୟ, ଆବରଡିନ୍ ବିଶ୍ବବିଦ୍ୟାଳୟ, ୱେଷ୍ଟର୍ଡ଼ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ, ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ୟୁରୋପୋ ଡି ଡିଜାଇନ୍ (ଆଇଇଡି), ଇଟାଲିର ଶାଖା କ୍ୟାମ୍ପସ ପ୍ରତିଷ୍ଠା ଭାରତର ଶିକ୍ଷା ପରିସଂସ୍ଥାନ ପ୍ରତି ଗଭୀର ଏବଂ ବଦ୍ଧିତ ବିଶ୍ବାସକୁ ପ୍ରତିଫଳିତ କରୁଛି।

ବାଙ୍ଗାଲୋରରେ ଲିଭରପୁଲ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଧ୍ଯ ଅନୁମତି ପତ୍ର ପ୍ରଦାନ କରାଯାଇଛି।

ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବର ଶୁଭାରମ୍ଭ ହୋଇଛି।

୪୦୧ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି। ଏହି ଆଇଆଇଏମରେ ୬୦୦ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇଛି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ- ଓଡ଼ିଶାକୁ ୬୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଏହାକୁ ଏକ ଗ୍ଲୋବାଲ ଷ୍ଟାଣ୍ଡାର୍ଡ୍ ଇନଷ୍ଟିଚ୍ୟୁସନ ବନାଇବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି।

ଆଇଆଇଟି ଭୁବନେଶ୍ବର ପାଇଁ ୪୦୪ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ୧୦୧ କୋଟି ଟଙ୍କା କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପାଇଁ ଦିଆଯାଇଛି। ଏନଆଇଟି ରାଉରକେଲାକୁ ୩୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି।

୧୨୩୦ କୋଟି ଟଙ୍କା ବ୍ୟୟରେ ଆଇଆଇଏସ୍‌ଇଆର୍ (IISER), ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇ ଉଦ୍‌ଘାଟିତ ହୋଇଛି। ପ୍ରାୟ ୧୮୮୫ ଜଣ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇଛି।

ପିଏମ-ଉଷା ଯୋଜନାରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୧୦୦ କୋଟି ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି।

୧୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ସଦାଶିବ କ୍ୟାମ୍ପସ, ପୁରୀର ଭିତ୍ତିଭୂମି ବିକାଶ ହୋଇଛି।

୧୬ କୋଟି ବ୍ୟୟରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ବର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ହୋଇଛି।

ଦକ୍ଷତାର ବିକାଶ
ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ଓ ଭବିଷ୍ୟତ ପାଇଁ ସେ ଜାତୀୟ ସ୍ତରର ବିଶିଷ୍ଟ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଓ ଭିତ୍ତିଭୂମି ଗଢ଼ିତୋଳିଛନ୍ତି।

ସ୍କିଲ ଇଣ୍ଡିଆ ମିଶନ ଅଧିନରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷତାର ନୂଆ ପରିଭାଷା ତିଆରି କରିଛନ୍ତି।

IITଭୁବନେଶ୍ବର ରେ ରିସର୍ଚ୍ଚ ପାର୍କ

IIM ସମ୍ବଲପୁର (୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ଓ ରଙ୍ଗବତୀ ରିସର୍ଚ୍ଚ ସେଣ୍ଟର ସହ)।

IISER ବ୍ରହ୍ମପୁର ର ସ୍ଥାୟୀ କ୍ୟାମ୍ପସ

NISER ଭୁବନେଶ୍ବରରେ ୬୫୦ କୋଟି ବ୍ୟୟରେ 'ହୋମି ଭାଭା କ୍ୟାନ୍ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ NCARE ସୁବିଧା।

ଭୁବନେଶ୍ବରରେ IOC-ICT, ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (SDI), ଜଟଣୀରେ NSTI ସହ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼ ଭଦ୍ରକ ଜିଲ୍ଲାରେ ସ୍କିଲ ଇଣ୍ଡିଆ ସେଣ୍ଟର ସ୍ଥାପନା।

ଶିକ୍ଷା ପ୍ରକ୍ରିୟାକୁ ସହଜ ଓ ପ୍ରଭାବଶାଳୀ କରିବା ପାଇଁ 'ବୋଧନ ଏଆଇ'ର ଶୁଭାରମ୍ଭ।

ସମ୍ବଲପୁର ଠାରେ 'ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର' ଉଦଘାଟିତ।

ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ 'ଓଡ଼ିଶା ଏଣ୍ଟ୍ରିପ୍ରିନରସ ଡେଭଲପମେଣ୍ଟ ଫୋରମ' ଏବଂ 'ସିଆଇଆଇ ସେଲ୍ ମାଇକ୍ରୋ ଏବଂ ସ୍କୁଲ ଏଣ୍ଟ୍ରିପ୍ରିନରସ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।


ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଇସ୍ପାତ, ଶିଳ୍ପ କ୍ଷେତ୍ର

ତୈଳ ଏବଂ ଗ୍ୟାସ ନିବେଶ: ଓଡ଼ିଶାରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟିର ଅଭୂତପୂର୍ବ ନିବେଶ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ୮ କୋଟିରୁ ଅଧିକ ଗରିବ ପରିବାର ଏବଂ ଓଡ଼ିଶାରେ ୫୫ ଲକ୍ଷ ଗରିବ ମହିଳାଙ୍କୁ ନିଶୁଳ୍କ LPG ଗ୍ୟାସ ସଂଯୋଗ ଦେଇ ନିଜକୁ "ଉଜ୍ଜ୍ବଳା ମ୍ୟାନ୍" ଭାବେ ପ୍ରତିଷ୍ଠିତ କରିଛନ୍ତି।

PAHAL ଏବଂ "Give It UP" ଯୋଜନା ମାଧ୍ୟମରେ ସବସିଡ଼ି ଚୋରି ରୋକିବା ସହ ଲକ୍ଷ ଲକ୍ଷ ସ୍ୱେଚ୍ଛାକୃତ ଭାବେ ସବସିଡି ତ୍ୟାଗ କରିଥିବା ଗ୍ରାହକଙ୍କୁ ଯୋଡ଼ିଛନ୍ତି।

କେବଳ ଏତିକି ନୁହେଁ, The Hydrocarbon Exploration and Licensing Policy ପ୍ରବର୍ତ୍ତନ କରି ଶକ୍ତି କ୍ଷେତ୍ରରେ ସଂସ୍କାର ମଧ୍ୟ ଆଣିଥିଲେ।

CSR ଅନୁଦାନ: ତୈଳ ଓ ଗ୍ୟାସ କ୍ଷେତ୍ରର ସାମାଜିକ ଉତ୍ତରଦାୟିତ୍ଵ (CSR) ରୁ ଓଡ଼ିଶାରେ ୨୫୦ କୋଟିରୁ ଅଧିକ ବ୍ୟୟରେ ସ୍କୁଲ, ସ୍ବାସ୍ଥ୍ୟ, ସାମାଜିକ ଭିତ୍ତିଭୂମି ବିକାଶ।


ପ୍ରକଳ୍ପ ଅନୁଯାୟୀ ନିବେଶ

ପାରାଦ୍ବୀପ ତୈଳ ବିଶୋଧନାଗାର: ସମ୍ପ୍ରସାରଣ, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ମୋନୋ ଏଥ୍‌ଲିନ ଗ୍ଲାଇକୋଲ (MEG) ପ୍ରକଳ୍ପ ସ୍ଥାପନ

ଧାମରା LNG ଟର୍ମିନାଲ: ଧାମରାରେ ଅତ୍ୟାଧୁନିକ ତୈଳ ଓ ଗ୍ୟାସ ହବ୍।

ବରଗଡ଼ 2G Fଥାନଲ ରିଫାଇନାରୀ: ପ୍ରାୟ ୧୭୦୦ କୋଟି ନିବେଶ।

ପ୍ରାକୃତିକ ଗ୍ୟାସ ପାଇପଲାଇନ: ଓଡ଼ିଶାକୁ ଜାତୀୟ ଗ୍ରୀଡ୍ ସହ ଯୋଡ଼ିବା ପାଇଁ ୧୦,୦୦୦ କୋଟିର ନିବେଶ।

ତୈଳ ଡିପୋ, ବଟଲିଂ ପ୍ଲାଣ୍ଟ, City Gas Distribution: ପ୍ରାୟ ୨୦,୦୦୦ କୋଟି ନିବେଶ।

ସୁନ୍ଦରଗଡ଼, ରାଉରକେଲା, ଅନୁଗୁଳ, ତଳବିରା ଠାରେ ବିଦ୍ୟୁତ ପ୍ରକଳ୍ପ ପାଇଁ ୬୫,୦୦୦ କୋଟି ନିବେଶ।

କୋଲ୍-ଗ୍ୟାସିଫିକେସନ୍ ପ୍ରଯୁକ୍ତିରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ନେଇଛନ୍ତି ପଦକ୍ଷେପ।


ଓଡ଼ିଶାରେ ରାଜପଥ ବିକାଶ
ତାଙ୍କ ଉଦ୍ୟମ କ୍ରମେ ୧୬୦ କିମି ଲମ୍ୱ ବିଶିଷ୍ଟ, ୮୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କୋଷ୍ଟାଲ ହାଇୱେକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।


ଓଡ଼ିଆ ଅସ୍ମିତା, ସଂସ୍କୃତି, ଗୌରବର ସୁରକ୍ଷା

ବରୁଣେଇ ଠାରେ "ପାଇକ ସ୍ମାରକୀ" ନିର୍ମାଣ ପାଇଁ ପଦକ୍ଷେପ

ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ କୋରାପୁଟ, ଦିଲ୍ଲୀ, ବିଳାସପୁର ବିଶ୍ବବିଦ୍ୟାଳୟରେ ଗବେଷଣା ପୀଠ ସ୍ଥାପନା।

ଭୁବନେଶ୍ବର ଠାରେ "ଓଡ଼ିଶା ରିସର୍ଚ୍ଚ ସେଣ୍ଟର" (ORC) ସ୍ଥାପିତ ହୋଇଛି।

୮ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ଭୀମମଣ୍ଡଳୀ ଇକୋହେରିଟେଜ ସାଇଟର ଭୂମିପୂଜନ।

ଓଡ଼ିଶାର କଳା, ଭାଷା, ହସ୍ତଶିଳ୍ପ, ପ୍ରତିଭାଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ନିରନ୍ତର ପ୍ରଚେଷ୍ଟା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦବୀ ଏବଂ ସାଙ୍ଗଠନିକ କୃତିତ୍ୱ


କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଇସ୍ପାତ ମନ୍ତ୍ରୀ ମନ୍ତ୍ରୀ ଭାବେ ସୂଚାରୁରୂପେ ୧୨ ବର୍ଷ ଧରି ମୋଦି ସରକାରରେ ଦାୟିତ୍ଵ ନିର୍ବାହ କରିଛନ୍ତି । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ଗ୍ୟାସ ବିଭାଗର ସର୍ବାଧ‌ିକ ସମୟ ମନ୍ତ୍ରୀ ପଦରେ ରହିଛନ୍ତି।

ଶ୍ରୀ ପ୍ରଧାନ ୧୯୮୬ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଯୁକ୍ତ ୩, ପ୍ରଥମ ବର୍ଷରେ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହେବା ପରେ, ଉତ୍କଳ ବିଶ୍ବବିଦ୍ୟାଳୟରେ ୧୯୯୦ ବେଳକୁ ଜଣେ ଲଢୁଆ ଛାତ୍ରନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

୨୦୦୦ ମସିହାରେ ଅତି କମ୍ ବର୍ଷ ବୟସରେ ପାଲଲହଡ଼ା ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ "ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ" ରେ ସମ୍ମାନିତ ହୋଇଥିଲେ। ୨୦୦୧ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଭାବେ ଓଡ଼ିଶା ବିଜେପିର ଯୁବ ବାହିନୀକୁ ସଶକ୍ତ କରିବା ପରେ, ୨୦୦୪ରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ହୋଇ ସାରା ଦେଶର ଯୁବପିଢ଼ିଙ୍କୁ ନେତୃତ୍ବ ଦେଇଥିଲେ।

୨୦୦୪-୦୯ ପର୍ଯ୍ୟନ୍ତ ସେ ଦେବଗଡ଼ ଆସନରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ଜନସେବା କରିଥିଲେ। ୨୦୦୭ରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଏବଂ ୨୦୧୦ରେ ଦୁଇ ଥର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିଥିଲେ। ଏହାସହ ଜଣେ ଓଡ଼ିଆ ଭାବେ ସେ ବିହାର (୨୦୧୨) ଏବଂ ମଧ୍ୟପ୍ରଦେଶ (୨୦୧୮) ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସଂସଦରେ ନିଜର ଦୃଢ଼ ଉପସ୍ଥିତି ଜାହିର କରିଥିଲେ।

ଭାରତୀୟ ଜନତା ପାର୍ଟିର ଜଣେ ବିଶ୍ବସ୍ତ, ସୁଦକ୍ଷ ତଥା ଦୂରଦ୍ରଷ୍ଟା ନିର୍ବାଚନୀ ରଣନୀତିକାର ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ଦାୟିତ୍ବ, ନିର୍ବାଚନ ପ୍ରଭାରୀ/ପର୍ଯ୍ୟବେକ୍ଷକ ଭାବେ ନିଜର ଅପ୍ରତିଦ୍ବନ୍ଦ୍ୱୀ ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ପଶ୍ଚିମବଙ୍ଗ, କର୍ଣାଟକ, ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣା, ବିହାର ଭଳି ଗୁରୁତ୍ବପୂର୍ଣ ରାଜ୍ୟରେ ଦଳୀୟ ପ୍ରଭାରୀ ଏବଂ ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇ ଦଳକୁ ଐତିହାସିକ ସଫଳତା ଦେଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored