BJP Pratishtha Diwas / 'ବିଜେପି କେବଳ ରାଜନୈତିକ ଦଳ ନୁହେଁ ବରଂ ଜନସେବାର ଏକ ଅନୁଷ୍ଠାନ'

Key Points
ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗର ଏଗ୍ରା, ମେଦିନୀପୁର ଗସ୍ତ କରି ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ସହ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଗ୍ରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦଳୀୟ ପତାକା ଉତ୍ତୋଳନ କରିବା ସହ ଦଳର ପ୍ରତିଷ୍ଠାତା ଏବଂ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ସମସ୍ତ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ମେଦିନୀପୁରରେ ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଥାନୀୟ ସମସ୍ୟା ଏବଂ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।
On the occasion of BJP Foundation Day, I connected with our committed booth-level karyakartas in Egra, Medinipur—grassroots warriors whose dedication and local connect form the true strength of our organisation. Every interaction reflected their resolve, coordination, and deep… pic.twitter.com/c3GANLjExq
— Dharmendra Pradhan (@dpradhanbjp) April 6, 20
ଏହା ସହ ପଢନ୍ତୁ: ହିନ୍ଦୀକୁ ବାଧତାମୂଳକ କରିବାକୁ ନେଇ ଜବାବ ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀआज भाजपा के स्थापना दिवस पर पश्चिम बंगाल के एगरा, मेदिनीपुर में संगठन के प्रखर नेतृत्व और महापुरुषों को भावपूर्ण श्रद्धांजलि अर्पित कर भाजपा का झंडा गर्व के साथ फहराया।
— Dharmendra Pradhan (@dpradhanbjp) April 6, 2026
भाजपा ने हमेशा जनसेवा के आदर्शों को अपने कार्य का आधार बनाया है। विरासत और विकास की प्रेरणा से संगठन हर… pic.twitter.com/vKDYIiXPsL
ଏହି ଅବସରେ ସେ କହିଛନ୍ତି ବିଜେପି ସର୍ବଦା ଜନସେବାର ଆଦର୍ଶକୁ ନିଜ କାର୍ଯ୍ୟର ଆଧାର କରିଛି। ଐତିହ୍ୟ ଏବଂ ବିକାଶର ପ୍ରେରଣାରେ ସଙ୍ଗଠନ ପ୍ରତ୍ୟେକ ନାଗରିକଙ୍କ ସେବା ପାଇଁ ଅଟଳ ଭାବେ ପ୍ରତିଶୃତିବଦ୍ଧ। କୋଟି କୋଟି କର୍ମକର୍ତ୍ତା ଏହି ଅତୁଟ ସଂକଳ୍ପ ସହିତ ରାଷ୍ଟ୍ର ନିର୍ମାଣର ଯାତ୍ରାରେ ସମର୍ପିତ ଭାବେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଜିର ଦିବସ ସେହି ମହାନ ତପସ୍ୱୀ ଏବଂ ରାଷ୍ଟ୍ରନିଷ୍ଠ ନେତୃତ୍ୱଙ୍କୁ ପ୍ରଣାମ କରିବାର ଅବସର, ଯେଉଁମାନେ ସେବା, ସମର୍ପଣ ଏବଂ ସିଦ୍ଧାନ୍ତ ଆଧାରରେ ଏହି ସଙ୍ଗଠନକୁ ଜନ-ଆସ୍ଥାର ପ୍ରତୀକ ଭାବେ ଗଢ଼ି ତୋଳିଛନ୍ତି। ଗାଁ-ଗାଁକୁ ସଙ୍ଗଠନର ବିଚାରଧାରା ପହଞ୍ଚାଉଥିବା ଆମର କର୍ମଠ କର୍ମକର୍ତ୍ତାଙ୍କ ତ୍ୟାଗ ଏବଂ ପରିଶ୍ରମ ହିଁ ଦଳର ପ୍ରକୃତ ଶକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଅନ୍ତ୍ୟୋଦୟ' ମନ୍ତ୍ରକୁ ପାଥେୟ କରି ବିକଶିତ ଭାରତ ଗଠନରେ ପଶ୍ଚିମବଙ୍ଗର କର୍ମକର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।
आज आगामी विधानसभा चुनावों को लेकर नंदीग्राम में विभिन्न स्थानों पर जनसंवाद किया। जनता के जोश और भरोसे ने स्पष्ट किया कि नंदीग्राम एक बार फिर श्री @SuvenduWB जी को भारी मतों से जीताकर कमल खिलाने जा रहा है।
बंगाल की नारी शक्ति, युवा और किसान सभी ने अपने उत्साह और समर्थन से यह… pic.twitter.com/J2NSHQHlmb
📱 Get Argus News App
✨ପଶ୍ଚିମବଙ୍ଗ ଗସ୍ତ ଅବସରରେ ସେ ପୂର୍ବି ମେଦିନୀପୁର ବାଲିଘାଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ। ଗତକାଲି ଝାଡ଼ଗ୍ରାମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକରେ ମଧ୍ୟ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।
Offered prayers to Mahaprabhu Jagannath at Shri Jagannath Temple, Balighai, Purbi Medinipur. May His divine grace continue to guide and bless Bengal with peace, prosperity, and a righteous path ahead.
— Dharmendra Pradhan (@dpradhanbjp) April 6, 2026
🙏 pic.twitter.com/fWCGpLLXJY
Related Topics
Explore more stories