Videos
|
Politics

Dia Mirza Diwali Video Controversy BMC Mumbai / ଜୋରଦାର ପ୍ରତିବାଦ ପରେ ହଟିଲା ଦୀୟା ମିର୍ଜାଙ୍କ ଭିଡ଼ିଓ; ପଲଟା ଜବାବ ଦେଲା ଶାସକ ଦଳ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଜୋରଦାର ପ୍ରତିବାଦ ପରେ ହଟିଲା ଦୀୟା ମିର୍ଜାଙ୍କ ଭିଡ଼ିଓ; ପଲଟା ଜବାବ ଦେଲା ଶାସକ ଦଳ
Dia Mirza Diwali Video Controversy BMC Mumbai

Key Points

ଜୋରଦାର ପ୍ରତିବାଦ ପରେ ଦୀୟା ମିର୍ଜାଙ୍କ ଦୀପାବଳି ଭିଡ଼ିଓ ହଟାଇଛି ବୃହନ୍ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)
ଦୀପାବଳି ସମ୍ପର୍କରେ ବଲିଉଡ୍ ଅଭିନେତ୍ରୀ ଦୀୟା ମିର୍ଜାଙ୍କ ଭିଡ଼ିଓ ପାଇଁ ସୃଷ୍ଟି ହୋଇଛି ବିବାଦ। ଏହାକୁ ନେଇ ବିବାଦ ତେଜିବା ପରେ ମୁମ୍ବାଇ ବିଜେପି ସଭାପତି ଅମିତ ସାଟମଙ୍କ କଡ଼ା ବିରୋଧ ପରେ, ବୃହନ୍ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ରୁ ଦୀୟା ମିର୍ଜାଙ୍କ ଭିଡି଼ଓ ଡିଲିଟ କରିଦେଇଛି। ଗୋଟିଏ ପଟେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ମନ୍ତ୍ରୀ ନୀତେଶ ରାଣେ, ବିଜେପି ବିଧାନ ପରିଷଦ ସଦସ୍ୟ ଶ୍ରୀକାନ୍ତ ଭାରତୀୟ ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ମୁଖପାତ୍ର ସାଇନା ଏନସି ହିନ୍ଦୁଙ୍କ ପାଇଁ ପ୍ରଚାର ନକରିବାକୁ ଦୀୟା ମିର୍ଜାଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଶିବସେନା (ସିନ୍ଦେ ଗୋଷ୍ଠୀ) ରେ ଗୋଷ୍ଠୀ ଫାଟ ଦେଖାଦେଇଛି। ବିଏମସି (BMC) ଡେପୁଟି ମେୟର ସଞ୍ଜୟ ଘାଡି ଏବଂ ସିନ୍ଦେ ଗୋଷ୍ଠୀର ନେତା ଆମେ ଘୋଲେ ଅଭିନେତ୍ରୀଙ୍କ ସମର୍ଥନରେ ଆସିଛନ୍ତି। ପୂର୍ବ ସୂଚନା ବିନା ଭିଡିଓ ହଟାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶିବସେନା (ସିନ୍ଦେ ଗୋଷ୍ଠୀ) ମୁଖପାତ୍ର ସାଇନା ଏନସି ହିନ୍ଦୁଙ୍କୁ ଜ୍ଞାନ ନଦେବା ପାଇଁ ଦୀୟା ମିର୍ଜାଙ୍କୁ ପରାମର୍ଶ ଦେଇଛନ୍ତି।

