Dharmendra Pradhan / 'କଲ୍ୟାଣକାରୀ ଶାସନ ପାଇଁ NDA ହେଉଛି ଆସ୍ଥାଭାଜନ'; ବିହାର ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା

Key Points
ଭୁବନେଶ୍ଵର: ୟୁପି ହେଉ କି ହରିୟାଣା, ଉତ୍ତରାଖଣ୍ଡ ହେଉ କି ବିହାର । ସବୁଠି ତାଙ୍କ ନିର୍ବାଚନୀ ରଣନୀତିରେ ଚିତ୍ପଟାଙ୍ଗ ମାରିଛନ୍ତି ବିରୋଧୀ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଓ NDA ବିଜୟର ପ୍ରମୁଖ ବିନ୍ଧାଣି ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵକୁ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ ବିହାର ବିଜୟ ପରେ ସେ ଆଜି ପ୍ରଥମ ଥର ଓଡ଼ିଶା ଆସିଛନ୍ତି ।
ଭୁବନେଶ୍ଵର ବିମାନବନ୍ଦରରୁ ନେଇ ପୁରୀ ଏବଂ କଟକ ଯାଏଁ ସବୁଠି ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି ବିଜେପି ନେତା, କର୍ମୀ ଓ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା । ପାରମ୍ପରିକ ବାଦ୍ୟ, ଆଦିବାସୀ ଲୋକନୃତ୍ୟ, ଶହ ଶହ ସଂଖ୍ୟାରେ ଲୋକ । ଭୁବନେଶ୍ଵର ବିମାନବନ୍ଦରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ଵାଗତ ପାଇଁ ହୋଇଥିଲା ଏ ଭିଡ଼, ଯେଉଁଥିରେ ଥିଲା ଏମିତି ଭରପୁର ଉତ୍ସାହ ଆଉ ଉଲ୍ଲାସ । ବିଜେପି କର୍ମୀଙ୍କ ଜୋସ୍ ତ ଥିଲା ସବୁଠୁ ଉପରେ ।
ଏଥିସହ ପଢ଼ନ୍ତୁ: ଭକ୍ତ 'ହାତ'କୁ ସଜାଡ଼ିବେ ନା ମୋଡ଼ିକି ଭାଙ୍ଗିବେ ? ମୋକିମଙ୍କ ଚିଠିକୁ ମିଳିଲାଣି ବରିଷ୍ଠ ନେତାଙ୍କ ସମର୍ଥନ
ମାଳ ମାଳ ଦଳୀୟ ପତାକା, ପୁଣି ଗୁଚ୍ଛ ଗୁଚ୍ଛ ଫୁଲ ତୋଡ଼ା, ବିହାର ନିର୍ବାଚନର ବିନ୍ଧାଣିଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ହୋଇଆସିଥିଲେ ଜନତା । ପ୍ରିୟ ନେତାଙ୍କୁ ଭବ୍ୟ ସ୍ଵାଗତ ସହ ବିପୁଳ ସମ୍ବର୍ଦ୍ଧନା ଦେଲେ । ଆଉ କେନ୍ଦ୍ରମନ୍ତ୍ରୀ ମଧ୍ୟ ମୋଦିଙ୍କ ଷ୍ଟାଇଲରେ ଗାମୁଛା ହଲାଇ ଅଭିନନ୍ଦନ ଜଣାଇଥିଲେ । ବିହାରରେ NDAର ବିପୁଳ ବିଜୟ ପାଇଁ ଅଗଣିତ ଜନତାଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କହିଲେ "ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ମିଳିଛି ବଡ଼ ସଫଳତା । NDAର ଉତ୍ତମ ଶାସନରେ ପୁଣି ମୋହର ମାରିଛନ୍ତି ବିହାରବାସୀ । ଏଥିସହ ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ।"
ମୋଦିଙ୍କ ବିଶ୍ଵସ୍ତ ସିପାହୀଙ୍କ ରଣନୀତି ଆଗରେ ଚିତ୍ ହେଲେ ବିରୋଧୀ । ପୋଲ ମାଷ୍ଟରଙ୍କ ଷ୍ଟ୍ରାଟେଜି ଆଗରେ ନିଷ୍ଫଳ ହେଲା ବିରୋଧୀଙ୍କ ରଣନୀତି । ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାରେ ବିହାରରେ NDAକୁ ମିଳିଲା ବମ୍ପର ବିଜୟ । ଡବଲ୍ ସେଞ୍ଚୁରୀ ସହ ପୁଣି ଥରେ କ୍ଷମତାସୀନ ହୋଇଛି ବିଜେପି ନେତୃତ୍ଵାଧୀନ ମେଣ୍ଟ । ପୂର୍ବରୁ ୟୁପି, ହରିୟାଣା, ଛତିଶଗଡ଼, ଉତ୍ତରାଖଣ୍ଡ ନିର୍ବାଚନରେ ଦେଶ ଦେଖିଛି ଓଡ଼ିଆ ପୁଅଙ୍କ ମାଷ୍ଟରଷ୍ଟ୍ରୋକ । ସାଧାରଣ ଜନତା, ବିଜେପି କର୍ମୀଙ୍କ ସହ ଦଳୀୟ ନେତୃବୃନ୍ଦ ବି ଧର୍ମେନ୍ଦ୍ରଙ୍କୁ ଜଣାଇଛନ୍ତି ଅଭିନନ୍ଦନ ।
ଏଥିସହ ପଢ଼ନ୍ତୁ: ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା
ଭୁବନେଶ୍ଵରରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୁରୀ ଅଭିମୁଖେ ଯାଉଥିବା ବେଳେ ବାଟରେ ସ୍ଵାଗତ କରିଛନ୍ତି ହଜାର ହଜାର ଶୁଭେଚ୍ଛୁ ଓ ଦଳୀୟ କର୍ମୀ । ବିହାର ପ୍ରଥମ ନୁହେଁ, ନିର୍ବାଚନ ରଣନୀତିକାର ଭାବେ ବିଜେପିକୁ ବହୁ ବିଜୟ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ପୂର୍ବରୁ ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ବହୁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଭାରୀ ଭାବେ ଦାୟିତ୍ଵ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ଵସ୍ତ ସିପାହୀ । ଆଉ ବିହାର ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣି ଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍ ।
📱 Get Argus News App
✨Related Topics
Explore more stories