ଅମିତ ସାଟମଙ୍କ ପ୍ରତିବାଦ ପରେ ହଟିଲା ଭିଡିଓ; ବିଏମସି ଡେପୁଟି ମେୟର କହିଲେ "ଧାର୍ମିକ ଉତ୍ତେଜନା ବିସ୍ତାର କରନ୍ତୁ ନାହିଁ।"
ବାଣଫୁଟା ମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳି ପାଇଁ ବିଏମସି ଦୀୟା ମିର୍ଜାଙ୍କ ଏକ ଭିଡିଓ ସେୟାର କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ମୁମ୍ବାଇ ବିଜେପି ନେତା ଅମିତ ସାଟମ ଏହାର କଡ଼ା ବିରୋଧ କରି କହିଥିଲେ, "ହିନ୍ଦୁ କିପରି ଦୀପାବଳି ପାଳନ କରିବେ ତାହା ଶିଖାଇବାର ଆବଶ୍ୟକତା ନାହିଁ।" ଏହା ପରେ ବିଏମସି ଏହି ଭିଡି଼ଓ ହଟାଇ ଦେଇଥିଲା। ହେଲେ ତଥାପି ବିଜେପି ସହଯୋଗୀ ଶିବସେନା (ସିନ୍ଦେ ଗୋଷ୍ଠୀ)ର ନେତା ତଥା ବିଏମସି ଡେପୁଟି ମେୟର ସଞ୍ଜୟ ଘାଡି ଅସନ୍ତୋଷ ପ୍ରକାଶ କରି କହିଥିଲେ, "ଦୀୟ ମିର୍ଜା କୌଣସି ଜ୍ଞାନ ଦେଇ ନାହାଁନ୍ତି, ବରଂ ଏକ ବହୁତ ଭଲ ବାର୍ତ୍ତା ଦେଇଛନ୍ତି ଏବଂ ପାର୍ଣବ ଋତୁରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରାଯିବା ଉଚିତ୍ ନୁହେଁ।" ସଞ୍ଜୟ ଘାଡି ଏହା ମଧ୍ୟ କହିଛନ୍ତି ଯେ ଭିଡିଓ ଡିଲିଟ ହେବା ବିଷୟରେ ମେୟର, ଡେପୁଟି ମେୟର କିମ୍ବା ଗୃହର ନେତାଙ୍କୁ ସୂଚନା ଦିଆଯାଇ ନଥିଲା। ସିନ୍ଦେ ଗୋଷ୍ଠୀର ନେତା ଆମେ ଘୋଲେ ମଧ୍ୟ ବିଏମସି ପ୍ରଶାସନ ଠାରୁ ଏହାର ଉତ୍ତର ମାଗିଛନ୍ତି। ଭିଡିଓ ଡିଲିଟ କରିବାର କାରଣ ପ୍ରକାଶ କରିବାକୁ କହିଛନ୍ତି।


ସାଇନା ଏନସିଙ୍କ ପରାମର୍ଶ, "ଆମକୁ ଜ୍ଞାନ ଦିଅନ୍ତୁ ନାହିଁ"
ଆଶ୍ଚର୍ଯ୍ୟର କଥା ହେଉଛି, ଶିବସେନା ସିନ୍ଦେ ଗୋଷ୍ଠୀର ସ୍ଥାନୀୟ ନେତା ଦୀୟା ମିର୍ଜାଙ୍କୁ ସମର୍ଥନ କରୁଥିବା ବେଳେ, ଦଳର ମୁଖପାତ୍ର ସାଇନା ଏନସି ଅଭିନେତ୍ରୀ ଦୀୟା ମିର୍ଜାଙ୍କୁ ପଲଟା ଜବାବ ଦେଇଛନ୍ତି। ଏନେଇ ସାଇନା ଏନସି କହିଛନ୍ତି ଯେ ଦୀପାବଳି ସ୍ପଷ୍ଟ ଭାବରେ ଆଲୋକର ପର୍ବ। ଦୀୟା ମିର୍ଜା ଯାହାଙ୍କ ନାମରେ "ଦୀୟା" (ଦୀପ) ଶବ୍ଦ ରହିଛି, ସେ ନିଜେ ଏକଥା ବୁଝିବା ଆବଶ୍ୟକ ଯେ ଦୀପାବଳି ଏକ ଅନନ୍ୟ ସାଂସ୍କୃତିକ ପରିଚୟ ସହିତ ଜଡିତ। ସାଇନା ଆହୁରି କହିଛନ୍ତି ଯେ କେହି ପ୍ରଦୂଷଣକୁ ପ୍ରୋତ୍ସାହିତ କରୁନାହାଁନ୍ତି କିମ୍ବା ବାଣ ଫୁଟାଇବାକୁ ଉତ୍ସାହିତ କରୁନାହାଁନ୍ତି। ହେଲେ ଆମକୁ ନିଜେ ଆତ୍ମସମୀକ୍ଷା କରିବାକୁ ପଡିବ ଏବଂ ମୁମ୍ବାଇବାସୀ ଭାବରେ ଆମେ କ'ଣ କରିବା ଆବଶ୍ୟକ ସେ ବିଷୟରେ ବାହାର ଲୋକଙ୍କ ଠାରୁ ପରାମର୍ଶ ନେବାର କୌଣସି କାରଣ ନାହିଁ।

ଜବାବ ରଖିଲେ ମନ୍ତ୍ରୀ ନୀତେଶ ରାଣେ
ବିଜେପି ନେତା ଏହି ପ୍ରସଙ୍ଗରେ ଦିୟା ମିର୍ଜାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୀତେଶ ରାଣେ କହିଛନ୍ତି ଯେ ଦୀୟା ମିର୍ଜା ଦୀପାବଳିରେ ଟ୍ୱିଟ୍ କରନ୍ତି। ହେଲେ ଇଦ୍, ମହରମ୍ କିମ୍ବା ବକ୍ରି ଇଦ୍ ସମୟରେ କେବେ ହେଲେ କୌଣସି ପରାମର୍ଶ ଦିଅନ୍ତି ନାହିଁ। ମନ୍ତ୍ରୀ ରାଣେ ଅଭିଯୋଗ କରିଛନ୍ତି ଯେ ସେମାନେ କେବଳ ପରିବେଶ ଅନୁକୂଳ ହୋଲି ଏବଂ ଦୀପାବଳି ବିଷୟରେ କଥା କୁହନ୍ତି। ଯେତେବେଳେ ସେମାନଙ୍କୁ ପରିବେଶ ସୁରକ୍ଷା କଥା ରମଜାନ୍ ଏବଂ ବକ୍ରି ଇଦ୍ ସମୟରେ ମଧ୍ୟ କହିବା ଆବଶ୍ୟକ। ସେ କହିଛନ୍ତି ଯେ ଦୀୟା ମିର୍ଜା ଭଳି ଲୋକ ସନାତନ ହିନ୍ଦୁ ଧର୍ମ ବିରୋଧରେ ଅଛନ୍ତି। ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ।

ବିଜେପି ବିଧାନ ପରିଷଦ ସଦସ୍ୟ (MLC) ଶ୍ରୀକାନ୍ତ ଭାରତୀୟ ମଧ୍ୟ ଏହି ପ୍ରସଙ୍ଗରେ ପାଲଟା ଜବାବ ଦେଇଛନ୍ତି। ଏନେଇ ସେ କହିଛନ୍ତି ଦୀୟା ମିର୍ଜା ପ୍ରଥମେ ନିଜେ ନିଜକୁ ଦେଖିବା ଆବଶ୍ୟକ। ସେ ଯେଉଁ ସମ୍ପ୍ରଦାୟର ଅସୁଛନ୍ତି ସେଠାରେ କ’ଣ ଘଟୁଛି ତାହା ନିଜେ ଦେଖିବା ଆବଶ୍ୟକ। ସେ କହିଛନ୍ତି ଯେ ଆମେ କୌଣସି ଧର୍ମ କିମ୍ବା ପୂଜା ବ୍ୟବସ୍ଥାର ବିରୋଧି ନୁହେଁ। ହେଲେ ଭାରତୀୟ ହିନ୍ଦୁ ଶତାବ୍ଦୀ ଶତାବ୍ଦୀ ଧରି ପରିବେଶ ପ୍ରତି ଚିନ୍ତିତ ଅଛନ୍ତି। କେଉଁଠାରେ ଏବଂ କିପରି ବାଣ ଫୁଟାଇବେ ତାହା କହିରବା ଆବଶ୍ୟକ ନାହିଁ। ଦୀୟା ମିର୍ଜା ପ୍ରଥମେ ତାଙ୍କ ସମ୍ପ୍ରଦାୟର ସଦସ୍ୟଙ୍କ ସହ କଥା ହେବା ଉଚିତ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: